Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ସିଆଇଆଇ ଅନ୍ୟର ହାତବାରିସି ସାଜିଛି : ବିଜେଡି

ଭୁବନେଶ୍ୱର : ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ କାର୍ଯ୍ୟକ୍ରମରେ ଭାରତୀୟ ଶିଳ୍ପ ମହାସଂଘ(ସିଆଇଆଇ) ଅସହଯୋଗ କରିବା ପଛରେ ଓଡ଼ିଶା ବିରୋଧୀ ଷଡ଼ଯନ୍ତ୍ର ରହିଛି ବୋଲି ବିଜେଡି ଅଭିଯୋଗ କରିଛି । ଅନ୍ୟର ହାତବାରିସି ସାଜି ସିଆଇଆଇ ଏଭଳି ଆଭିମୁଖ୍ୟ ପୋଷଣ କରିଛି ବୋଲି ବିଜେଡି ମୁଖପାତ୍ର ତଥା ସାଂସଦ ପ୍ରତାପ କେଶରୀ ଦେବ କହିଛନ୍ତି ।
ଆଜି ଦଳର ମୁଖ୍ୟାଳୟରେ ଆୟୋଜିତ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ସାଂସଦ ଶ୍ରୀ ଦେବ କହିଛନ୍ତି ଯେ , ଚଳିତବର୍ଷ ଜାନୁୟାରୀ ୧୨ରେ ରାଜ୍ୟ ସରକାରଙ୍କ ଏକ ପ୍ରସ୍ତୁତି ବୈଠକରେ ସିଆଇଆଇ ଭାଗ ନେଇ ଏହି ୨୦୧୮ କନ୍‍କ୍ଲେଭର ଆୟୋଜନ ବିଷୟରେ ପୂର୍ଣ୍ଣାଙ୍ଗ ଆଲୋଚନା କରିଥିଲା । ଜାନୁୟାରୀ ୧୭ରେ ସିଆଇଆଇର ଦୀପକ କୁମାର ସିଂହ ଏହି କନ୍‍କ୍ଲେଭ୍‍ ନିମନ୍ତେ ଏକ ପ୍ରସ୍ତାବିତ ବଜେଟ୍‍ ରାଜ୍ୟ ସରକାରଙ୍କ ପାଖକୁ ପଠାଇଥିଲେ । ଏହା ସିଆଇଆଇର ପ୍ରତିବଦ୍ଧତାକୁ ପରିପ୍ରକାଶ କରେ ଏବଂ ରାଜ୍ୟ ସରକାର ମଧ୍ୟ ସିଆଇଆଇର ସମର୍ଥନକୁ ନେଇ ଆଶ୍ୱସ୍ତ ଥିଲେ । ଚଳିତବର୍ଷ ଫେବୃଆରୀ ୧୪ ତାରିଖରେ ସିଆଇଆଇର ନୀତା କର୍ମାକର ରାଜ୍ୟ ସରକାରଙ୍କୁ ଏହି କନ୍‍କ୍ଲେଭ୍‍ରେ ସହଯୋଗ କରିବା ପାଇଁ ସିଆଇଆଇ କୋର୍ଡିନେଟର୍‍ମାନଙ୍କର ଏକ ତାଲିକା ପଠାଇଥିଲେ । ତେଣୁ ସିଆଇଆଇ ସଂପୂର୍ଣ୍ଣ ସହଯୋଗ କରିବ ବୋଲି ସରକାର ଆଶାବାଦୀ ଥିଲେ । ତେବେ ହଠାତ୍‍ ଏପ୍ରିଲ ୪ରେ ସିଆଇଆଇର ଷ୍ଟେଟ୍‍ କାଉନ୍‍ସିଲ୍‍ ରାଜ୍ୟ ସରକାରଙ୍କୁ ଦେଇଥିବା ସୂଚନା ଅନୁଯାୟୀ ସେମାନେ ଏହି କନ୍‍କ୍ଲେଭ୍‍ରେ ଆଉ କୌଣସି ସହଯୋଗ କରିପାରିବେ ନାହିଁ । ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ବ୍ୟସ୍ତ ଥିବାରୁ ସିଆଇଆଇ ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭରେ ସାମିଲ ହେବନି ବୋଲି ଜଣାଇଥିଲା । ତେବେ ଏହି ମାସକ ମଧ୍ୟରେ ବିଜେଡିରୁ ନିଲମ୍ବିତ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସହଧର୍ମିଣୀ ଜଗିମଙ୍ଗତ ପଣ୍ଡା ସିଆଇଆଇର ପୂର୍ବାଞ୍ଚଳ ଅଧ୍ୟକ୍ଷା