ଭୁବନେଶ୍ୱର, (ଓଡ଼ିଶା ୱେୟାର): ରାଜ୍ୟରେ କୋଭିଡ୍ ସଂକ୍ରମଣ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇବା ପରେ ରାଜ୍ୟ ସରକାର ଆସନ୍ତାକାଲିଠୁ ରାଜ୍ୟବ୍ୟାପୀ ନାଇଟ୍ କର୍ଫ୍ୟୁ ଲାଗୁ କରିଛନ୍ତି । ଏହାସହିତ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାରେ ସାପ୍ତାହିକ ଶଟଡାଉନ୍ ମଧ୍ୟ ଘୋଷଣା କରିଛନ୍ତି । ତେବେ ପଶ୍ଚିମ ଓଡ଼ିଶାର ୧୦ ଜିଲ୍ଲାରେ ସନ୍ଧ୍ୟା ୬ରୁ ସକାଳ ୫ଟା ପର୍ଯ୍ୟନ୍ତ ଏବଂ ରାଜ୍ୟର ବାକି ୨୦ଟି ଜିଲ୍ଲାରେ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଲାଗୁ ହେବ । ଏହି ନାଇଟ୍ କର୍ଫ୍ୟୁରୁ ଅତ୍ୟାବଶ୍ୟକ ସେବାକୁ ବାଦ୍ ଦିଆଯିବ ।
ଏ ସମ୍ପର୍କରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ମୁଖ୍ୟ ସଚିବ ସୁରେଶ କୁମାର ମହାପାତ୍ର କହିଛନ୍ତି ଯେ, ରାଜ୍ୟରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇବାରେ ଲାଗିଛି । କୋଭିଡ୍ ସଂକ୍ରମଣ ମାମଲା ଦିନକୁ ଦିନ ଭୟଙ୍କର ହେଉଛି ଓ ବ୍ୟାପକ ସଂଖ୍ୟାରେ ସଂକ୍ରମିତ ହେଉଛନ୍ତି । ତେଣୁ ଲୋକଙ୍କ ଜୀବନର ସୁରକ୍ଷାକୁ ଦୃଷ୍ଟିରେ ରଖି କେତେକ ଆବଶ୍ୟକ ପଦକ୍ଷେପ ନେଇଛନ୍ତି । ପୂର୍ବରୁ ସୀମାବ ର୍ୀ ଯେଉଁ ୧୦ଟି ଜିଲ୍ଲା ଯଥା, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ନୂଆପଡ଼ା, କଳାହାଣ୍ଡି, ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁରରେ ରାତି ୯ରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ବଳବ ର ରହିଥିଲା । କିନ୍ତୁ ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାରୁ ସରକାର ଏସବୁ ଜିଲ୍ଲାରେ ରାତି ୯ଟା ପରିବେ ର୍ ସନ୍ଧ୍ୟା ୬ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟକର୍ଫ୍ୟୁ ଲାଗୁ କରିବେ । ଏସବୁ ଜିଲ୍ଲାରେ ପ୍ରତି ଶନିବାର ଓ ରବିବାର ସାପ୍ତାହିକ ଶଟଡାଉନ୍ ହେବ । ତେବେ ଏସବୁ ଏହି ଜିଲ୍ଲାର କେବଳ ସହରାଂଚଳ(ପୌରାଂଚଳ ଓ ଏନଏସି) ପାଇଁ ଲାଗୁ ହେବ ।
ସେହିପରି ଭୁବନେଶ୍ୱର, କଟକ, ପୁରୀ ଆଦି ଜିଲ୍ଲାରେ କରୋନା ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ବାକି ୨୦ଟି ଜିଲ୍ଲାରେ ଆସନ୍ତାକାଲିଠୁ ରାତି ୯ରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟକର୍ଫ୍ୟୁ ଲାଗୁ ହେବ । ଏହି ଜିଲ୍ଲାରେ ମଧ୍ୟ ଅତ୍ୟାବଶ୍ୟକ ସେବାକୁ ଏହି ନାଇଟକର୍ଫ୍ୟୁରୁ ବାଦ୍ ଦିଆଯିବ । ମାଲବାହୀ ପରିବହନ ଯଥାବତ୍ ଜାରି ରହିବ । ସପିଂ ମଲ୍ ଓ ବ୍ୟବସାୟିକ ଦୋକାନ ମଧ୍ୟ ଖୋଲା ରହିବ । କିନ୍ତୁ ମାସ୍କ ଓ ସାମାଜିକ ଦୂରତ୍ୱ ପାଳନ ବାଧ୍ୟତାମୂଳକ ହେବ ।
ଅତ୍ୟାବଶ୍ୟକ ସେବାରେ ନିୟୋଜିତ କର୍ମଚାରୀମାନେ ନିଜ ସଂସ୍ଥାଠୁ ମିଳିଥିବା ପରିଚୟ ପତ୍ର ଦେଖାଇ ସେମାନେ ଯାତାୟତ କରିପାରିବେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ବାର, ହୋଟେଲ ଓ ରେଷ୍ଟୁରା ଆଦିଗୁଡ଼ିକ ନିଜର ୫୦ ପ୍ରତିଶତ କ୍ଷମତାରେ ପରିଚାଳିତ ହେବେ । ଅତ୍ୟାବଶ୍ୟକ ସେବା ଯଥା- ସ୍ୱାସ୍ଥ୍ୟ ସେବା, ଶକ୍ତି, ପାନୀୟ ଜଳ ଯୋଗାଣ, ଏଲପିଜି, ଟେଲିକମ୍ ଆଦି ସମେତ ଅତ୍ୟାବଶ୍ୟକ ସେବା ଜାରି ରହିବ ।
ସରକାର ବ୍ୟବସାୟିକ ଅନୁଷ୍ଠାନକୁ ବନ୍ଦ କରି ଜୀବିକା ପ୍ରଭାବିତ କରିବାକୁ ଚାହୁଁନାହାନ୍ତି । ତେଣୁ ଏସବୁ ଖୋଲା ରହିବ, କିନ୍ତୁ କୋଭିଡ୍ ଗାଇଡଲାଇନ୍କୁ ପାଳନ କରିବାକୁ ପଡ଼ିବ । ଯେଉଁମାନେ ଏହି ନିୟମ ଅମାନ୍ୟ କରିବେ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।


