Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଜଙ୍ଗଲରେ ୧୪୨୮ଟି ସ୍ଥାନରେ ନିଆଁ ଲାଗିଛି: ସରକାର

ଭୁବନେଶ୍ୱର(ଓଡ଼ିଶା ୱେୟାର):ଶିମିଳିପାଳ ଜଙ୍ଗଲରେ ଗତ କିଛିଦିନ ଧରି ଲାଗିଥିବା ନିଆଁକୁ ଲିଭାଇବାରେ ବିଫଳ ହୋଇଥିବା ରାଜ୍ୟ ସରକାର ଏବେ ଟାସ୍କଫୋର୍ସ ଗଢ଼ିବା ସହ ଓଡ୍ରାଫ ଟିମକୁ ମୁତୟନ କରି ସଂରକ୍ଷିତ ଜଙ୍ଗଲକୁ ସୁରକ୍ଷିତ ରଖିବାକୁ ପ୍ରୟାସ ଆରମ୍ଭ କରିଛନ୍ତି । ତେବେ ଗତ ୩୦ଦିନ ମଧ୍ୟରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଜଙ୍ଗଲରେ ମୋଟ ୧୪୨୮ଟି ସ୍ଥାନରେ ନିଆଁ ଲାଗିଥିଲା ଓ ଏହି ସମସ୍ତ ନିଆଁକୁ ଲିଭାଇବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ଜଙ୍ଗଲ ବିଭାଗ ପକ୍ଷରୁ କୁହାଯାଇଛି ।
ଆଜି ଜଙ୍ଗଲ ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ, ଫେବୃୟାରୀ ୧୫ରୁ ଜୁନ୍ ୧୫ତାରିଖ ପର୍ଯ୍ୟନ୍ତ ‘ଅଗ୍ନି ଋତୁ’ ଭାବେ ବିବେଚନା କରାଯାଏ ଓ ଚଳିତବର୍ଷ ଉଚ୍ଚ ତାପମାତ୍ରା ସହ ଶୁଖିଲା ପାଗ ଯୋଗୁ ଜଙ୍ଗଲରେ ନିଆଁ ଲାଗିବା ବୃଦ୍ଧି ପାଇଛି । ଶିମିଳିପାଳ ଅଂଚଳରେ ନିଆଁଲିଭା କାର୍ଯ୍ୟରେ ମୋଟ ୧୧୭୫ଜଣ ନିୟୋଜିତ ହୋଇଛନ୍ତି ଓ ସେମାନଙ୍କୁ ୨୯୫ଟି ଅଗ୍ନି ନିର୍ବାପକ ଯନ୍ତ୍ର ମଧ୍ୟ ଯୋଗାଇ ଦିଆଯାଇଛି । ୩୦୦ଟି ସ୍ଥାନରେ ସ୍ଥାନୀୟ ଲୋକଙ୍କୁ ସାମିଲ କରି ସଚେତନତା ସୃଷ୍ଟି ସହ ଶିମିଳିପାଳ ଅଭୟାରଣ୍ୟ ଅଂଚଳରେ ନିଆଁକୁ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ୩୫୯୧ କିମି ଫାୟାର ଲାଇନ ସୃଷ୍ଟି କରାଯିବା ସହ ୪୦ଟି ନିଆଁଲିଭା ଗାଡ଼ି ବ୍ୟବହାର କରାଯାଉଛି । ୨୦୨୦-୨୧ ଆର୍ଥିକ ବର୍ଷରେ ‘ଅଗ୍ନି ଋତୁ’ ଆରମ୍ଭ ହେବା ପୂର୍ବରୁ ଅଗ୍ନି ନିୟନ୍ତ୍ରଣ ପାଇଁ ଶିମିଳିପାଳ ଅଂଚଳରେ ୨.୧୪କୋଟି ଟଙ୍କା ଦିଆଯାଇଛି । ନିଆଁ ଲିଭାଇବା ପାଇଁ ମୋଟ ୨.୨୮କୋଟି ଦିଆଯାଇଥିବାବେଳେ ୭ଜଣ ସହ ବନ ସଂରକ୍ଷକଙ୍କୁ ଶିମିଳିପାଳର ବିଭିନ୍ନ ସ୍ଥାନରେ ନୋଡାଲ ଅଫିସର ଭାବେ ନିୟୋଜିତ କରାଯାଇଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।
ଯେଉଁମାନେ ଜଙ୍ଗଲ ମଧ୍ୟରେ ମନ୍ଦ ଉଦ୍ଦେଶ୍ୟ ରଖି ନିଆଁ ଲଗାଉଛନ୍ତି ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି ।
ଅନ୍ୟପକ୍ଷରେ ଆଜି ଗଠିତ ହୋଇଥିବା ରାଜ୍ୟସ୍ତରୀୟ ଟାସ୍କଫୋର୍ସର ପ୍ରଥମ ବୈଠକ ପରେ ଜାରି ହୋଇଥିବା ପ୍ରେସ୍ ରିଲିଜ୍ ଅନୁସାରେ ବୃଷ୍ଟିହୀନତା ପାଇଁ ହଠାତ୍ ରାଜ୍ୟବ୍ୟାପୀ ଜଙ୍ଗଲରେ ନିଆଁ ଲାଗିବାର ଆଶଙ୍କା ଦେଖାଦେଇଛି । ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ପାଇଁ ୬ହଜାରରୁ ଅଧିକ କର୍ମଚାରୀଙ୍କୁ ମୁତୟନ କରାଯାଇଛି । ରାଜ୍ୟର ପ୍ରଧାନ ମୁଖ୍ୟ ବନସଂରକ୍ଷକ ଓ ପ୍ରଧାନ ମୁଖ୍ୟ ବନସଂରକ୍ଷକ(ବନ୍ୟପ୍ରାଣୀ)ଙ୍କ ଅଫିସରେ ୨ଟି ୨୪ଘଣ୍ଟିଆ ନିଆଁ ଲିଭା ତଦାରଖ ସେଲ୍ କାର୍ଯ୍ୟ କରୁଛି । ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ନିଆଁ ଲାଗିବା ଘଟଣା ଉପରେ ନଜର ରଖିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top