ଭୁବନେଶ୍ୱର, (ଓଡ଼ିଶା ୱେୟାର): ଆଜି ରାଜ୍ୟକୁ ଆସିବ ୨ ଲକ୍ଷ ଡୋଜ୍ କୋଭିସିଲ୍ଡ ଟିକା। ଏବେ ୩.୧ ଲକ୍ଷ କୋଭିସିଲ୍ଡ ଟିକା ରାଜ୍ୟରେ ମହଜୁଦ ଅଛି । ଟିକା ଆସିବା ପରେ ଆସନ୍ତାକାଲିଠାରୁ ରାଜ୍ୟରେ ଭ୍ୟାକ୍ସିନେସନ ସ୍ୱାଭାବିକ ହେବ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ। ଗତକାଲି ରାଜ୍ୟର ୪୨୭ କେନ୍ଦ୍ରରେ ଟିକାକରଣ କରାଯାଇଛି ।
ମୋଟ ୫୬ ହଜାର ଡୋଜ ଦିଆଯାଇଛି । ଆଜି ସେହି ୪୨୭ କେନ୍ଦ୍ରରେ ଟିକାକରଣ ଜାରି ରହିଛି । ଏବେ ପାଖାପାଖି ହଜାରେ ଟିକାକରଣ କେନ୍ଦ୍ର ବନ୍ଦ ରହିଛି। ୮ଟି ଜିଲ୍ଲାରେ ସମ୍ପୂର୍ଣ୍ଣ ଟିକାକରଣ ବନ୍ଦ ଅଛି । ଆଜି ଟିକା ଆସିବା ପରେ ଆସନ୍ତାକାଲିଠାରୁ ଟିକାକରଣ ସ୍ୱାଭାବିକ ହେବ। କିନ୍ତୁ ଯେତିକି ଟିକା ଅଛି ତାହା ମଧ୍ୟ ଦୁଇ ତିନି ଦିନ ଯିବ ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ।


