Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ସରକାରଙ୍କ ଆଡ଼ମ୍ବରପୂର୍ଣ୍ଣ ପଂଚାୟତିରାଜ ଦିବସ ପାଳନକୁ ବିଜେପିର କଟାକ୍ଷ

ଭୁବନେଶ୍ୱର(ଓଡ଼ିଶା ୱେୟାର):ବିଜୁ ପଟ୍ଟନାୟକଙ୍କ ଜୟନ୍ତୀଙ୍କୁ ପଂଚାୟତିରାଜ ଦିବସ ଭାବେ ରାଜ୍ୟ ସରକାର ବହୁ ଆଡ଼ମ୍ବରରେ ପାଳନ କରିଥିବାବେଳେ ବିଜେପି ଏହାକୁ କଟାକ୍ଷ କରିଛି । ପଂଚାୟତିରାଜ ବ୍ୟବସ୍ଥା ଭୁଷୁଡ଼ି ପଡ଼ିଛି ବୋଲି ବିଜେପି ଅଭିଯୋଗ କରିବା ସହ ଏବେ ରାଜ୍ୟରେ ପଂଚାୟତଗୁଡ଼ିକର ସ୍ଥିତି ସଉଦା ଅଛି, ରୋଷେୟା ନାହାନ୍ତି ଭଳି ହୋଇଥିବା କହିଛି ।
ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ରାଜ୍ୟର ୫୦ରୁ ଉର୍ଦ୍ଧ୍ୱ ବିଧାନସଭା କ୍ଷେତ୍ରର ବିଭିନ୍ନ ଗାଁ ବୁଲି ସେଠାରେ ବିକାଶର ବାସ୍ତବ ଚିତ୍ର ଦେଖିଲା ପରେ ଗ୍ରାମାଂଚଳର ବିକାଶରେ ରାଜ୍ୟ ସରକାର ବାଧକ ସାଜିଥିବା ସ୍ପଷ୍ଟ ଜଣାପଡ଼ୁଛିି । ବାସ୍ତବରେ କହିବାକୁ ଗଲେ ରାଜ୍ୟବାସୀ ପଂଚାୟତ ବ୍ୟବସ୍ଥାର ବହୁ ଦୂରରେ ଅଛନ୍ତି । ପଂଚାୟତ ଓ ବ୍ଲକରେ କର୍ମଚାରୀଙ୍କ ଘୋର ଅଭାବ ଯୋଗୁ ପଂଚାୟତିରାଜ ବ୍ୟବସ୍ଥା ଭୁଷୁଡ଼ି ପଡ଼ିଛି । କେନ୍ଦ୍ର ସରକାର ଦେଉଥିବା ବ୍ୟାପକ ଅର୍ଥର ବିନିଯୋଗ ସମ୍ଭବପର ହୋଇପାରୁନି । ପଂଚାୟତରେ ଟଙ୍କା ରହିଛି କିନ୍ତୁ ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁ ଗାଁ ଲୋକଙ୍କୁ ସୁଫଳ ମିଳିପାରୁନି । ୟୁପିଏ ସରକାରଙ୍କ ଅମଳରେ ୨୦୧୪ ମସିହା ପୂର୍ବରୁ ୧୩ଦଶ ଅର୍ଥ କମିଶନ ସୁପାରିଶ ଆଧାରରେ ପ୍ରତିଟି ପଂଚାୟତର ବିକାଶ ପାଇଁ ପ୍ରତି ବର୍ଷ ମାତ୍ର ୧ରୁ ୫ ଲକ୍ଷ ଟଙ୍କା ମିଳୁଥିଲା । ମାତ୍ର ଗରିବଙ୍କ ପାଇଁ ସମର୍ପିତ ମୋଦି ସରକାର ୨୦୧୫ ମସିହାଠାରୁ ୧୪ର୍ଦ୍ଦଶ ଅର୍ଥ କମିଶନଙ୍କ ସୁପାରିଶ ଆଧାରରେ ପ୍ରତି ପଂଚାୟତକୁ ପ୍ରତି ବର୍ଷ ସର୍ବନିମ୍ନ ୪୦ଲକ୍ଷ ଟଙ୍କାରୁ ସର୍ବାଧିକ ୧ କୋଟି ଟଙ୍କା ପ୍ରଦାନ କରିଛନ୍ତି । । ଏହି ଅର୍ଥରେ ସ୍ଥାନୀୟ ପଂଚାୟତଗୁଡ଼ିକରେ ଉଜ୍ଜ୍ୱଳା ବ୍ୟବସ୍ଥା, ପରିମଳ ବ୍ୟବସ୍ଥା, ମାର୍କେଟ କଂପ୍ଲେକ୍ସ ଆଦି ନିର୍ମାଣ କରାଯାଇ ପଂଚାୟତର ନିଜସ୍ୱ ଆର୍ଥିକ ବ୍ୟବସ୍ଥାକୁ ସୁଦୃଢ କରାଯାଇପାରିବ । ମାତ୍ର ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି କାରଣରୁ ଅର୍ଥ ବିନିଯୋଗ ହୋଇନପାରି କେନ୍ଦ୍ରକୁ ପୁଣି ଫେରିଯାଉଛି । ଗତ ୬ ବର୍ଷରେ ରାଜ୍ୟର ଗ୍ରାମାଂଚଳରେ ଯାହା କିଛି ବିକାଶ ହୋଇଛି, ତାହା କେବଳ ମୋଦି ସରକାରଙ୍କ ଅର୍ଥରେ ହୋଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ରାଜ୍ୟର ଅର୍ଦ୍ଧାଧିକ ପଂଚାୟତରେ ନିର୍ବାହୀ ଅଧିକାରୀ ପଦବୀ ଓ ବ୍ଲକରେ ଜେଇ ଆଦି ପଦବୀ ଖାଲି ପଡ଼ିଛି । ତେଣୁ ଯେଉଁ କାମ ହେଉଛି, ତାହା ମଧ୍ୟ ଅତି ନିମ୍ନମାନର । ମୋଦି ପଠାଇଥିବା ଅର୍ଥ ପଂଚାୟତରେ ଅଛି, ମାତ୍ର ଖର୍ଚ୍ଚ ହୋଇପାରୁନାହିଁ । ସଉଦା ଅଛି, ମାତ୍ର ରୋଷେୟା ନାହିଁ ବୋଲି କହି ଶ୍ରୀ ମହାନ୍ତି କଟାକ୍ଷ କରିଛନ୍ତି ।
ସେ ଏହି ଅବସରରେ ‘ଆତ୍ମନିର୍ଭରଶୀଳ ଭାରତ ’, ‘ପ୍ରଧାନମନ୍ତ୍ରୀ ବନଧନ ଯୋଜନା’ ଓ ‘ଭୋକାଲ ଫର ଲୋକାଲ’ ଦ୍ୱାରା କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ଆର୍ଥିକ ଓ ସାମାଜିକସ୍ତରରେ ସଶକ୍ତ କରିବା ପାଇଁ ନେଇଥିବା ପଦକ୍ଷେପ ସମ୍ପର୍କରେ କହିବା ସହ ରାଜ୍ୟ ସରକାର କିଭଳି ଏଥିରେ ବାଧକ ସାଜିଛନ୍ତି ତାହା ଅଭିଯୋଗ କରିଛନ୍ତି । ରାଜ୍ୟ ସରକାରଙ୍କ ନିଷ୍କ୍ରିୟତା ଓ ଭୁଲ ନୀତି ଯୋଗୁଁ ଲୋକଙ୍କ ହାତକୁ ଟଙ୍କା ଆସୁନାହିଁ । ପଂଚାୟତିରାଜ ବ୍ୟବସ୍ଥା ବିଫଳତାର ବାସ୍ତବ ଚିତ୍ର ଜଳଜଳ ହୋଇ ଦେଖାଯାଉଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତ୍ରୀ ଅନିତା ଶୁଭଦର୍ଶୀନି, କାଳନ୍ଦୀ ସାମଲ, ସୁଦୀପ୍ତ ରାୟ ଓ ସୋନାଲୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top