Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ଲୋକାୟୁକ୍ତ ଗଠନ ପ୍ରସଙ୍ଗରେ ଗୃହରେ ମତ ରଖିଲେ ସରକାର

ଭୁବନେଶ୍ୱର : ଲୋକାୟୁକ୍ତ ଗଠନରେ ବିଳମ୍ବକୁ ନେଇ ଗତ ୩ଦିନ ଧରି ବିଧାନସଭାରେ ବିରୋଧୀ ଦଳ ସଦସ୍ୟମାନଙ୍କ ଦ୍ୱାରା ଅଚଳାବସ୍ଥା ସୃଷ୍ଟି କରାଯିବା ପରେ ଆଜି ରାଜ୍ୟ ସରକାର ଏହି ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ସୁପ୍ରିମକୋର୍ଟରେ ଲୋକାୟୁକ୍ତ ମାମଲା ବିଚାରାଧୀନ ରହିଛି ଓ ଏହି ମାମଲାରେ କୋର୍ଟଙ୍କ ରାୟକୁ ଅନୁଧ୍ୟାନ କରିବା ପରେ ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ରାଜ୍ୟ ସରକାର ଆଜି ଗୃହକୁ ଅବଗତ କରାଇଛନ୍ତି । ସରକାରଙ୍କ ଏହି ସ୍ପଷ୍ଟୀକରଣ ପରେ ଗୃହରେ ସ୍ୱାଭାବିକ ସ୍ଥିତି ଫେରିଛି ।
ଆଜି ପ୍ରଶ୍ନକାଳ ସରିବା ପରେ ବାଚସ୍ପତି ପ୍ରଦୀପ କୁମାର ଅମାତ୍ ଲୋକାୟୁକ୍ତ ଗଠନ ପ୍ରସଙ୍ଗରେ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ୍ଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଶ୍ରୀ ଆରୁଖ୍ କହିଥିଲେ ଯେ, ବିଭିନ୍ନ ରାଜ୍ୟରେ ଲୋକାୟୁକ୍ତ ଗଠନ ସମ୍ପର୍କିତ ମାମଲା ସୁପ୍ରିମକୋର୍ଟଙ୍କ ବିଚାରାଧୀନ ରହିଛି । ଏହି ମାମଲାରେ ସୁପ୍ରିମକୋର୍ଟଙ୍କ ରାୟକୁ ଓଡ଼ିଶା ସରକାର ଅନୁଧ୍ୟାନ କରିବା ପରେ ଉପଯୁକ୍ତ ପଦକ୍ଷେପ ନେବେ । ଅପରପକ୍ଷରେ ଏହି ପ୍ରସଙ୍ଗରେ ଗୃହ ବାହାରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ, ଲୋକାୟୁକ୍ତ ଗଠନକୁ ନେଇ ବିରୋଧୀ ଦଳ ଯେଉଁ ପ୍ରଶ୍ନ ପଚାରିଥିଲା ତା’ର ଉତ୍ତର ସରକାରଙ୍କ ପାଖରେ ନାହିଁ । ସେଥିପାଇଁ ସେମାନେ ସୁପ୍ରିମକୋର୍ଟଙ୍କ ଶରଣ ନେଇଛନ୍ତି । ସୁପ୍ରିମକୋର୍ଟରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧୨ତାରିଖରେ ରହିଛି । ଲୋକାୟୁକ୍ତ କାର୍ଯ୍ୟ କରୁଛି କି ନାହିଁ ସେନେଇ ସତ୍ୟପାଠ ଦାଖଲ କରିବାକୁ ମୁଖ୍ୟ ସଚିବଙ୍କୁ ସୁପ୍ରିମକୋର୍ଟ କହିଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଯାହା ରହିଛି ସେଥିରେ ରାଜ୍ୟରେ ଲୋକାୟୁକ୍ତ କାର୍ଯ୍ୟ କରୁନି ବୋଲି ସରକାର କହିବା ପାଇଁ ବାଧ୍ୟ ହେବେ । ସେହିପରି ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି, ଲୋକାୟୁକ୍ତ ଗଠନ ପ୍ରସଙ୍ଗରେ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ଉତ୍ତର ସନ୍ତୋଷଜନକ ନୁହେଁ । ମୁଖ୍ୟମନ୍ତ୍ରୀ ଗୃହକୁ ଆସି ବିବୃତ୍ତି ରଖିବା କଥା । ମନ୍ତ୍ରୀ ବୟାନ ଦେଇଛନ୍ତି ଯେ ସୁପ୍ରିମକୋର୍ଟଙ୍କ ରାୟକୁ ସରକାର ଅପେକ୍ଷା କରିଛନ୍ତି । ଏହା ଆସିବା ବେଳକୁ ଓ ତାକୁ ଅନୁଧ୍ୟାନ କରୁକରୁ ଏ ସରକାରର କାର୍ଯ୍ୟକାଳ ସରିଯାଇଥିବ । ଯଦିଓ ମନ୍ତ୍ରୀଙ୍କ ଉତ୍ତରରେ ବିଜେପି ସନ୍ତୁଷ୍ଟ ନୁହେଁ, ତଥାପି ଗୃହରେ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବାରେ ଆମେ ସହଯୋଗ କରିବୁ । ସେହିପରି ସରକାରୀ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ କହିଛନ୍ତି ଯେ, ଲୋକପାଳ ଓ ଲୋକାୟୁକ୍ତ ପ୍ରସଙ୍ଗରେ ସ୍ଥିତି କ’ଣ ତାହା ସୁପ୍ରିମ୍କୋର୍ଟ ଜାଣିବାକୁ ଚାହିଁଛନ୍ତି । ରାଜ୍ୟଗୁଡ଼ିକ ମଧ୍ୟ ସୁପ୍ରିମକୋର୍ଟଙ୍କ ରାୟକୁ ଅପେକ୍ଷା କରିଛନ୍ତି । ସେଥିପାଇଁ ଲୋକାୟୁକ୍ତ ଗଠନ ବିଳମ୍ବ ହୋଇଛି । ସରକାରଙ୍କ ଆନ୍ତରିକତା ରହିଛି ଓ ଏନେଇ ଆଇନ ଅଣାଯାଇସାରିଛି । ଏଥିପାଇଁ କିଛି ସମୟ ଲାଗିବ ବୋଲି ଶ୍ରୀ ଶତପଥୀ କହିଛନ୍ତି । ସୂଚନାଯୋଗ୍ୟ ଲୋକାୟୁକ୍ତ ଗଠନରେ ବିଳମ୍ବକୁ ନେଇ ଗୃହରେ ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟମାନେ ଗତ ୩ଦିନ ଧରି ହଟ୍ଟଗୋଳ କରିଥିଲେ । ଏଥିଯୋଗୁ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିଲା । ବୁଧବାର ବାଚସ୍ପତି ଶ୍ରୀ ଅମାତ୍ ଗୃହରେ ଅଚଳାବସ୍ଥା ଏଡ଼ାଇବାକୁ ପାଇଁ ସର୍ବଦଳୀୟ ବୈଠକ ଡାକିଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top