Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ସବୁ ଜିଲ୍ଲାରେ ନିଜସ୍ୱ କୋଠା ଓ ଅଫିସ୍ କରିବ ବିଜେଡି

ଭୁବନେଶ୍ୱର(ଓଡ଼ିଶା ୱେୟାର):ଏକ କୋଟି ସଦସ୍ୟଙ୍କ ପାର୍ଟି ବିଜେଡି ଖୁବଶୀଘ୍ର ସବୁ ଜିଲ୍ଲାରେ ନିଜସ୍ୱ କୋଠା ନିର୍ମାଣ କରି ସେଠାରେ ଅଫିସ୍ ପରିଚାଳନା କରିବ । ଦୀର୍ଘ ଦୁଇ ଦଶନ୍ଧି ଧରି ରାଜ୍ୟରେ କ୍ଷମତାସୀନ ସର୍ବବୃହତ୍ ଆଂଚଳିକ ଦଳ ବିଜେଡିର କୌଣସି ସ୍ଥାନରେ ବି ନିଜସ୍ୱ ସ୍ଥାବର ସମ୍ପତ୍ତି ନାହିଁ । ଦଳ ଏବେ ନିଜସ୍ୱ କାର୍ଯ୍ୟାଳୟ ନିର୍ମାଣ ମାଧ୍ୟମରେ ସମ୍ପତ୍ତି ପରିମାଣ ବୃଦ୍ଧି ନିମନ୍ତେ ଯୋଜନା କରିଥିବା ଜଣାପଡ଼ିଛି ।
ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବିଜେଡି ନିଜର ୩୩ଟି ସାଂଗଠନିକ ଜିଲ୍ଲାରେ ଗୋଟିଏ ଲେଖାଏଁ ନିଜସ୍ୱ କାର୍ଯ୍ୟାଳୟ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛି । ସାଂଗଠନିକ ଜିଲ୍ଲାର ସଦର ମହକୁମାରେ ଏହି କାର୍ଯ୍ୟାଳୟ ରହିବ । ଏଥିପାଇଁ ଆବଶ୍ୟକ ଜମିକୁ କ୍ରୟ କରି ସେଠାରେ କୋଠା ନିର୍ମାଣ କରାଯିବ । ଏସବୁ ଅତ୍ୟାଧୁନିକ କାର୍ଯ୍ୟାଳୟରେ ହାଇଟେକ୍ ସୁବିଧା,ବଡ଼ ବଡ଼ କନଫରେନ୍ସ ହଲ୍ ଓ କର୍ମକର୍ତ୍ତାଙ୍କ ନିମନ୍ତେ ଚାମ୍ବର ସହ ବିଭିନ୍ନ ଆନୁସଙ୍ଗିକ ବ୍ୟବସ୍ଥା ରହିବ । ଦଳ ଆଗାମୀ ଦିନରେ ଅନଲାଇନ୍ ପ୍ଲାଟଫର୍ମରେ ସମସ୍ତ ସାଂଗଠନିକ ଜିଲ୍ଲାର ମୁଖ୍ୟାଳୟ ସହ ଯୋଡ଼ି ହେବା ଲକ୍ଷ୍ୟରେ ଏଭଳି କାର୍ଯ୍ୟାଳୟର ପରିକଳ୍ପନା କରିଛି । ଦଳର ସମସ୍ତ କାର୍ଯ୍ୟାଳୟର ଡିଜାଇନ୍ ମଧ୍ୟ ସମାନ ରହିବ । ଏହି କାର୍ଯ୍ୟାଳୟଗୁଡ଼ିକ ପାଇଁ ଜାଗା କିଣା ଓ କୋଠା ନିର୍ମାଣ ନିମନ୍ତେ ଦଳ ପ୍ରାୟ ୧୦୦କୋଟି ଟଙ୍କା ବ୍ୟୟ କରିବ । ସ୍ଥାନୀୟ ସାଂଗଠନିକ କର୍ମକର୍ତ୍ତାଙ୍କ ସହ ମିଶି ଜାଗା ଚୟନ ଓ କୋଠା ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିମା ନିମନ୍ତେ ଦଳର ପ୍ରଭାବଶାଳୀ ସାଧାରଣ ସମ୍ପାଦକ(ମୁଖ୍ୟାଳୟ) ସଞ୍ଜୟ ଦାସବର୍ମାଙ୍କୁ ଦାୟିତ୍ୱ ନ୍ୟସ୍ତ ହୋଇଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ, ବିଜେପି ମଧ୍ୟ ସମସ୍ତ ସବୁ ଜିଲ୍ଲାରେ ନିଜସ୍ୱ କାର୍ଯ୍ୟାଳୟ ନିର୍ମାଣ ନିମନ୍ତେ ୨୦୧୭ ମସିହାରେ ଘୋଷଣା କରିଥିଲା । ଗତ ମାସରେ ରାଜ୍ୟର ୬ଟି ଜିଲ୍ଲାରେ ନିଜସ୍ୱ କାର୍ଯ୍ୟାଳୟ କୋଠାକୁ ବିଜେପି ଉଦଘାଟନ କରିବା ପରେ ବିଜେଡି ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top