ଭୁବନେଶ୍ୱର: ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍ସି) ସଦସ୍ୟ ଭାବେ ଶୁଭେନ୍ଦୁ କୁମାର ରାୟଙ୍କୁ ନିଯୁକ୍ତି ମିଳିଛି । ଶ୍ରୀ ରାୟ ଓଡ଼ିଶା ବ୍ରିଜ୍ କନଷ୍ଟ୍ରକ୍ସନ୍ କର୍ପୋରେସନ(ଓବିସିସି) ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ । ସେ ସରକାରୀ ଚାକିରୀରୁ ଅବସର ନେବା ପରେ ତାଙ୍କୁ ଏହି ପଦରେ ନିଯୁକ୍ତି ମିଳିଛି । ଶ୍ରୀ ରାୟ ପୂର୍ବରୁ ପୂର୍ତ୍ତ ବିଭାଗର ସଚିବ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ ।


