Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଶିମିଳିପାଳ ଆଜିବି ଜଳୁଛି, କୁଲଡ଼ିହା ଅଭୟାରଣ୍ୟ ପରିଦର୍ଶନରେ ଗଲେ କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ୱର(ଓଡ଼ିଶା ୱେୟାର): ପ୍ରାୟ ଏକମାସ ଧରି ଜଳୁଥିବା ଶିମିଳିପାଳ ଜଙ୍ଗଲରେ ଆଜିବି ନିଆଁକୁ ଲିଭାଯାଇପାରିନି । ଶିମିଳିପାଳ ଜଙ୍ଗଲରେ ଆଜି ବି ୪ଟି ସ୍ଥାନରେ ନିଆଁ ଜଳୁଥିବାବେଳେ ରାଜ୍ୟର ୩୪୧ଟି ସ୍ଥାନରେ ଜଙ୍ଗଲରେ ନିଆଁ ଲାଗଛି । ସେପଟେ ଓଡ଼ିଶା ଆସିଥିବା କେନ୍ଦ୍ରୀୟ ଟିମ୍ ଶିମିଳିପାଳ ଗସ୍ତ ପରେ ଏବେ କୁଲଡ଼ିହା ବନ୍ୟଜନ୍ତୁ ଅଭୟାରଣ୍ୟରେ କ୍ଷେତ୍ର ଅଧିକାରୀମାନଙ୍କ ସହ ଅଗ୍ନି ପ୍ରଭାବିତ ଅଂଚଳ ପରିଦର୍ଶନ କରୁଥିବା ନେଇ ରାଜ୍ୟସ୍ତରୀୟ ଟାସ୍କଫୋର୍ସ ଅଧ୍ୟକ୍ଷ ସନ୍ଦୀପ ତ୍ରିପାଠୀ ସୂଚନା ଦେଇଛନ୍ତି ।
ଗଣମାଧ୍ୟମକୁ ସୂଚନା ଦେଇ ରାଜ୍ୟସରକାରଙ୍କ ଦ୍ୱାରା ଗଠିତ ଟାସ୍କଫୋର୍ସ ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ହାଇଦ୍ରାବାଦସ୍ଥିତ ନ୍ୟାସନାଲ ରିମୋଟ ସେନ୍ସିଂ ସେଣ୍ଟର ରିପୋର୍ଟ ଅନୁସାରେ ଶିମିଳିପାଳ ଜଙ୍ଗଲରେ ନିଆଁ ଲାଗିବା କାର୍ଯ୍ୟ ସମ୍ପୂର୍ଣ୍ଣ ହ୍ରାସ ପାଇଛି । ଡେରାଡୁନସ୍ଥିତ ଏଫଏସଆଇର ସୂଚନା ଅନୁସାରେ ଗତକାଲି ୭୦୧ଟି ଜଙ୍ଗଲ ଆଲର୍ଟ ସ୍ଥାନରେ ଆଜି ରାଜ୍ୟର ୩୪୧ଟି ଜଙ୍ଗଲ ଅଗ୍ନି ସତର୍କ ସୂଚନା ରହିଛି । ରାଜ୍ୟରେ ଜଙ୍ଗଲ ନିଆଁ ପରିସ୍ଥିତି ଆୟତ୍ତାଧୀନ ରହିଛି । ରାଜ୍ୟରେ ଜଙ୍ଗଲ ନିଆଁ ପରିଚାଳନା ପାଇଁ ସରକାର ଓ ଟାସ୍କଫୋର୍ସ ଦ୍ୱାରା କ୍ଷେତ୍ର ଅଧିକାରୀଙ୍କ ସହ ନିଆଁର ସ୍ଥିତିର କ୍ରମାଗତ ତଦାରଖ ଓ ସମୀକ୍ଷା ଜାରି ରହିଛି । ଜଙ୍ଗଲ ଭିତରେ ରାତ୍ରି ପାଟ୍ରୋଲିଂ ସମେତ ଅନ୍ୟ ସମସ୍ତ ପାଟ୍ରୋଲିଂକୁ ଅଧିକ ତ୍ୱରାନ୍ୱିତ କରାଯାଇଛି । ପିସିସିଏଫଙ୍କ କାର୍ଯ୍ୟାଳୟର ଓଡ଼ିଶା ଫରେଷ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ ମାଧ୍ୟମରେ ୨୪ଘଣ୍ଟିଆ ପର୍ଯ୍ୟବେକ୍ଷଣ କରାଯାଉଛି । ଅଗ୍ନିଶମ ଅଧିକାରୀଙ୍କ ସମେତ ୮ଟି ଓଡ୍ରାଫ ଟିମର ୨୦୦ଜଣ ଓ କଙ୍ଘଲ କର୍ମଚାରୀ ନିଆଁକୁ ଆୟତ୍ତ କରିବା କାର୍ଯ୍ୟରେ ଏବେ ନିୟୋଜିତ ଅଛନ୍ତି । ଜଙ୍ଗଲରେ ନିଆଁକୁ ଆୟତ୍ତ କରିବାରେ ସକ୍ରିୟ ଭୂମିକା ଗ୍ରହଣ କରିଥିବା ସ୍ଥାନୀୟ କିମ୍ବା ଭିଏସଏସ୍ ସଦସ୍ୟଙ୍କୁ ପ୍ରୋତ୍ସାହନ ପ୍ରଦାନ ଓ ସ୍ଥାନୀୟ ସମୁଦାୟର ଲୋକଙ୍କୁ ଆବଶ୍ୟକତା ଅନୁସାରେ ପୁରସ୍କାର ପ୍ରଦାନ କରି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ କରିବା ପାଇଁ ବନଖଣ୍ଡ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜଙ୍ଗଲ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ମୋନା ଶର୍ମା ଗତ ୧୦ ଓ ୧୧ତାରିଖରେ ଶିମିଳିପାଳ ଜଙ୍ଗଲ ଅଂଚଳ ଗସ୍ତ କରି ସ୍ଥାନୀୟ ଜନସାଧାରଣ ଓ ବନଅଧିକାରୀଙ୍କ ସହ ଆଲୋଚନା କରି ଫେରିଛନ୍ତି । ଏବେ ମୋଟ ଉପରେ ନିଆଁ ଆୟତ୍ତାଧୀନ ରହିଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top