Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ରାଜ୍ୟସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡିର ୩ପ୍ରାର୍ଥୀ

ଭୁବନେଶ୍ୱର : ବିଜେଡିର ୩ଜଣ ପ୍ରାର୍ଥୀ ଆଜି ରାଜ୍ୟସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପ୍ରଥମ ପ୍ରାର୍ଥୀ ଭାବେ ପ୍ରଶାନ୍ତ ନନ୍ଦ, ଦ୍ୱିତୀୟ ପ୍ରାର୍ଥୀ ଭାବେ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ତୃତୀୟ ପ୍ରାର୍ଥୀ ଡଃ ଅଚ୍ୟୁତ ସାମନ୍ତ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବିଧାନସଭାର ୫୪ନମ୍ବର ପ୍ରକୋଷ୍ଠରେ ରାଜ୍ୟସଭା ପାଇଁ ନିଯୁକ୍ତ ରିଟର୍ଣ୍ଣିଂ ଅଫିସର୍ ରାଜେଶ ପ୍ରଭାକର ପାଟିଲଙ୍କ ନିକଟରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଦଳର ଏହି ୩ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପ୍ରତ୍ୟେକ ପ୍ରାର୍ଥୀ ୨ ସେଟ୍ ଲେଖାଏ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ଦଳର ସଭାପତି ଶ୍ରୀ ପଟ୍ଟନାୟକ ସମସ୍ତ ୩ଜଣ ପ୍ରାର୍ଥୀଙ୍କ ପ୍ରସ୍ତାବକ ରହିଛନ୍ତି । ଦଳର ବରିଷ୍ଠ ନେତା ଓ ମନ୍ତ୍ରୀମାନେ ଏହି ଅବସରରେ ଉପସ୍ଥିତ ଥିଲେ ।ଭୁବନେଶ୍ୱର : ବିଜେଡିର ୩ଜଣ ପ୍ରାର୍ଥୀ ଆଜି ରାଜ୍ୟସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପ୍ରଥମ ପ୍ରାର୍ଥୀ ଭାବେ ପ୍ରଶାନ୍ତ ନନ୍ଦ, ଦ୍ୱିତୀୟ ପ୍ରାର୍ଥୀ ଭାବେ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ତୃତୀୟ ପ୍ରାର୍ଥୀ ଡଃ ଅଚ୍ୟୁତ ସାମନ୍ତ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବିଧାନସଭାର ୫୪ନମ୍ବର ପ୍ରକୋଷ୍ଠରେ ରାଜ୍ୟସଭା ପାଇଁ ନିଯୁକ୍ତ ରିଟର୍ଣ୍ଣିଂ ଅଫିସର୍ ରାଜେଶ ପ୍ରଭାକର ପାଟିଲଙ୍କ ନିକଟରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଦଳର ଏହି ୩ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପ୍ରତ୍ୟେକ ପ୍ରାର୍ଥୀ ୨ ସେଟ୍ ଲେଖାଏ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ଦଳର ସଭାପତି ଶ୍ରୀ ପଟ୍ଟନାୟକ ସମସ୍ତ ୩ଜଣ ପ୍ରାର୍ଥୀଙ୍କ ପ୍ରସ୍ତାବକ ରହିଛନ୍ତି । ଦଳର ବରିଷ୍ଠ ନେତା ଓ ମନ୍ତ୍ରୀମାନେ ଏହି ଅବସରରେ ଉପସ୍ଥିତ ଥିଲେ । ପ୍ରାର୍ଥୀପତ୍ର ଦାଖଲ ପରେ ସାମ୍ବାଦିକମାନଙ୍କୁ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଦଳର ପ୍ରାର୍ଥୀମାନେ ଦିଲ୍ଲୀ ଦରବାରରେ ଓଡ଼ିଶାର ସ୍ୱାର୍ଥ ପ୍ରସଙ୍ଗରେ ଦୃଢ଼ ସ୍ୱର ଉତ୍ତୋଳନ କରିବେ । ସେହିପରି ଶ୍ରୀ ନନ୍ଦ କହିଛନ୍ତି ଯେ ୬/୭ଦିନ ତଳେ ମୁଖ୍ୟମନ୍ତ୍ରୀ ସମସ୍ତ ସାଂସଦଙ୍କୁ ଡାକି କେଉଁ ପ୍ରସଙ୍ଗକୁ ସେମାନେ ସଂସଦରେ ଉଠାଇବେ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି । ପୋଲାଭରମ, ମହାନଦୀ, ରେଳବାଇ ଜୋନ୍ ଅବା କେନ୍ଦ୍ରର ଓଡ଼ିଶା ପ୍ରତି ଅବହେଳା ଆଦି ପ୍ରସଙ୍ଗକୁ ପୁଙ୍ଖାନୁପୁଙ୍ଖ ଆଲୋଚନା ହେଉଛି । ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗରେ ମଧ୍ୟ ଦାବି ଉପସ୍ଥାପନ କରାଯିବ ବୋଲି ସେ କହିଛନ୍ତି । ସେହିପରି ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ଏବେ ସଂସଦରେ ୬ବର୍ଷ କାଳ ରହିବାର ସମୟ ମିଳିବ । ଓଡ଼ିଶାର ଦୀର୍ଘସୂତ୍ରୀ ବିକାଶକୁ ଦୃଷ୍ଟିରେ ରଖି ବିଭିନ୍ନ ପ୍ରସଙ୍ଗରେ ସେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଉଦ୍ୟମ କରିବେ । ଦୀର୍ଘଦିନର ଖବରକାଗଜର ଲୋକ ଭାବେ, ଓଡ଼ିଶାକୁ ଭଲ ପାଉଥିବା ଜଣେ ବ୍ୟକ୍ତି ଭାବେ ବିବେକ ବୁଦ୍ଧି ଯାହା ଅଛି ଓଡ଼ିଶାର ସ୍ୱାର୍ଥ ପ୍ରସଙ୍ଗରେ ସେ ସ୍ୱର ଉତ୍ତୋଳନ କରିବେ । ସମାଲୋଚନା କରାଯିବା ପ୍ରସଙ୍ଗରେ ସେ କହିଥିଲେ ଯେ, ସମାଲୋଚନା ତାଙ୍କୁ ଅଧିକ ସଚେତନ କରିବ । ସେହିପରି ଡଃ ସାମନ୍ତ କହିଥିଲେ ଯେ, ଶିକ୍ଷା ଓ ଆଦିବାସୀ ପ୍ରସଙ୍ଗରେ ସେ ଦୀର୍ଘଦିନ ଧରି କାମ କରୁଛନ୍ତି । ସେହି ପ୍ରସଙ୍ଗକୁ ସଂସଦରେ ଉଠାଇବେ । ଏହା ବ୍ୟତୀତ ଦଳ ଯେଉଁ ପ୍ରସଙ୍ଗ ଉଠାଇବା ପାଇଁ କହିବ ତାହା ସେ ଉଠାଇବେ ବୋଲି କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top