Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ମହାନଗର

ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ସମ୍ପନ୍ନ ପାଞ୍ଚଘଣ୍ଟା ଦର୍ଶନ ବନ୍ଦ

ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ସମ୍ପନ୍ନ
ପାଞ୍ଚଘଣ୍ଟା ଦର୍ଶନ ବନ୍ଦ
ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଆଜି ଶ୍ରୀମନ୍ଦିରରେ ଜନ୍ମାଷ୍ଟମୀ ନୀତି ସମ୍ପନ୍ନ ହୋଇଛି । ଭକ୍ତିପୂତ ପରିବେଶ ମଧ୍ୟରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ପାଳିତ ହୋଇଛି । ଏହି ଉପଲକ୍ଷେ ବହୁ ସଂଖ୍ୟାରେ ଭକ୍ତ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜିଉମାନଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ । ଜନ୍ମାଷ୍ଟମୀ ପାଇଁ ଉପବାସ କରିଥିବା ମହିଳାମାନେ ପ୍ରତ୍ୟୁଷରୁ ଶୁଚିମନ୍ତ ହୋଇ ପୂଜାର୍ଚ୍ଚନା କରିବା ସହ ଶ୍ରୀମନ୍ଦିରରେ ପୂଜା କରିଥିଲେ । ଆଜି ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ମନ୍ଦିରରେ ପ୍ରବଳ ଜନସମାଗମ ହୋଇଥିଲା । ଦୀର୍ଘସମୟ ଧରି ଦର୍ଶନ ବନ୍ଦ ରହିବ ବୋଲି ପୂର୍ବରୁ ଘୋଷଣା କରାଯାଇଥିବାରୁ ପୂର୍ବାହ୍ଣରେ ଭିଡ଼ ପରିଲକ୍ଷିତ ହୋଇଥିଲା । ସନ୍ଧ୍ୟାଧୂପ ବେଶ ସମୟରେ ଶ୍ରୀବିଗ୍ରହମାନଙ୍କୁ ଅଳଙ୍କାର ଲାଗି କରାଯାଇଥିଲା । ପରେ ଅପରାହ୍ଣ ୫ଟା୨୫ରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ଭଣ୍ଡାର ଘର ଆଗରେ ଶୁଦ୍ଧ ସୁଆରମାନେ ପୋଛା ମାରିଥିଲେ । ପଞ୍ଚବର୍ଣ୍ଣ ମୁରୁଜରେ ପୂଜାପଣ୍ଡା ଭଦ୍ରମଣ୍ଡଳ ଅଙ୍କନ କରିଥିଲେ । ଭିତରେ ପାଣିପଡ଼ି ଧୋପଖାଳ ହେବାପରେ ଶୁଦ୍ଧ ସୁଆର ମଣ୍ଡଳପାଖରେ ପୂଜାଠା କରିଥିଲେ । ଜନ୍ମ ଚକଡ଼ା ପାଖରେ ବସି ପୂଜାପଣ୍ଡା, ପତି ଓ ମୁଦିରସ୍ତ ସଂକଳ୍ପ ବାକ୍ୟ ଉଚ୍ଚାରଣ କରିଥିଲେ । ଏହାପରେ କଳସରେ ବରୁଣପୂଜା କରାଯାଇଥିଲା । ଚିତ୍ରକାରଙ୍କ ପ୍ରଦତ୍ତ କୃଷ୍ଣ ଜନ୍ମପଟି, ରୂପା ପଦ୍ମପାଖୁଡ଼ା ପୂଜାପଣ୍ଡା ମଣ୍ଡଳ ଉପରେ ରଖିଥିଲେ । ଏହି ରୁପା ପାଖୁଡ଼ାରେ ଦେବକୀ, ବସୁଦେବ, ନନ୍ଦ, ଯଶୋଦା, ଲକ୍ଷ୍ମୀ, ଉଗ୍ରସେନ, ବଳଭଦ୍ର, ଗାବ ଋଷି ଓ କୃଷ୍ଣଙ୍କ ଭଳି ୯ଟି ମୂର୍ତ୍ତି ଲେଖାଯାଇଥାଏ । ପୂଜାପଣ୍ଡା ଗୋଟିଏ ସୁନା କୃଷ୍ଣମୂର୍ତ୍ତି ମଣ୍ଡଳ ଉପରେ ରଖିଥିଲେ । ପରେ ଚକଡ଼ା ଛାମୁରେ ପାଣିପଡ଼ି ୯ଟି ଭୋଗ ବଢ଼ାଯାଇଥିଲା । ଫୁଲମାଳ ଓ ଚନ୍ଦନଲାଗି ପରେ ପୂଜାପଣ୍ଡା ସେବାୟତ ପଞ୍ଚପୋଚାରରେ ପୂଜାକରି ପନ୍ତିଭୋଗ କରିଥିଲେ । ଦକ୍ଷିଣଘରୁ ମଦନମୋହନଙ୍କୁ ଉଲଗ୍ନ କରି ସିଂହାସନ ଉପରେ ବିଜେ କରାଯାଇଥିଲା । ମୁଦିରସ୍ତ ମହାପ୍ରଭୁଙ୍କ ବାଡ଼ରୁ ମଦନମୋହନଙ୍କୁ ଦଣ୍ଡି ପ୍ରସାଦ ଓ ଆଜ୍ଞାମାଳ ଦେବା ପରେ ଜନ୍ମ ଚକଡ଼ାରେ ମହାଜନମାନେ ମଦନମୋହନକୁ ବିଜେ କରାଇଥିଲେ । ସେଠାରେ ପୂଜାପଣ୍ଡା ଷୋଡ଼ଶ ଉପଚାରରେ ଶୀତଳ ଭୋଗ ମଣୋହି କରିଥିଲେ । ପରେ ଦୁଇଜଣ ମହାଜନ ସେବକ ଲୁଗା ଘୋଡ଼ାଇ ହୋଇ ଦେବକୀ ଓ ବସୁଦେବଙ୍କ ବେଶରେ ଜନ୍ମ ଚକଡ଼ାଠାରେ ଶ୍ରୀକୃଷ୍ଣଙ୍କୁ ଜନ୍ମ କରାଇଥିଲେ । ମୁଦିରସ୍ତ ପ୍ରସାଦ ଲାଗି କରିଥିଲେ । ପାଳିଆ ମହାସୁଆର ଦୁଧ, ଲହୁଣି ଓ ଗଣ୍ଡୁସ ମସଲା ଦେବା ପରେ ପୂଜାପଣ୍ଡା ସମର୍ପଣ କରି ମଣୋହି କରାଇଥିଲେ । କର୍ପୂର ଆଳତି ପରେ ଭଣ୍ଡାର ମେକାପ ଦେଇଥିବା ଥାଳିରେ କୃଷ୍ଣ (ମଦନମୋହନ) ବିଜେ ହୋଇ ଦେବକୀ ଓ ବସୁଦେବଙ୍କ ସହିତ ଜଗମୋହନ ଦେଇ ସରସ୍ୱତୀଙ୍କ ମନ୍ଦିର ସମ୍ମୁଖସ୍ଥ ଯମୁନା ନଦୀ ପାଖରେ ବିଜେ କରିଥିଲେ । ଜଣେ ପୂଜାପଣ୍ଡା ଉଗ୍ରସେନ ବେଶରେ ଭେଟ ହୋଇ ଦଣ୍ଡପ୍ରଣାମ କରିଥିଲେ । ଏହି ନୀତି ସମୟରେ ଠାକୁରଙ୍କ ମସ୍ତକ ଉପରେ ବେହେରା ଖୁଣ୍ଟିଆ ସପ୍ତଫେଣୀ ବାସୁକୀ ଧରି ଚାଲିଥିଲେ । ଉଗ୍ରସେନଙ୍କ ଦଣ୍ଡପ୍ରଣାମ ପରେ ମୁଦିରସ୍ତ ପ୍ରସାଦ ଲାଗି କରିଥିଲେ । ଏହାପରେ ନାଭିକଟା ମଣ୍ଡପଠାରେ ମଦନମୋହନ ଖଟଶେଯ ଉପରେ ବିଜେ କରିଥିଲେ । ତାଙ୍କ ସହିତ ରାମକୃଷ୍ଣ ବିଜେ ହୋଇଥିଲେ । ଏହାପରେ ପୂଜାପଣ୍ଡା ନାଭିଚ୍ଛେଦ କରି ମହାସ୍ନାନ ବଢ଼ାଇଥିଲେ । ମହାଜନ ସେବକ ଠାକୁରଙ୍କୁ ଜଗମୋହନରେ ଲଗାଯାଇଥିବା ଦୋଳିରେ ବିଜେ କରାଇଥିଲେ । ମଦନମୋହନ ରାମକୃଷ୍ଣ ଦୋଳିରେ ବିଜେ କରିବା ପରେ ଶୀତଳ ଭୋଗ ସମ୍ପନ୍ନ ହୋଇଥିଲା । ଏଥିପାଇଁ ପ୍ରାୟ ୫ ଘଣ୍ଟାଧରି ଦ୍ୱାର ବନ୍ଦ ଥିବାରୁ ଦର୍ଶନାର୍ଥୀମାନେ ଶ୍ରୀଜିଉଙ୍କ ଦର୍ଶନରୁ ବଞ୍ôଚତ ହୋଇଥିଲେ । ଏହାପରେ ଭିତରେ ପାଣିପଡ଼ି ବଡ଼ସିଂହାର ଭୋଗ ଓ ପହୁଡ଼ ନୀତି ସମ୍ପନ୍ନ ହୋଇଥିଲା । ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣଙ୍କ ଏହି ଜନ୍ମନୀତି ଦେଖିବା ପାଇଁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଭକ୍ତଙ୍କ ଗହଳି ଲାଗିରହିଥିଲା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top