ରାଜ୍ୟରେ ଏବେ ବି ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଯାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗ୍ରୀଷ୍ମ ଛୁଟିକୁ ଆଉ ୩ ଦିନ ବଢ଼େଇଛନ୍ତି। ଆସନ୍ତା ୨୧ ତାରିଖରେ ଖୋଲିବ ରାଜ୍ୟର ସମସ୍ତ ସ୍କୁଲ। ସ୍କୁଲ ଛୁଟି ନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସୂଚନା।
ଅନ୍ୟପଟେ ଯେଉଁ ଜିଲ୍ଲାରେ ପାଗ ଅନୁକୂଳ ରହିବ ସେହି ଜିଲାରେ ସକାଳ ୬ଟା ରୁ ୧୦ ଟା ପର୍ଯ୍ୟନ୍ତ ସ୍କୁଲ ଖୋଲା ରହିବା ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।


