Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବର୍ଜନ: ବିରୋଧୀଙ୍କୁ ସମର୍ଥନ ଦେବନି ବିଜେଡି

ଭୁବନେଶ୍ୱର(ଓଡ଼ିଶା ୱେୟାର): କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ପ୍ରତ୍ୟାହାର ଦାବି ଓ ଦିଲ୍ଲୀରେ ଚାଷୀଙ୍କ ଟ୍ରାକ୍ଟର ର‌୍ୟାଲିରେ ହିଂସାକାଣ୍ଡ ପ୍ରତିବାଦରେ ଆସନ୍ତାକାଲି ସଂସଦର ବଜେଟ୍ ଅଧିବେଶନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣକୁ କଂଗ୍ରେସ ସମେତ ୧୬ଟି ବିରୋଧୀ ଦଳ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛି । ତେବେ ବିରୋଧୀଙ୍କ ଏହି ବର୍ଜନରେ ବିଜେଡି ସାମିଲ ହେବ ନାହିଁ ବୋଲି ଜଣାପଡ଼ିଛି ।
ଦଳର ରାଜ୍ୟସଭା ସାଂସଦ ତଥା ମୁଖପାତ୍ର ସସ୍ମିତ ପାତ୍ର ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଆସନ୍ତାକାଲିଠୁ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହେଉଛି । ରାଷ୍ଟ୍ରପତିଙ୍କ ଅଭିଭାଷଣବେଳେ ବିଜେଡି ସାଂସଦମାନେ ଉପସ୍ଥିତ ରହିବେ ବୋଲି ସେ କହିଛନ୍ତି ।
ଅନ୍ୟପକ୍ଷରେ ମିଳିଥିବା ସୂଚନା ଅନୁସାରେ, ଦଳର ଏଭଳି ଆଭିମୁଖ୍ୟକୁ ନେଇ ବିଜେଡି ସାଂସଦମାନଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । କୃଷି ଆଇନକୁ ବିଜେଡି ବିରୋଧ କରୁଥିଲେ ମଧ୍ୟ ସିଧାସଳଖ କେନ୍ଦ୍ରର ଏନଡିଏ ସରକାର ବିରୁଦ୍ଧରେ ପ୍ରତିବାଦର ସ୍ୱର ଉଠାଇବାକୁ ସତସାହାସ କରିପାରୁନି । ଯେଉଁଥିପାଇଁ ସଂସଦ ଅଧିବେଶନ ପୂର୍ବରୁ ବସିଥିବା ଦଳର ଉଭୟ ଲୋକସଭା ଓ ରାଜ୍ୟସଭା ସାଂସଦଙ୍କ ବୈଠକରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କୃଷି ଆଇନ ସମ୍ପର୍କରେ ମୁହଁ ଖୋଲି ନଥିଲେ । କେବଳ ଚାଷୀଙ୍କ ସ୍ୱାର୍ଥ ପାଇଁ ଦଳ କାମ କରୁଛି ଓ ସ୍ୱାମୀନାଥନ୍ କମିଶନ ରିପୋର୍ଟକୁ ଲାଗୁ କରିବା ନିମନ୍ତେ କେନ୍ଦ୍ର ସରକାରଙ୍କ ଉପରେ ଚାପ ସୃଷ୍ଟି କରିବାକୁ ପରାମର୍ଶ ଦେଇଥିଲେ । ଆଉ କୃଷି ଆଇନକୁ ସିଧାସଳଖ ବିରୋଧ କରିବା ପରିବର୍ତ୍ତେ ଏହାକୁ ଅଧିକ ତର୍ଜମା ପାଇଁ ସିଲେକ୍ଟ କମିଟିକୁ ପଠାଇବାର ଆବଶ୍ୟକତା ରହିଛି ବୋଲି କହି ବିଜେଡି ସାଂସଦମାନେ ନିଜର ଉତ୍ତରଦାୟିତ୍ୱ ଶେଷ କରିବେ ବୋଲି ଜଣାପଡ଼ିଛି ।
କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଦ୍ୱିତୀୟ ପାଳି ସରକାରକୁ ବିଜେଡି ସର୍ବଦା ଅଯାଚିତ ସମର୍ଥନ ଯୋଗାଇ ଦେଇଆସିଛି । ଉଭୟ କଂଗ୍ରେସ ଓ ବିଜେପିଠୁ ସମଦୂରତ୍ୱ କଥା କହୁଥିବା ବିଜେଡି କିନ୍ତୁ କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ସରକାରକୁ ଯେଭଳି ଢଙ୍ଗରେ ପ୍ରସଙ୍ଗଭିତ୍ତିକ ସମର୍ଥନ ଯୋଗାଇ ଆସୁଛି ତାହା ଦୁଇ ଦଳ ମଧ୍ୟରେ ଥିବା ଅଘୋଷିତ ସମ୍ପର୍କ ଆଡ଼କୁ ଇଙ୍ଗିତ କରୁଛି ।
ଯେଉଁଥିପାଇଁ କଂଗ୍ରେସ ନେତୃତ୍ୱରେ ୧୬ଟି ଦଳ ଯଥା ଏନସିପି,ଡିଏମକେ, ତୃଣମୂଳ କଂଗ୍ରେସ, ଶିବସେନା, ସମାଜବାଦୀ ପାର୍ଟି, ଆରଜେଡି, ସିପିଆଇ, ସିପିଏମ, ଇଣ୍ଡିଆନ ମୁସଲିମ୍ ଲିଗ, ଆରଏସପି, ଏମଡିଏମକେ,ପିଡିପି,ଏନସି ଭଳି ଦଳ ଆସନ୍ତାକାଲି ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବର୍ଜନ କରିବାକୁ ନିଷ୍ପତ୍ତି ନେଇଥିଲେ ମଧ୍ୟ ଅଣଏନଡିଏ ଦଳ ବିଜେଡି ଏହାକୁ ସମର୍ଥନ କରିନାହିିଁ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top