ରୂପେ ନିର୍ବାଚିତ ହେଲେ । ଶ୍ରୀମତୀ ପଣ୍ଡାଙ୍କ ୧୭ ମାର୍ଚ୍ଚ ୨୦୧୮ରେ ନିଯୁକ୍ତି ପରେ ସିଆଇଆଇର ଏ ପ୍ରକାର ଓଡ଼ିଶା ବିରୋଧୀ ମନୋଭାବ ଏକ ସନ୍ଦେହ ସୃଷ୍ଟି କରିଛି । ଶ୍ରୀମତୀ ପଣ୍ଡାଙ୍କ ବ୍ୟକ୍ତିଗତ ସ୍ୱାର୍ଥରେ ନିହିତ ହୋଇ ସିଆଇଆଇ ରାଜ୍ୟ ସରକାରଙ୍କୁ କୌଣସି ସହଯୋଗ ଯୋଗାଇବାକୁ ଚାହୁଁନାହାନ୍ତି । ଏଭଳି ଉଦ୍ଦେଶ୍ୟ ଦୁଃଖଦ ଏବଂ ନିନ୍ଦନୀୟ ଓ ଓଡ଼ିଶାର ଯୁବକଯୁବତୀଙ୍କ ସହିତ ଏକ ବିଶ୍ୱାସଘାତକତା । ସିଆଇଆଇ ଭଳି ଏକ ରାଷ୍ଟ୍ରୀୟ ସଂସ୍ଥା ଆଜି ଶ୍ରୀମତୀ ପଣ୍ଡାଙ୍କ ହାତବାରିସୀ ହୋଇ ରାଜ୍ୟ ସ୍ୱାର୍ଥ ବିରୋଧୀ କାର୍ଯ୍ୟ କରିବା ଦୁଃଖଦ ଓ ପରିତାପର ବିଷୟ । ଶ୍ରୀମତୀ ପଣ୍ଡାଙ୍କ ପ୍ରତି ସନ୍ଦେହ ଆହୁରି ଘନୀଭୂତ ହେଉଛି ଯେ ଅସହଯୋଗ ନିଷ୍ପତ୍ତି ପରେ ସିଆଇଆଇର ରାଜ୍ୟ କାଉନ୍‍ସିଲ୍‍ ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷ ନିଜ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ଗୋପାଳପୁରସ୍ଥିତ ଟାଟା ଷ୍ଟିଲ୍‍ ପ୍ରକଳ୍ପର ମୁଖ୍ୟ ଶ୍ରୀ ଅରୁଣ ମିଶ୍ର ଓ ଧାମରା ପୋର୍ଟର ମୁଖ୍ୟ ଶ୍ରୀ ସୁବ୍ରତ ତ୍ରିପାଠୀ ସିଆଇଆଇର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଭାବରେ କାର୍ଯ୍ୟ କରୁଥିଲେ । ଗତକାଲି ଉଭୟଙ୍କ ଇସ୍ତଫା ସଂକେତ ଦେଉଛି, ଯେ ସେମାନେ କୌଣସି କାରଣବଶତଃ ଚାପରେ ବଶୀଭୂତ ହେଇଥିଲା ବେଳେ ତାଙ୍କ କ୍ଷୋଭ ପ୍ରକାଶ କରିବାକୁ ଯାଇ ଏଭଳି ପଦକ୍ଷେପ ନେଇଛନ୍ତି । ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ଓଡ଼ିଶାର ଯୁବକ-ଯୁବତୀଙ୍କ ବିରୋଧରେ ଓ ଓଡ଼ିଶାର ସ୍ୱାର୍ଥ ବିରୋଧରେ ସିଆଇଆଇର ଏହି ନିଷ୍ପତ୍ତି ଦ୍ୱାରା ରଚନା କରାଯାଇଛି ବୋଲି କୁହାଯାଇପାରେ । ବିଜେଡି ସିଆଇଆଇର ଏହି ନିଷ୍ପତ୍ତିକୁ ତୀବ୍ର ନିନ୍ଦା କରୁଛି ଏବଂ ଶ୍ରୀମତୀ ପଣ୍ଡାଙ୍କ ଉପରେ ସନ୍ଦେହ ଜାତ ହେଉଛି ବୋଲି ସ୍ପଷ୍ଟ କରିଛି । ଏହା ସହିତ ସିଆଇଆଇ ଯେଉଁ ନିଷ୍ପତ୍ତି ନେଇଛନ୍ତି ତା’ର ତୁରନ୍ତ ପୁନର୍ବିଚାର କରୁ ବୋଲି ବିଜେଡି ଦାବି କରିଛି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଡ. ସସ୍ମିତ ପାତ୍ର ଏବଂ ରାଜ୍ୟ ସଂପାଦକ ବିଜୟ ନାୟକ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top