Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ରାଜନେତାଙ୍କୁ ‘କୁକୁର’ କହିଥିବା ତୃତୀୟ ମହଲା ବାବୁ କିଏ: କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ୱେୟାର): ବିଜେଡିରୁ ବହିଷ୍କୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗଣମାଧ୍ୟମ ସମ୍ମୁଖରେ ରଖୁଥିବା ତଥ୍ୟ ଏବଂ ଆଇଏଫଏସ୍ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅଙ୍କ ବିରୁଦ୍ଧରେ ଆସିଥିବା ଦୁର୍ନୀତି ଅଭିଯୋଗ ପ୍ରସଙ୍ଗରେ କଂଗ୍ରେସ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରିବା ସହ ୧୦ଟି ପ୍ରଶ୍ନ ପଚାରିଛି । ରାଜନେତାମାନଙ୍କୁ ‘କୁକୁର’ ବୋଲି ତୃତୀୟ ମହଲାର କେଉଁ ଅଫିସର କହିଥିଲେ ଓ ଚିଠି ଲେଖି ପ୍ରଦୀପ ପାଣିଗ୍ରାହୀ ଜଣାଇବାପରେ ମୁଖ୍ୟମନ୍ତ୍ରୀ କି ପଦକ୍ଷେପ ନେଇଛନ୍ତି ତାହା ସାର୍ବଜନୀନ କରନ୍ତୁ ବୋଲି କଂଗ୍ରେସ ଅଭିଯୋଗ କରିଛି । କଂଗ୍ରେସର ପ୍ରଶ୍ନଗୁଡ଼ିକର ଉତ୍ତର ନିଜେ ମୁଖ୍ୟମନ୍ତ୍ରୀ ଦିଅନ୍ତୁ ବୋଲି ଦଳ କହିଛି ।
ଆଜି କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ପଂଚାନନ କାନୁନଗୋ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ବା ତୃତୀୟ ମହଲାରେ ଜଣେ ବାବୁ ରାଜନେତାମାନଙ୍କୁ “ଆପଣମାନେ କୁକୁର” ବୋଲି କହିଛନ୍ତି । ଏକଥା ବିଜେଡି ନେତା ପ୍ରଦୀପ ପାଣିଗ୍ରାହୀ ଗଣମାଧ୍ୟମ ସମ୍ମୁଖରେ କହିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅବଗତ କରିଥିଲେ । ଜଣେ ସରକାରୀ ଅଫିସର କିଭଳି ଭାବେ ରାଜନେତାମାନଙ୍କୁ ‘କୁକୁର’ ବୋଲି ସମ୍ବୋଧନ କଲେ ଓ ତାଙ୍କ ବିରୁଦ୍ଧରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ତାହା ମୁଖ୍ୟମନ୍ତ୍ରୀ ସର୍ବସାଧାରଣରେ ଜଣାନ୍ତୁ ବୋଲି କଂଗ୍ରେସ ଚାହୁଁଛି । ବିଜେଡି ଦଳ ଗଠନବେଳେ ‘ଏକ ସମୃଦ୍ଧ ଓ ସ୍ୱାଭିମାନୀ ଓଡ଼ିଶା’ର ସଂକଳ୍ପ ନିଆଯାଇଥିଲା । ଏହା ଓଡ଼ିଶାର ସ୍ୱାଭିମାନକୁ ଆଘାତ ଦେଇଛି । ରାଜନୀତି ହେଉଛି ଗଣତନ୍ତ୍ରର ମୂଳମନ୍ତ୍ର । ତେଣୁ ରାଜନୀତି ଏବଂ ରାଜନୀତିକ ବ୍ୟକ୍ତିବିଶେଷ କିଭଳି କୁକୁର ବୋଲି ଆପଣଙ୍କ ଅନୁଗୃହୀତ ସରକାରୀ କର୍ମଚାରୀ କହିପାରିଲେ? ଏ ସରକାରୀ କର୍ମଚାରୀ ରାଜ୍ୟ ରାଜକୋଷରୁ ଦରମା ପାଆନ୍ତି ନା ବିଜେଡି ତାଙ୍କୁ ଦରମା ଦିଏ ତାହା ମୁଖ୍ୟମନ୍ତ୍ରୀ ସର୍ବସାଧାରଣରେ ଅବଗତ କରାନ୍ତୁ । ଏଥିରୁ ସ୍ପଷ୍ଟ ଯେ, ଓଡ଼ିଶାର କିଛି ଅଫିସର ଏବେ ବିଜେଡି ସଦସ୍ୟ ହୋଇ କାର୍ଯ୍ୟ କରୁଛନ୍ତି । ଆଗାମୀ ଦିନରେ ଏହା ରାଜନୀତିକ ପ୍ରକ୍ରିୟାରେ ଏକ ବିରାଟ ଅନ୍ତରାୟ ସୃଷ୍ଟି କରିବ । ତେଣୁ ପ୍ରଦୀପ ପାଣିଗ୍ରାହୀ ଏନେଇ ଲେଖିଥିବା ଚିଠିକୁ ତୁରନ୍ତ ଗଣମାଧ୍ୟମ ସମ୍ମୁଖରେ ସାର୍ବଜନୀନ କରନ୍ତୁ ଏବଂ ଶ୍ରୀ ପାଣିଗ୍ରାହୀ ମଧ୍ୟ ତୃତୀୟ ମହଲାର ଏହି ବାବୁଙ୍କ ନାମ ସ୍ପଷ୍ଟ କରନ୍ତୁ ବୋଲି କଂଗ୍ରେସ ଦାବି କରୁଛି ।
ଏହାସହିତ କଂଗ୍ରେସ ଅନ୍ୟ ୯ଟି ପ୍ରଶ୍ନ ମୁଖ୍ୟମନ୍ତ୍ରୀଙ୍କୁ ପଚାରି ତାଙ୍କଠୁ ଉତ୍ତର ଚାହିଁଛିି । ପ୍ରଶ୍ନ ୨ – ୨୦୦୬ ବ୍ରହ୍ମପୁର ମଦମୃତ୍ୟୁ ଘଟଣାରେ ପ୍ରଦୀପ ପାଣିଗ୍ରାହୀଙ୍କ ସଂପର୍କ ଥିବା ସନ୍ଦେହ କରି ତାଙ୍କୁ ବିଜେଡି ତରଫରୁ କୈଫିୟତ ମଗାଯାଇଥିଲା କି ନାହିଁ ଏବଂ ସେତେବେଳେ ତାଙ୍କ ବିରୁଦ୍ଧରେ ଯେଉଁ ଗୁଇନ୍ଦା ରିପୋର୍ଟ ଆସିଥିଲା ତାକୁ ମୁଖ୍ୟମନ୍ତ୍ରୀ ସାର୍ବଜନୀନ କରିବେ କି? ପ୍ରଦୀପ ପାଣିଗ୍ରାହୀ ତାଙ୍କର ପକ୍ଷରେ କେଉଁ ଉତ୍ତର ରଖିଲେ ଯେ ସେତେବେଳେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପରିବର୍ତ୍ତେ ପୁରସ୍କୃତ କରାଗଲା । ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କର ବିଧାନସଭାର ପ୍ରତିନିଧି ସହ ପରବର୍ତ୍ତୀ ଅବସ୍ଥାରେ ଉଚ୍ଚଶିକ୍ଷା ମନ୍ତ୍ରୀ କରାଗଲା ?
