Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ଶେଷ ପର୍ଯ୍ୟାୟ ଭୋଟ୍ : ଗଡ଼ ରକ୍ଷା ପାଇଁ ବିଜେଡିର କସରତ୍

ଭୁବନେଶ୍ୱର(ଓଡ଼ିଶା ୱେୟାର): ଆସନ୍ତା ୨୯ତାରିଖରେ ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜେଡି ଏବେଠୁ ଜୋରଦାର କସରତ ଆରମ୍ଭ କରିଦେଇଛି। ଶେଷ ପର୍ଯ୍ୟାୟରେ ରାଜ୍ୟର ୬ଟି ଲୋକସଭା ଓ ୪୧ଟି ବିଧାନସଭା ଆସନରେ ଭୋଟଗ୍ରହଣ ହେବ। ଏହି ୬ଟି ଲୋକସଭା ଆସନକୁ ବିଜେଡି ନିଜର ଗଡ଼ ଭାବେ ବିବେଚନା କରୁଥିବାରୁ ଏହାକୁ ରକ୍ଷା ପାଇଁ ଏବେ କଳବଳ କୌଶଳ ଲଗାଇ ଦେଇଛି। ଷ୍ଟାର ପ୍ରଚାରକ ଭାବେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରୋଡ୍ ଶୋ’ ଓ ଜନସଭା କରାଇ ଦଳ ଗଡ଼ରକ୍ଷାର ଶେଷ ପ୍ରୟାସ କରୁଥିବାବେଳେ ବିଜେପି କିନ୍ତୁ ନିଜର ଜାତୀୟସ୍ତରର ନେତା ଓ ଧୂଆଁଧାର ପ୍ରଚାର ମାଧ୍ୟମରେ ବିଜେଡିର ଗଡ଼ରେ ଛିଦ୍ର କରିବାର ରଣନୀତି ପ୍ରସ୍ତୁତ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୫ବର୍ଷର ଶାସନକୁ ଭିତ୍ତି କରି ବିଜେପି ଏବେ ଉପକୂଳର ଏହି ଆସନଗୁଡ଼ିକରେ ନିଜର ସ୍ଥିତି ଜାହିର କରିବାକୁ ପ୍ରୟାସ ଜୋରଦାର କରିଛି।
ତିନି ପର୍ଯ୍ୟାୟର ଭୋଟ ସରିବା ପରେ ବିଜେଡି ନେତାମାନେ ଏବେ ନିର୍ବାଚନ ହେବାକୁ ଥିବା ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଲୋକସଭା ଆସନ ତଥା ଏହା ଅନ୍ତର୍ଗତ ସମସ୍ତ ବିଧାନସଭା ମଣ୍ଡଳୀରେ ଡେରା ପକାଇଛନ୍ତି। ପ୍ରତ୍ୟେକ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ନିଜର ସମସ୍ତ ଛାମୁଆ ସଂଗଠନର ନେତାମାନଙ୍କୁ ଦଳ ସପକ୍ଷରେ ଭୋଟ ଭିକ୍ଷା ଓ ପ୍ରଚାର କାର୍ଯ୍ୟକୁ ଜୋରଦାର କରିବାକୁ ନିର୍ଦ୍ଦେଶ ଦେଇଛି। ଏପଟେ ଦଳର ମହିଳା ସଂଗଠନର ନେତ୍ରୀମାନେ ଏସବୁ ନିର୍ବାଚନମଣ୍ଡଳୀରେ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ନିକଟରେ ପହଞ୍ôଚ ସେମାନଙ୍କୁ ପ୍ରଭାବିତ କରିବାର ସମସ୍ତ ପ୍ରୟାସ ଜାରି କରିଛି। ବିଜେଡି ଏବେ ନିର୍ବାଚନ ଶେଷ ହୋଇଥିବା ରାଜ୍ୟର ଅନ୍ୟ ଜିଲ୍ଲାରେ ଥିବା ନିଜର ସମସ୍ତ ନେତାମାନଙ୍କୁ ଏସବୁ ଲୋକସଭା ଆସନରେ ଦଳ ପାଇଁ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛି । ଉପକୂଳ ଓଡ଼ିଶାରେ ବିଜେପିର ପ୍ରଭାବ ଦିନକୁ ଦିନ ବୃଦ୍ଧି ପାଇବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ‘ଅଣ୍ଡର କରେଣ୍ଟ’ କାର୍ଯ୍ୟ କରୁଥିବାରୁ ବିଜେଡି ବିଚଳିତ ହୋଇପଡ଼ିଥିବା ରାଜନୀତିକ ବିଶ୍ଲେଷକମାନେ ମତ ଦେଇଛନ୍ତି। ତା’ଛଡ଼ା ବିଜେଡିର ହେଭିୱେଟ୍ ନେତା ଯଥା ଡାକ୍ତର ଦାମୋଦର ରାଉତ, ବୈଜୟନ୍ତ ପଣ୍ଡା, ଅର୍ଜୁନ ସେଠୀ ଓ ରଘୁନାଥ ମହାନ୍ତି ଆଦି ଏବେ ବିଜେପି କ୍ୟାମ୍ପରେ ଥିବାବେଳେ ଅଭିଜ୍ଞ ନେତା ବିଜୟ ମହପାତ୍ର ମଧ୍ୟ ଏବେ ଉପକୂଳରେ ବିଜେଡିକୁ କଡ଼ା ଟକ୍କର ଦେବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି। ବିଜେପିର ଏହି ବରିଷ୍ଠ ନେତାମାନେ ବିଜେଡିର ଗଡ଼ରେ ଛିଦ୍ର କରାଇ ଦଳ ସପକ୍ଷରେ ଅଧିକ ଆସନ ଆଣି ନିଜ ନିଜର ପତିଆରା ଦେଖାଇବା ପାଇଁ ଜୋରଦାର ଉଦ୍ୟମ କରୁଛନ୍ତି।
