ଭୁବନେଶ୍ୱର(ଓଡ଼ିଶା ୱେୟାର): ନବୀନ ପଟ୍ଟନାୟକ ସରକାରଙ୍କ ମହତ୍ୱାକାଂକ୍ଷୀ ଯୋଜନା ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ ରାଜ୍ୟର ସବୁ ଗାଁରେ ପହଞ୍ôଚ ଏକ ନୂଆ ଇତିହାସ ସୃଷ୍ଟି କରିଛି । ୨୦୧୮ ମାର୍ଚ୍ଚ ୫ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ପ୍ରାୟ ୩୧୪ଦିନରେ ରାଜ୍ୟର ସବୁ ଗାଁରେ ପହଞ୍ôଚ ବିକାଶ ପ୍ରକ୍ରିୟାକୁ ନୂଆ ଦିଗଦର୍ଶନ ଦେଇଛି। ରାଜ୍ୟର ସମସ୍ତ ୩୧୪ଟି ବ୍ଲକର ୬୭୯୮ଟି ପଞ୍ଚାୟତରେ ୧୫୫୪.୪୧ କୋଟି ଟଙ୍କା ବ୍ୟୟରେ ୬୨୮୫୭ଟି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସିଧାସଳଖ ମଞ୍ଜୁରୀ ପ୍ରଦାନ କରିଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ଲୋକମାନଙ୍କର ଅଂଶଗ୍ରହଣ ଓ ଉତ୍ସାହରେ ସେ ବହୁତ ଖୁସି। ଯେକୌଣସି ବିକାଶ କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ସ୍ୱଚ୍ଛତାର ସହିତ କାର୍ଯ୍ୟକ୍ରମର ଏହା ଏକ ଶ୍ରେଷ୍ଠ ଉଦାହରଣ। ଏହି କାର୍ଯ୍ୟକ୍ରମରେ ଲୋକଙ୍କ ସହିତ କଥା ହୋଇ, ଗାଁ ଲୋକଙ୍କ ପାଇଁ କାମ କରି ବହୁତ ଖୁସି। ମୁଖ୍ୟମନ୍ତ୍ରୀ ଆଜି ଏହି କାର୍ଯ୍ୟକ୍ରମରେ ୬ଟି ଜିଲ୍ଲାର ୮ଟି ବ୍ଲକ ପାଇଁ ୩୯.୫୩ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି।


