ଭୁବନେଶ୍ଵରର ସାଲିଆ ସାହିରେ ଦେଶୀ ମଦ କାରଖାନା ଉପରେ କମିଶନରେଟ ପୋଲିସର ଚଢ଼ାଉ । ବେଆଇନ ମଦ କାରଖାନା ଉପରେ ଚଢ଼ାଉ ବେଳେ ୩ ଦେଶୀ ମଦ କାରଖାନା ଠାବ କରିଯାଇଛି । ଠାବ ହୋଇଥିବା ବେଆଇନ ମଦ କାରଖାନା ଉପରେ ବୁଲ୍ଡୋଜରରେ ଚଢ଼ାଯାଇଛି । ୧୮ ହଜାର ଲିଟର ପୋଚ ନଷ୍ଟ କରିଛି ଅବକାରୀ ବିଭାଗ । ବିପୁଳ ଦେଶୀ ମଦ ଓ ପୋଚ ସହ ପ୍ରସ୍ତୁତକାରୀ ସରଞ୍ଜାମ ଜବତ କରାଯାଇଛି । ଚଢାଉ ପରେ ଘଟଣାରେ ଚୋରା ମଦ କାରବାର କରୁଥିବା ୭ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ ।