ଉଭୟ ବିଜେଡି ଓ ବିଜେପି ଏବେ ଶେଷ ପର୍ଯ୍ୟାୟ ନିର୍ବାଚନକୁ ସମ୍ମାନର ପ୍ରଶ୍ନ ଭାବେ ବିବେଚନା କରି ମଇଦାନକୁ ଓହ୍ଲାଇଥିବାବେଳେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଏହି ଦୁଇ ଦଳ ଏବେ ସବୁ ପ୍ରକାରର ଉଦ୍ୟମ କରିବାରେ ଲାଗିଛନ୍ତି। ଶେଷ ପର୍ଯ୍ୟାୟରେ ନିର୍ବାଚନ ହେଉଥିବା ୬ ଲୋକସଭା ଆସନରେ ପ୍ରଥମଥର ପାଇଁ ବିଜେଡିକୁ ଦୀର୍ଘ ଦୁଇ ଦଶନ୍ଧି ମଧ୍ୟରେ ଏଭଳି କଡ଼ା ମୁକାବିଲାର ସମ୍ମୁଖୀନ ହେବାକୁ ପଡ଼ିଛି। ବିଜେପିର ପ୍ରଭାବକୁ ରୋକିବା ପାଇଁ ବିଜେଡି ଏବେ ପ୍ରତ୍ୟେକ ବିଧାନସଭା ଆସନକୁ ୫ରୁ ୬ଟି ଜୋନରେ ବିଭକ୍ତ କରି ଜଣେ ଲେଖାଁଏ ବରିଷ୍ଠ ନେତାଙ୍କୁ ଭୋଟ ସଂଗ୍ରହ ଓ ପ୍ରଚାରର ମଙ୍ଗ ଧରିବାର ଦାୟିତ୍ୱ ଦେଇଛି।
କେନ୍ଦ୍ରାପଡ଼ାରେ ବିଜେପି ସାଂସଦ ବୈଜୟନ୍ତ ପଣ୍ଡା ଓ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ଯୋଡ଼ିଙ୍କ ସଫଳ ରଣନୀତି ବିଜେପି ଜିଲ୍ଲାରେ ଅଧିକ ଆସନରେ ଜିତାଇବାର ସମ୍ଭାବନା ଥିବାରୁ ବିଜେଡି ଏବେ ଜିଲ୍ଲାର ସମସ୍ତ ବିଧାନସଭା ଆସନରେ ନିଜର ନେତାମାନଙ୍କୁ ମୁତୟନ କରିଛି। ଆସିକାରୁ ଦଳର ଲୋକସଭା ପ୍ରାର୍ଥୀ ପ୍ରମିଳା ବିଶୋୟୀଙ୍କୁ ବିଜେଡି ଏବେ କେନ୍ଦ୍ରାପଡ଼ାରେ ମୁତୟନ କରିଥିବାବେଳେ ଗଞ୍ଜାମ ଜିଲ୍ଲାର ଅଧିକାଂଶ ନେତା ଯଥା ଚନ୍ଦ୍ରଶେଖର ସାହୁ, ବିକ୍ରମ କେଶରୀ ପଣ୍ଡା, ପ୍ରଦୀପ ପାଣିଗ୍ରାହୀ, ଦୈତାରୀ ବେହେରା, ଲତିକା ପ୍ରଧାନ, ଶ୍ରୀକାନ୍ତ ସାହୁ, ସୁବାସ ବେହେରା ଆଦିଙ୍କୁ କେନ୍ଦ୍ରାପଡ଼ାରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
କେବଳ କେନ୍ଦ୍ରାପଡ଼ା ନୁହେଁ ଜଗତସିଂହପୁର ଜିଲ୍ଲାରେ ମଧ୍ୟ ରାଜେନ୍ଦ୍ର ସାହୁ, ବିଭୂତିଭୂଷଣ ବଳବନ୍ତରାୟ, ସୁଶାନ୍ତ ରାଉତ, ଭୂପିନ୍ଦର ସିଂଙ୍କ ସମେତ ଅନ୍ୟ ବରିଷ୍ଠ ନେତାମାନଙ୍କୁ ମୁତୟନ କରାଯାଇଛି। ଆଜି ମଧ୍ୟ ଆଉ କିଛି ନେତା ଜଗତସିଂହପୁରରେ ପହଞ୍ôଚଥିବାର ଖବର ମିଳିଛି। ମୟୂରଭଞ୍ଜ ଜିଲ୍ଲାରେ ଅରୁଣ ସାହୁଙ୍କ ସମେତ ୩୦ରୁ ୩୫ଜଣ ଜିଲ୍ଲା ବାହାରର ବରିଷ୍ଠ ନେତା ଡେରା ପକାଇଛନ୍ତି। ଯାଜପୁରରେ ଅଶୋକ ଚନ୍ଦ୍ର ପଣ୍ଡା ଓ ତାଙ୍କ ଟିମ୍ ଡେରା ପକାଇଥିବା ଜଣାପଡ଼ିଛି। ବାଲେଶ୍ୱର ଓ ଭଦ୍ରକରେ ମଧ୍ୟ ପ୍ରାୟ ୪୦ଜଣ ଜିଲ୍ଲା ବାହାରର ନେତା ମୁତୟନ ହୋଇଥିବା ସୂଚନା ମିଳିଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top