Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

‘ରାଜ୍ୟପାଳଙ୍କ ଅଭିଭାଷଣରେ ନୂଆ କିଛି ନାହିଁ, କେବଳ ସରକାରଙ୍କ ସଫଳତା କହିଲେ’

ଭୁବନେଶ୍ୱର(ଓଡ଼ିଶା ୱେୟାର):ବିଧାନସଭା ବଜେଟ୍ ଅଧିବେଶନ ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ଅଭିଭାଷଣ ସହ ଆରମ୍ଭ ହୋଇଛି । ସରକାର ନିଜର ସଫଳତାର ଲମ୍ବାଚଉଡ଼ା ହିସାବ ରାଜ୍ୟପାଳଙ୍କ ମୁହଁରେ କୁହାଇଥିବାବେଳେ ସେହି ପୁରୁଣା କଥାଗୁଡ଼ିକୁ ଦୋହରାଇଛନ୍ତି । ଆସନ୍ତା ଆର୍ଥିକ ବର୍ଷରେ ରାଜ୍ୟର ଅର୍ଥନୀତିକ ସ୍ଥିତି କ’ଣ ରହିବ ଓ ସରକାରଙ୍କ ଫୋକସ୍ କେଉଁସବୁ ଦିଗ ପ୍ରତି ରହିବ ସେ ନେଇ କିଛିବି ଆଭାସ ଦେଇନାହାନ୍ତିି । ଏପରିକି କୋଟିଆ ଭଳି ସମ୍ବେଦନଶୀଳ ସୀମାବିବାଦ ପ୍ରସଙ୍ଗ ଓ ରାଜ୍ୟର ଚାଷ ଜମିକୁ ଜଳସେଚନର ସ୍ଥିତି ସମ୍ପର୍କରେ ବି ସରକାର ନିରବ ରହିଛନ୍ତି । ଅବଶ୍ୟ କୋଭିଡ୍ ମହାମାରୀ ସତ୍ତ୍ୱେ ଗତ ଆର୍ଥିକବର୍ଷ ତୁଳନାରେ ଚଳିତବର୍ଷ ଜାନୁୟାରୀ ସୁଦ୍ଧା ରାଜ୍ୟର ରାଜସ୍ୱ ସଂଗ୍ରହ ୭.୩% ଅଧିକ ରହିଥିବା ନେଇ ରାଜ୍ୟପାଳଙ୍କ ଅଭିଭାଷଣରେ ସରକାର ସୂଚନା ଦେଇଛନ୍ତି । ତେବେ ରାଜ୍ୟପାଳଙ୍କ ଅଭିଭାଷଣକୁ ବିରୋଧ କରି ଦୁଇ ବିରୋଧୀ ଦଳ ଯଥା- ପ୍ରଥମେ କଂଗ୍ରେସ ଓ ପରେ ବିଜେପି ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ । ଏପରିକି ଶୋକପ୍ରସ୍ତାବ ଉପରେ ଆଲୋଚନାରେ ବି କଂଗ୍ରେସ ସଦସ୍ୟମାନେ ସାମିଲ ହୋଇନଥିଲେ ।
ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ତାଙ୍କ ଅଭିଭାଷଣ ଆରମ୍ଭ କରିବାପରେ ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟମାନେ ହଟ୍ଟଗୋଳ କରିବା ସହ କକ୍ଷତ୍ୟାଗ କରିଥିଲେ । ରାଜ୍ୟପାଳ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ, କରୋନା ମହାମାରୀ ସତ୍ତ୍ୱେ ରାଜ୍ୟର ଆର୍ଥିକ ସ୍ଥିତି ଭଲ ରହିଛି । ଗତବର୍ଷ ଅର୍ଥାତ୍ ୨୦୨୦ ଜାନୁୟାରୀ ତୁଳନାରେ ଚଳିତବର୍ଷ ଜାନୁୟାରୀ ଶେଷସୁଦ୍ଧା ରାଜ୍ୟର ରାଜସ୍ୱ ସଂଗ୍ରହ ୭.