ମୁମ୍ବାଇ: ଚାରିଆଡେ ଏବେ କରୋନାର ଦ୍ୱିତୀୟ ଲହର ଜାରି ରହିଛି। ଦ୍ରୁତଗତିରେ ମାଡି ଚାଲିଛି ମହାମାରୀ। ଏଥିରୁ ବଲିଉଡ ଏବଂ ଟିଭି ଇଣ୍ଡଷ୍ଟ୍ରି ମଧ୍ୟ ବାଦ୍ ପଡିନି। ବହୁ ଚର୍ଚ୍ଚିତ ଟିଭି ସିରିଏଲ୍ ଫଅନୁପମା’ ଉପରେ ଏବେ କରୋନା ଚଡକ ପଡିଛି। ଏହି ଶୋ’ର ଆଉ ଦୁଇ ଜଣ ଲିଡ୍ ଅଭିନେତ୍ରୀ କରୋନାରେ ଆକ୍ରାନ୍ତ ହୋଇଥିବା ଖବର ସାମ୍ନାକୁ ଆସିଛି।
ଫଅନୁପମା’ଙ୍କ ଶାଶୁ ତଥା ଅଭିନେତ୍ରୀ ଅଳ୍ପନା ବୁଚ୍ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଫଅନୁପମା’ଙ୍କ ବହୂ କିଞ୍ଜଲ ଓରଫ୍ ନିଧି ଶାହ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ଉଭୟ ନିଜ ନିଜ ଇନ୍ଷ୍ଟାଗ୍ରମରେ ଫଟୋ ସେଆର କରି ସୂଚନା ଦେଇଛନ୍ତି।


