ଦିନକୁ ଦିନ ରାଜ୍ୟରେ ବଢ଼ିବାରେ ଲାଗିଛି ବେକାର ଇଂଜିନିୟର ସଂଖ୍ୟା । ଆଇଟିଆଇ ଓ ଡିପ୍ଲୋମା ଇଂଜିନିୟରିଂ ପାଠ ପଢ଼ି ମିଳୁନି ଚାକିରି। ଯାହାକୁ ନେଇ ବୈଷୟିକ ଶିକ୍ଷାର ଭାଗ୍ୟ ଭବିଷ୍ୟ ଏବେ ଅନ୍ଧାରକରମୟ ହୋଇଉଠିଛି। ଆଜି ବିଧାନସଭା ଗୃହରେ ଧ୍ରୁବ ସାହୁଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ସ୍ୱାଇଁ। ସେ କହିଛନ୍ତି ରାଜ୍ୟରେ ମାଳ ମାଳ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲୁଛି ହେଲେ ନିଯୁକ୍ତି ଅଭାବରୁ ବେକାରୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଆଇଟିଆଇ ଓ ଡିପ୍ଲୋମା ପଢ଼ି ଚାକିରି ଅପେକ୍ଷାରେ ୭୯,୫୫୮ ଆଶାୟୀ ।୩୪,୦୧୮ ଜଣ ଆଇଟିଆଇ ଓ ୪୩,୪୬୩ ଡିପ୍ଲୋମା ପଢ଼ି ଚାକିରି ଅପେକ୍ଷାରେ ରହିଛନ୍ତି ।


