ପୁଣି ନକ୍ସଲଙ୍କ ବର୍ବର କାଣ୍ଡ ଦେଖିବାକୁ ମିଳିଛି । ଛତିଶଗଡ଼ରେ ସିଆରପିଏଫ୍ ଓ ଡିଆର୍ଜି ଯବାନଙ୍କ କମ୍ବିଂ ଅପରେସନ ବେଳେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରିଛନ୍ତି ନକ୍ସଲ । ଫଳରେ ଘଟଣାସ୍ଥଳରେ ୨ ଯବାନ ସହିଦ ହୋଇଥିବା ବେଳେ ବିସ୍ଫୋରଣରେ ୪ ଜଣ ଯବାନ ଗୁରୁତର ଭାବେ ଆହତ ହୋଇଛନ୍ତି। ଗୁରୁତରଙ୍କୁ ତୁରନ୍ତ ଉଦ୍ଧାର କରି ସାଥି ଯବାନମାନେ ରାୟପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରିଛନ୍ତି।
ମୃତ ଯବାନ ଦ୍ବୟ ଏସଟିଏଫ ବାଟାଲିୟନର କନେଷ୍ଟବଳ ଭାରତ ସାହୁ ଏବଂ ସତେର ସିଂହ କାଙ୍ଗେ।ତେବେ ନିଜ ରାଗ ସୁଝାଇବା ପାଇଁ ବିଜାପୁର ଜିଲ୍ଲା ତାରେମ ଥାନା ମାଣ୍ଡିମାର୍କା ଜଙ୍ଗଲରେ ନକ୍ସଲମାନେ ଏହି ବିସ୍ଫୋରଣ ଘଟାଇଥିବା ଜଣାପଡିଛି। ଘଟଣାସ୍ଥଳରେ ସୁରକ୍ଷା କର୍ମୀ ପହଞ୍ଚି ସର୍ଚ୍ଚ ଅପେରସନ ଜୋରଦାର କରୁଥିବା ସୂଚନା ମିଳିଛି ।


