ଭୁବନେଶ୍ୱର(ଓଡ଼ିଶା ୱେୟାର): ରାଜ୍ୟରେ ଆଜି ୧୯ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୨୫୧କୁ ବୃଦ୍ଧି ପାଇଛି।
ସୂଚନାଯୋଗ୍ୟ, ରାଜ୍ୟରେ ପୁଣି ୧୦ ହଜାର ଉପରେ ଚିହ୍ନଟ ହୋଇଛନ୍ତି ପଜିଟିଭ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦ ହଜାର ୬୪୯ ପଜିଟିଭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୫୭ ଜଣ ଚିହ୍ନଟ ହୋଇଥିବାବେଳେ କଟକ ଦ୍ୱିତୀୟ ସ୍ଥାନରେ ରହିଛି।
କଟକ ଜିଲ୍ଲାରୁ ୨୪ ଘଣ୍ଟା ମଧ୍ୟରେ ୯୩୦ ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାପରେ ରହିଛି ସୁନ୍ଦରଗଡ଼ ଜିଲ୍ଲା । ଏଠାରୁ ୭୭୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳରୁ ୫୫୭, ସମ୍ବଲପୁର ୪୯୪, ମୟୂରଭଂଜରୁ ୪୦୪, ବରଗଡ଼ରୁ ୩୯୧, ଝାରସୁଗୁଡ଼ାରୁ ୩୬୮, ନୟାଗଡ଼ ୩୫୭, ପୁରୀରୁ ୩୩୫, ନୂଆପଡ଼ାରୁ ୩୩୧ ଜଣ ଚିହ୍ନଟ ହୋଇଛନ୍ତି । ଷ୍ଟେଟ୍ ପୁଲ୍ରୁ ୨୬୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୭୬ ହଜାର ୨୯୭କୁ ବୃଦ୍ଧି ପାଇଛି।