ପ୍ରଶ୍ନ ୩ – ଶ୍ରୀ ପାଣିଗ୍ରାହୀଙ୍କ ବାବଦରେ ଅଭିଯୋଗ ଆସିଛି ଯେ ସେ ଗଞ୍ଜାମ ଜିଲ୍ଲାର ୮୦ ଜଣ ମଦ ମାଫିଆଙ୍କ ସହ ଅଛନ୍ତି ଏବଂ ସେମାନଙ୍କ ପାଖରୁ ପ୍ରଚୁର ଅର୍ଥ ସଂଗ୍ରହ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଜ୍ଞାତସାରରେ ସେ ସମ୍ପର୍କ ରଖିଥିଲେ କି? ମଦ ମାଫିଆଙ୍କ ପାଖରୁ ଚାନ୍ଦା ଆଦାୟ ହେଉଥିବାର ଗୁଇନ୍ଦା ବିଭାଗର କିଛି ତଥ୍ୟ ଆସିଥିଲା କି ନାହିଁ? ଯଦି ଆସିନାହିଁ ଏ ରାଜ୍ୟର ଗୃହମନ୍ତ୍ରୀ ଭାବେ ଗୁଇନ୍ଦା ବିଭାଗ କିଭଳି କାର୍ଯ୍ୟ କରୁଛି, ତା’ର ଉତ୍ତରଦାୟିତ୍ୱ ନେବେ କି?
ପ୍ରଶ୍ନ ୪ – ଗତ କିଛିଦିନ ତଳେ ଶ୍ରୀ ପାଣିଗ୍ରାହୀଙ୍କ ଝିଅ ବାହାଘର ପାଇଁ ଉଭୟ ପାଣିଗ୍ରାହୀ ଓ ପାଠକ ପରିବାର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆର୍ଶୀବାଦ ଲୋଡ଼ିଥିଲା । ସେ ସମୟରେ ଉଭୟଙ୍କ କଳା କାରନାମାର ସଂପୃକ୍ତି ମୁଖ୍ୟମନ୍ତ୍ରୀ ଜାଣିଥିଲେ କି ନାହିଁ?
ପ୍ରଶ୍ନ ୫ – ଯଦି ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଭେଟିବାର ଅଧିକାର ମନ୍ତ୍ରୀ ଓ ବିଧାୟକଙ୍କର ନାହିଁ , ତା’ହେଲେ ପାଠକ ପରିବାର କିଭଳି ଓ କାହା ଅନୁମତିରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ତାହା ସର୍ବସାଧାରଣରେ ଜାଣିବା ଜରୁରୀ ।
ପ୍ରଶ୍ନ ୬- କୋଟି କୋଟି ଟଙ୍କା ଠକିଥିବା ଆକାଶ ପାଠକ ୫ ଲକ୍ଷ ଟଙ୍କାର ଚେକ୍ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି, କାହା ନିର୍ଦ୍ଦେଶ ଓ ଅନୁମତିରେ ପାଠକଙ୍କୁ ଅନୁମତି ମିଳିଲା ଓ ସେ ୫ଲକ୍ଷ ଟଙ୍କା କେଉଁଠି ଆଣିଲେ ତା’ର ଖୋଳତାଡ଼ କିପରି ଗୁଇନ୍ଦା ବିଭାଗ କରିନଥିଲା? ଜଣେ ଚୋର ଯଦି ତା’ର ଧନ କାହାକୁ ଦାନ କରେ ବା କାହା ପାଖରେ ଆଣି ରଖେ, ତାହେଲେ ସେ ବ୍ୟକ୍ତି ଆଇନର ପରିସରଭୁକ୍ତ ହେବେ କି ନାହିଁ?
ପ୍ରଶ୍ନ ୭- ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ୨୦୦୪ ରୁ ୨୦୧୪ ପର୍ଯ୍ୟନ୍ତ ଅଭୟକାନ୍ତ ପାଠକ କିଭଳି ରହିଥିଲେ ଓ ଏଭଳି ମୋଟ ୧୦ଟି ପ୍ରଶ୍ନ ପଚାରି କଂଗ୍ରେସ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ଜବାବ ଲୋଡ଼ିଛି ।
ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ, ରଜନୀ ମହାନ୍ତି, ମନୋରଞ୍ଜନ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top