୩% ଅଧିକ ହୋଇଛି । ଚଳିତବର୍ଷ ଜାନୁୟାରୀ ଶେଷସୁଦ୍ଧା ୩୮,୭୬୦କୋଟି ଟଙ୍କାର ରାଜସ୍ୱ ସଂଗ୍ରହ ହୋଇଛି । ସେହିପରି ବିଭିନ୍ନ ବ୍ୟାଙ୍କରେ ପଡ଼ି ରହିଥିବା ପ୍ରାୟ ୨୮୦୦କୋଟି ଟଙ୍କାର ସରକାରୀ ଅର୍ଥକୁ ଫେରସ୍ତ ଅଣାଯାଇଛି । ବକେୟା ରାଜସ୍ୱ ଆଦାୟ ପାଇଁ ଓଟିଏସ(ୱାନଟାଇମ୍ ସେଟେଲମେଣ୍ଟ) ଯୋଜନା ମଧ୍ୟ ଲାଗୁ କରାଯାଇଛି ।
ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ଉନ୍ନତ କରିବା ସହିତ ‘ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା’ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ୫ଟି ମେଡିକାଲ କଲେଜ ଓ ହସ୍ପିଟାଲ ଓ ୭ଟି ଜିଲ୍ଲା ହସ୍ପିଟାଲ ଏବେ ନିର୍ମାଣାଧୀନ ରହିଛି । ୩୫୦୦କୋଟି ଟଙ୍କା ବ୍ୟୟରେ ଏସସିବି ମେଡିକାଲ କଲେଜକୁ ଏମ୍ସ ପ୍ଲସ୍ ଅନୁଷ୍ଠାନ ଭାବେ ପରିବର୍ଦ୍ଧିତ କରାଯାଉଛି ।
ପୂର୍ବ ଭାରତରେ ଓଡ଼ିଶା ଦ୍ରୁତଗତିରେ ପ୍ରମୁଖ ‘ଉତ୍ପାଦନ ହବ୍‌’ ଭାବେ ଉଭା ହୋଇଛି । କରୋନା ମହାମାରୀ ଭିତରେ ବି ରାଜ୍ୟକୁ ୧.୨୦ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଛି । ସ୍ୱାସ୍ଥ୍ୟ, ଅକ୍ଷୟ ଶକ୍ତି, ଷ୍ଟିଲ ଓ ଆଲୁମିନିୟମ, ଆଇଟି ଓ ଫୁଡ୍ ପ୍ରୋସେସିଂ କ୍ଷେତ୍ରରେ ଏହି ସବୁ ନିବେଶ ପ୍ରସ୍ତାବ ଆସିଛି । ଏମଏସଏମଇ କ୍ଷେତ୍ରକୁ ପ୍ରୋତ୍ସାହିତ ପାଇଁ ଇଡକୋ ଏବେ ୧୧୭ଟି ଶିଳ୍ପାଂଚଳ ବିକଶିତ କରୁଛି ।
ସେହିପରି ଗ୍ରାମାଂଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ରାଜ୍ୟ ସରକାର ୪.୭ଲକ୍ଷ ନଳକୂଅ, ୧୩୦୫୦ ପାଇପ ଜଳଯୋଗାଣ ପ୍ରକଳ୍ପ ସ୍ଥାପନ କରିଛନ୍ତି । ଚଳିତ ଆର୍ଥିକ ବର୍ଷରେ ୨୦୯ଟି ସୌରଚାଳିତ ଟ୍ୟୁବୱେଲ୍ ସୁବିଧା କରାଯାଇଛି । ସ୍ୱଚ୍ଛ ଭାରତ ମିଶନ(ଗ୍ରାମୀଣ) ଯୋଜନାରେ ୭୫୦୦କୋଟି ଟଙ୍କା ବ୍ୟୟରେ ୬୬ଲକ୍ଷ ବ୍ୟକ୍ତିଗତ ଶୌଚାଳୟ ନିର୍ମାଣ ହୋଇଛି ଓ ୨୦୧୯ ସେପ୍ଟେମ୍ବରରେ ରାଜ୍ୟ ବାହ୍ୟ ମଳମୁକ୍ତ ଅଂଚଳ ଭାବେ ଘୋଷିତ ହୋଇଛି ।
