ମୁମ୍ବାଇ: ଭେଟେରାନ ଅଭିନେତା ଦିଲୀପ କୁମାର ହସ୍ପିଟାଲରେ ଭର୍ତ୍ତି । ତାଙ୍କୁ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତିି କରାଯାଇଛି । କୁହାଯାଉଛି ଯେ, ସେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଡାକ୍ତର ଜଲାଲ ପାରକର ତାଙ୍କ ଚିକିତ୍ସା କରୁଥିବା ସୂଚନା ମିଳିଛି ।
ଏହା ପୂର୍ବରୁ ମଧ୍ୟ ଗତ ମାସରେ ଦିଲୀପ କୁମାର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ରୁଟିନ୍ ଚେକ୍ଅପ୍ ପାଇଁ ତାଙ୍କୁ ହସ୍ପିଟାଲ ଅଣାଯାଇଥିଲା, ଏନେଇ ତାଙ୍କ ପତ୍ନୀ ସାଏରା ବାନୋ ସୂଚନା ଦେଇଥିଲେ । ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଦିଲୀପ କୁମାରଙ୍କ ପ୍ରତି ମାସରେ ରୁଟିନ୍ ଚେକ୍ଅପ୍ ହୁଏ ।


