ଭୁବନେଶ୍ୱର: ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଭାବେ ଆଜି ଆଉ ୫ଜଣ ବିଜେଡି ନେତାଙ୍କୁ ନିଯୁକ୍ତି ମିଳିଛି । ଏହାଫଳରେ ଯୋଜନା ବୋର୍ଡରେ ଉପାଧ୍ୟକ୍ଷଙ୍କୁ ମିଶାଇ ମୋଟ ୯ଜଣ ବିଜେଡି ନେତାଙ୍କୁ ଥଇଥାନ କରାଯାଇଛି ।ଭୁବନେଶ୍ୱର: ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଭାବେ ଆଜି ଆଉ ୫ଜଣ ବିଜେଡି ନେତାଙ୍କୁ ନିଯୁକ୍ତି ମିଳିଛି । ଏହାଫଳରେ ଯୋଜନା ବୋର୍ଡରେ ଉପାଧ୍ୟକ୍ଷଙ୍କୁ ମିଶାଇ ମୋଟ ୯ଜଣ ବିଜେଡି ନେତାଙ୍କୁ ଥଇଥାନ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ଜାରି ହୋଇଥିବା ସୂଚନା ଅନୁସାରେ ପାଟକୁରା ବିଧାୟକ ବେଦପ୍ରକାଶ ଅଗ୍ରୱାଲ, ସମ୍ବଲପୁର ବିଧାୟିକା ଡାକ୍ତର ରାସଶ୍ୱେରୀ ପାଣିଗ୍ରାହୀ, ଭୁବନେଶ୍ୱରର ଡାକ୍ତର ଶରତ ମିଶ୍ର, କୋରାପୁଟର କମଳା ପୂଜାରୀ ଓ ରାୟଗଡ଼ାର ସୁଧୀର ଦାଶଙ୍କୁ ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ଭାବେ ନିଯୁକ୍ତି ମିଳିଛି । ଏହା ପୂର୍ବରୁ ମାର୍ଚ୍ଚ ୮ ତାରିଖରେ କାକଟପୁରର ପୂର୍ବତନ ବିଧାୟକ ରବି ମଲ୍ଲିକ, ବାଲେଶ୍ୱରର ଗରିଶ ଚନ୍ଦ୍ର ଦାସ ଓ କୋରାପୁଟର ଈଶ୍ୱର ପାଣିଗ୍ରାହୀଙ୍କୁ ଯୋଜନା ବୋର୍ଡ ସଦସ୍ୟ ଭାବେ ନିଯୁକ୍ତି ମିଳିଥିଲା । ଯୋଜନା ବୋର୍ଡର ଉପାଧ୍ୟକ୍ଷ ଭାବେ ବିଷ୍ଣୁ ଦାସ କାର୍ଯ୍ୟ କରୁଛନ୍ତି । ଯୋଜନା ବୋର୍ଡର ସଦସ୍ୟ ଭାବେ ସେମାନଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ଭଳି ସୁବିଧାସୁଯୋଗ ଓ ବାର୍ଷିକ ଅତିରିକ୍ତ ୧ କୋଟି ଟଙ୍କାର ପାଣ୍ଠି ବିନିଯୋଗର କ୍ଷମତା ମିଳିବ ବୋଲି ସୂଚନା ମିଳିଛି । ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ବିଜେଡି ନେତାମାନଙ୍କୁ ଯୋଜନା ବୋର୍ଡର ସଦସ୍ୟ ଭାବେ ଥଇଥାନ କରାଯାଇଛି ।


