Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ରାଜ୍ୟ ଘରୋଇ ବସ୍ ଧର୍ମଘଟ ପ୍ରତ୍ୟାହୃତ

ଭୁବନେଶ୍ୱର୍ :  ରାଜ୍ୟ ସରକାର ଓ ଘରୋଇ ବସ୍ ମାଲିକ ସଂଘ ମଧ୍ୟରେ ଆଲୋଚନା ପରେ ଅପରାହ୍ନ ୫ଟା ପରଠାରୁ ବସ୍ ଚଳାଚଳ ସ୍ୱାଭାବିକ ହୋଇଛି । ୧୧ ଦଫା ଦାବିରେ ବୁଧବାର ସକାଳ ୬ଟାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ରାଜ୍ୟବ୍ୟାପୀ ଘରୋଇ ବସ୍ ଧର୍ମଘଟ ହୋଇଥିଲା, ଯାହା ସନ୍ଧ୍ୟାରେ ପ୍ରତ୍ୟାହୃତ ହୋଇଛି । ଭୁବନେଶ୍ୱର୍ :  ରାଜ୍ୟ ସରକାର ଓ ଘରୋଇ ବସ୍ ମାଲିକ ସଂଘ ମଧ୍ୟରେ ଆଲୋଚନା ପରେ ଅପରାହ୍ନ ୫ଟା ପରଠାରୁ ବସ୍ ଚଳାଚଳ ସ୍ୱାଭାବିକ ହୋଇଛି । ୧୧ ଦଫା ଦାବିରେ ବୁଧବାର ସକାଳ ୬ଟାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ରାଜ୍ୟବ୍ୟାପୀ ଘରୋଇ ବସ୍ ଧର୍ମଘଟ ହୋଇଥିଲା, ଯାହା ସନ୍ଧ୍ୟାରେ ପ୍ରତ୍ୟାହୃତ ହୋଇଛି ।  ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ମୁଖପାତ୍ର ଦେବାଶିଷ ନାୟକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ,  ଘରୋଇ ବସ୍ ନିମନ୍ତେ ଟୋଲ୍ ଫି ଛାଡ଼, ସିଟି ବସ୍ର ରୁଟ୍ ଚାର୍ଟରେ ପାରଦର୍ଶିତା, ମୋଟର ଯାନ ଟିକସ ବୃଦ୍ଧିକୁ ପ୍ରତ୍ୟାହାର ଆଦି ୧୧ଦଫା ଦାବିରେ ୧୪ତାରିଖ ସକାଳ ୬ଟାରୁ ରାଜ୍ୟବ୍ୟାପୀ ଧର୍ମଘଟ ନିମନ୍ତେ ଘରୋଇ ବସ୍ ମାଲିକ ସଂଘ ଘୋଷଣା କରିଥିଲା । ଘରୋଇ ବସ୍ ମାଲିକ ସଂଘ ଓ ରାଜ୍ୟ ପରିବହନ ମନ୍ତ୍ରୀଙ୍କ ମଧ୍ୟରେ ମଙ୍ଗଳବାର ଆଲୋଚନା ସତ୍ତେ୍ୱ ସମାଧାନ ରାସ୍ତା ବାହାରି ପାରିନଥିଲା  । ରାଜ୍ୟ ସରକାର ସମସ୍ତ ଦାବି ମାନିନେବା ପରେ ରାଜ୍ୟବ୍ୟାପୀ ବସ୍ ଧର୍ମଘଟକୁ ପ୍ରତ୍ୟାହାର କରିନିଆଯାଇଛି । ଅପରାହ୍ନ ୫ଟା ପରଠାରୁ ବସ୍ ଚଳାଚଳ ସ୍ୱାଭାବିକ ହୋଇଛି । ମଙ୍ଗଳବାର ପରିବହନ ମନ୍ତ୍ରୀ ଡଃ ନୃସିଂହ ସାହୁଙ୍କ ସହ ସଂଘର ଆଲୋଚନାବେଳେ ସରକାର ଅଧିକାଂଶ ଦାବିକୁ ମାନିନେଇଥିଲେ । ବୁଧବାର ମଧ୍ୟାହ୍ନରେ ପୁଣିଥରେ ସଂଘ କର୍ମକର୍ତ୍ତାଙ୍କ ସହ ପରିବହନ ମନ୍ତ୍ରୀ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ଆଲୋଚନାବେଳେ ସିଟି ବସ୍ ଚଳାଚଳକୁ ନେଇ ରହିଥିବା ବିବାଦର ସମାଧାନ ହୋଇଛି । ଆସନ୍ତା ୩ମାସ ପର୍ଯ୍ୟନ୍ତ ରାଜ୍ୟ ସରକାର କୌଣସି ସିଟି ବସ୍କୁ ଚଳାଚଳ ପାଇଁ ନୂଆ ରୁଟ୍ ପରମିଟ୍ ଦେବେ ନାହିଁ । ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବେ ଓ ସେହି କମିଟିର ରିପୋର୍ଟ ଆଧାରରେ ସିଟି ବସ୍ ଚଳାଚଳକୁ ସୁବ୍ୟବସ୍ଥିତ କରାଯିବ । ସରକାର ପ୍ରାୟତଃ ସମସ୍ତ ଦାବିକୁ ନେଇ ସକରାତ୍ମକ ଆଭିମୁଖ୍ୟ ପୋଷଣ କରିଥିବାରୁ ବସ୍ ଧର୍ମଘଟକୁ ପ୍ରତ୍ୟାହାର କରାଯାଇଛି ବୋଲି ଶ୍ରୀ ନାୟକ କହିଛନ୍ତି । ସେହିପରି ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଥିଲେ ଯେ, ଘରୋଇ ବସ୍ ମାଲିକ ସଂଘ ସହ ବୈଠକ ସଫଳ ହୋଇଛି । ସିଟି ବସ୍ ଚଳାଚଳକୁ ନେଇ ଯେଉଁ ବିବାଦ ରହିଥିଲା ତା’ର ସମ୍ପୂର୍ଣ୍ଣ ସମାଧାନ ୩ମାସ ପରେ ହୋଇଯିବ । ଏବେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ନିଷ୍ପତ୍ତି ହୋଇଛି ଓ କମିଟି ହିଁ ରୁଟ୍ ପରମିଟ୍ ଆଦି ପ୍ରସଙ୍ଗରେ ତା’ର ରିପୋର୍ଟ ଦେବ । ସୂଚନାଯୋଗ୍ୟ ଯେ ଆଜି ସକାଳୁ ଘରୋଇ ବସ୍ ଧର୍ମଘଟରେ ପ୍ରାୟ ୧୭ହଜାର ଘରୋଇ ବସ୍ ସାମିଲ ହୋଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top