ଓଡ଼ିଶା ଏବେ ବି ଶକ୍ତି କ୍ଷେତ୍ରରେ ଏକ ବଳକା ରାଜ୍ୟ ରହିଛି । ବିଦ୍ୟୁତ ସରବରାହ ଓ ବଣ୍ଟନ ଭିତ୍ତିଭୂମି ବ୍ୟବସ୍ଥାର ସୁଦୃଢ଼ୀକରଣ ପାଇଁ ରାଜ୍ୟ ସରକାର ଓପିଟିସିଏଲ୍ ଓ ବିତରଣ କମ୍ପାନୀଗୁଡ଼ିକୁ ପାଣ୍ଠି ଯୋଗାଇ ଦେଉଛନ୍ତି । ୨୪ଘଣ୍ଟିଆ ବିଦ୍ୟୁତ ଯୋଗାଣ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ।
ଜଳସଂରକ୍ଷଣ ନିମନ୍ତେ ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନାରେ ୧୬ହଜାର ଆଡ଼ିବନ୍ଧ ନିର୍ମାଣ ହୋଇଛି । ଚାଷୀମାନଙ୍କୁ ୭୯ହଜାର ଗଭୀର ନଳକୂଳ ହସ୍ତାନ୍ତର ସହ ୧୦୯ଟି ମେଗା ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ବୋଲି ରାଜ୍ୟପାଳ ତାଙ୍କ ଅଭିଭାଷଣରେ କହିଥିଲେ ମଧ୍ୟ ରାଜ୍ୟର କେତେ ଚାଷଜମିକୁ ଏପର୍ଯ୍ୟନ୍ତ ଜଳସେଚନ ସୁବିଧା ଦିଆଗଲାଣି ସେ ପ୍ରସଙ୍ଗରେ ନିରବ ରହିଛନ୍ତି ।
ପର୍ଯ୍ୟଟନ କ୍ଷେତ୍ରରେ ୧ଲକ୍ଷ ୨୦ହଜାର ଲୋକଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ଦିଆଯାଇଥିବାବେଳେ ଏହା ଅଧିନସ୍ଥ ଆନୁସଙ୍ଗିକ ସଂଗଠିତ କ୍ଷେତ୍ରର ଅନୂନ୍ୟ ୩ଲକ୍ଷ ଲୋକଙ୍କୁ ନିଯୁକ୍ତି ମିଳିଥିବା ରାଜ୍ୟପାଳ କହିଛନ୍ତି । ପର୍ଯ୍ୟଟନ କ୍ଷେତ୍ର ସହ ଜଡ଼ିତ ଅଣସଂଗଠିତ କ୍ଷେତ୍ର ସମେତ ଏହି କ୍ଷେତ୍ରରେ ମୋଟ ନିଯୁକ୍ତି ୧୦ଲକ୍ଷ ହେବ ବୋଲି ଆକଳନ କରାଯାଇଛି ।
ଏହି ଅଭିଭାଷଣରେ ରାଜ୍ୟପାଳ କେବଳ ସରକାରଙ୍କ ସଫଳତା ଦିଗଗୁଡ଼ିକ କଥା କହିଥିବାବେଳେ କୌଣସି ନୂଆ କଥାର ଆଭାସ ଦେଇନାହାନ୍ତି । ସରକାରଙ୍କ ସଫଳତାର ସମସ୍ତ ପୁରୁଣା କଥାକୁ ଦୋହରାଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top