Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ରୋଷେଇ ଘରେ ମହଙ୍ଗା ମାଡ଼, ଖାଉଟି ହେଲେଣି ହନ୍ତସନ୍ତ

ଭୁବନେଶ୍ବର,(ଓଡ଼ିଶା ୱେୟାର): ରୋଷେଇ ଘରେ ମହଙ୍ଗା ମାଡ଼ । ପରିବା ବଜାରରେ ନିଆଁ । କାର୍ତ୍ତିକ ମାସ ପୂର୍ବରୁ ଆକାଶଛୁଆଁ ପରିବା ଦର । ରାଜଧାନୀରେ ୫୦ ଛୁଇଁଛି ପିଆଜ । ପୂର୍ବରୁ କେଜି ୩୦ ଟଙ୍କା ଥିବାବେଳେ ଏକାଥରେ ୨୦ ଟଙ୍କା ବଢି ୫୦ରେ ପହଂଚିଛି । ଏହାସହ ୫୦ ଟଙ୍କା ଉପରେ ସବୁ ପରିବା । ବଜାରରେ ବିନସ୍‌ କେଜି ୧୨୦ ଟଙ୍କା । ପୋଟଳ ୮୦, ବାଇଗଣ ୬୦, ଜହ୍ନି ୫୦ ଓ ଟମାଟୋ କେଜି ୫୦ରୁ ୬୦ ଟଙ୍କା ରହିଛି । ଏପରିକି କାକୁଡି କେଜି ୫୦ ଟଙ୍କା । କେଜିଏ ବଦଳରେ ଅଧା କେଜି କିଣୁଛନ୍ତି ଖାଉଟି । ୫ଶହ ଟଙ୍କାରେ ବି ଭର୍ତ୍ତି ହେଉନି ବ୍ୟାଗ୍‌ । ଯାହାକୁ ନେଇ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।
ମହାରାଷ୍ଟ୍ର, ବେଙ୍ଗାଳୁରୁ ଓ ଆନ୍ଧ୍ରପ୍ରଦେଶରେ ଲଗାଣ ବର୍ଷା ଯୋଗୁ ପିଆଜ ଦର ବଢିଛି ବୋଲି କୁହାଯାଇଛି । ନୂଆ ପିଆଜ ଅମଳ ବିଳମ୍ବିତ ହେବାରୁ ମରାଠୀ ଓ ଆନ୍ଧ୍ର ପାଇକାରୀ ବେପାରୀ ଗୋଦାମରେ ମାଲ୍‌ ଚାପି ରଖିଛନ୍ତି । ବଜାରକୁ ଆବଶ୍ୟକତାରୁ କମ୍‌ ପରିମାଣର ପିଆଜ ଛାଡି କୃତ୍ରିମ ଅଭାବ ସୃଷ୍ଟି କରୁଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top