Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ରାଜ୍ୟରେ ଆଜି ୭୭୨୯ କରୋନା ସଂକ୍ରମଣ ଚିହ୍ନଟ, ଜୀବନ ଗଲା ୩୯

ଭୁବନେଶ୍ୱର(ଓଡ଼ିଶା ୱେୟାର):
ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୭୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୩୩୧ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୩୩୯୮ଟି ହେଉଛି ଲୋକାଲ୍ କେସ୍‌। ସେହିପରି ରାଜ୍ୟରେ ଆଉ ୩୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୬୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୭୨୦, ଅନୁଗୋଳରୁ ୪୪୯, ମୟୂରଭଞ୍ଜରୁ ୪୪୨ ଓ ବାଲେଶ୍ୱର ଜିଲ୍ଲାରୁ ୪୨୬ ଜଣ ଆକ୍ରାନ୍ତ ହୋଇଛନ୍ତି।

ବରଗଡ଼ ଜିଲ୍ଲାରୁ ୧୮୯ ଜଣ ଚିହ୍ନଟ ହୋଇଥିବା ବେଳେ ଭଦ୍ରକରୁ ୨୮୭, ବଲାଙ୍ଗିରରୁ ୬୧, ବୌଦ୍ଧରୁ ୧୨୮, ଦେବଗଡ଼ରୁ ୭୨, ଢେଙ୍କାନାଳରୁ ୨୫୨, ଗଜପତିରୁ ୬୮, ଗଞ୍ଜାମରୁ ୧୫୩, ଜଗତସିଂହପୁରରୁ ୨୫୫, ଯାଜପୁରରୁ ୩୮୮, ଝାରସୁଗୁଡ଼ାରୁ ୭୧, କଳାହାଣ୍ଡିରୁ ୧୬୭, କନ୍ଧମାଳରୁ ୫୨, କେନ୍ଦ୍ରାପଡ଼ାରୁ ୨୨୩, କେନ୍ଦୁଝରରୁ ୧୬୬, କୋରାପୁଟରୁ ୧୮୫, ମାଲକାନଗିରିରୁ ୧୦୪, ନବରଙ୍ଗପୁରରୁ ୨୧୯, ନୟାଗଡ଼ରୁ ୨୧୯, ନୂଆପଡ଼ାରୁ ୪୮, ପୁରୀରୁ ୩୩୩, ରାୟଗଡ଼ାରୁ ୩୧୦, ସମ୍ବଲପୁରରୁ ୧୬୧, ସୋନପୁରରୁ ୬୧ ଓ ସୁନ୍ଦରଗଡ଼ରୁ ୨୭୦ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍ ପୁଲ୍‌ରୁ ୧୮୮ ଜଣ ଚିହ୍ନଟ ହୋଇଛନ୍ତି।

୭୭୨୯ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୯୮ ହଜାର ୬୯୯ରେ ପହଞ୍ଚିଯାଇଛି। ସେମାନଙ୍କ ମଧ୍ୟରୁ ୭ ଲକ୍ଷ ୧୩ ହଜାର ୦୫୫ ଜଣ ସୁସ୍ଥ ହୋଇସାରିଲେଣି। ୮୨ ହଜାର ୬୭୯ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top