Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ଶ୍ୱେତପତ୍ର : ବଢ଼ିଛି ଦୁଷ୍କର୍ମ, କମିଛି ହତ୍ୟା

ଭୁବନେଶ୍ୱର : ୨୦୧୭ ମସିହାରେ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ମୋଟାମୋଟି ଶାନ୍ତିପୂର୍ଣ୍ଣ ରହିଛି ବୋଲି ରାଜ୍ୟର ସ୍ୱରାଷ୍ଟ୍ର ବିଭାଗ ପକ୍ଷରୁ ପ୍ରକାଶିତ ଶ୍ୱେତପତ୍ରରେ ଦାବି କରାଯାଇଛି । ବିଧାୟକମାନଙ୍କୁ ବଣ୍ଟନ କରାଯାଇଥିବା ଶ୍ୱେତପତ୍ର-୨୦୧୭ ଅନୁସାରେ ରାଜ୍ୟରେ ମୋଟ ୧ଲକ୍ଷ ୩ହଜାର ୮୬୬ଟି ଧର୍ତ୍ତବ୍ୟ ଅପରାଧ ମାମଲା ପଞ୍ଜିକୃତ ହୋଇଛି । ଯାହାକି ୨୦୧୬ ମସିହାରେ ୧ଲକ୍ଷ ୩ହଜାର ୭୦୨ଟି ଥିଲା । ତେବେ ୨୦୧୭ ମସିହାରେ ରାଜ୍ୟରେ ଅପରାଧ,ଦୁଷ୍କର୍ମ, ଦଙ୍ଗା ,ଲୁଣ୍ଠନ, ଅର୍ଥନୀତିକ ଅପରାଧ ଓ ମୋଟରଯାନ ଦୁର୍ଘଟଣା ମାମଲା ବୃଦ୍ଧି ପାଇଥିବାବେଳେ ନରହତ୍ୟା, ଠକେଇ ଓ ଡକାୟତି ମାମଲା ହ୍ରାସ ପାଇଛି ବୋଲି ଶ୍ୱେତପତ୍ରରେ କୁହାଯାଇଛି । ରାଜ୍ୟରେ ୨୦୧୬ ମସିହାରେ ଦୈନିକ ହାରାହାରି ୫.୮ଟି ଧର୍ଷଣ ମାମଲା ପଞ୍ଜିକୃତ ହୋଇଥିବାବେଳେ ୨୦୧୭ ମସିହାରେ ଏହା ଦୈନିକ ହାରାହାରି ୬.୦୮କୁ ବୃଦ୍ଧି ପାଇଛି । ୨୦୧୭ ମସିହାରେ ଦୁଷ୍କର୍ମ ମାମଲା ମୋଟ ୨୨୨୧ଟି ପଞ୍ଜିକୃତ ହୋଇଥିବାବେଳେ ୨୦୧୬ରେ ଏହା ୨୧୪୪ଟି ଥିଲା । ଅର୍ଥାତ ୨୦୧୭ ମସିହାରେ ଦୈନିକ ହାରାହାରି ୬.୦୮ଜଣ ମହିଳା ଓ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି । ରାଜ୍ୟର ୮ଟି ଜିଲ୍ଲାରେ ମାଓବାଦୀ ସମସ୍ୟା ଉଦ୍ବେଗଜନକ ଥିବାବେଳେ ଦିନକୁ ୩ଟି ହତ୍ୟା, ୧୧ଟି ସିନ୍ଧିଚୋରି,୮ଟି ଠକେଇ,୧୫ଟି ଯୌତୁକ ମାମଲା, ୨୫ଟି ଚୋରି ଓ ୫ଟି ଲୁଣ୍ଠନ ହେଉଥିବାବେଳେ ପ୍ରତି ସପ୍ତାହରେ ୯ଟି ଯୌତୁକଜନିତ ହତ୍ୟା ସଂଘଟିତ ହୋଇଛି । ୨୦୧୬ ମସିହାରେ ୧୯୧୪ଟିଟି ଦଙ୍ଗା ମାମଲା ପଞ୍ଜିକୃତ ଥିବାବେଳେ ୨୦୧୭ ମସିହାରେ ଏହା ବୃଦ୍ଧି ପାଇ ୨୪୦୭ଟିରେ ପହଞ୍ôଚଛି । ସେହିପରି ୨୦୧୬ରେ ୩୪ଟି ଅର୍ଥନୀତିକ ଅପରାଧ ମାମଲା ପଞ୍ଜିକୃତ ହୋଇଥିବାବେଳେ ୨୦୧୭ରେ ଏହା ବୃଦ୍ଧି ପାଇ ୫୮ରେ ପହଞ୍ôଚଛି । ରାଜ୍ୟରେ ମୋଟ ୮୭ଟି ଜେଲ୍ରେ ମୋଟ ୧୭୧୯୮ଟି ବନ୍ଦୀ ରହିବା ପାଇଁ ସ୍ଥାନ ଥିବାବେଳେ ୧୫,୬୧୪ଜଣ ବନ୍ଦୀ ରହିଥିଲେ । ଏଥିରେ ୫୪ଜଣ ବାମସାମ୍ମୁଖ୍ୟ ଚରମପନ୍ଥୀ ଓ ୧୨ଜଣ ବିଦେଶୀ ନାଗରିକ ସାମିଲ ଅଛନ୍ତି । ୨୦୧୭ ମସିହାରେ ରାଜ୍ୟ ସରକାର ପୁଲିସ୍ ବିଭାଗର ବିଭିନ୍ନ ପଦବୀରେ ମାତ୍ର ୪୬୨ଜଣଙ୍କୁ ନିଯୁକ୍ତି ଦେଇଛନ୍ତି । ୨୦୧୬ରେ ମୋଟ ପୁଲିସ କର୍ମଚାରୀଙ୍କ ସଂଖ୍ୟା ୩୦,୦୮୦ଜଣ ଥିବାବେଳେ ୨୦୧୭ରେ ଏହା ୩୦୫୪୨କୁ ବୃଦ୍ଧି ପାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top