ଭୁବନେଶ୍ୱର(ଓଡ଼ିଶା ୱେୟାର):ରାଜ୍ୟରେ ପୁଣିଥରେ ନବୀନ ପଟ୍ଟନାୟକ ନେତୃତ୍ୱାଧୀନ ବିଜେଡି ପଞ୍ଚମଥର ପାଇଁ କ୍ଷମତାସୀନ ହେବାକୁ ଯାଉଛି। ଆଜି ପ୍ରକାଶିତ ନିର୍ବାଚନ ଫଳାଫଳ ଅନୁସାରେ, ବିଜେଡିକୁ ୧୧୨କୁ ସିଟ୍ ମିଳିଥିବାବେଳେ ବିଜେପିକୁ ୨୩ ଓ କଂଗ୍ରେସକୁ ୯ଟି ସିଟ୍ ମିଳିଛି। ସିପିଏମକୁ ଗୋଟିଏ ଓ ସ୍ୱାଧୀନ ସଦସ୍ୟଙ୍କୁ ଗୋଟିଏ ସିଟ୍ ମିଳିଛି। ଏହାସହିତ କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ଏନଡିଏ ମଧ୍ୟ ସ୍ପଷ୍ଟ ବହୁମତ ସହ ଦ୍ୱିତୀୟ ଥର କ୍ଷମତାସୀନ ହେବାକୁ ଯାଉଛି।







