ଚେନ୍ନାଇ: ଅନ୍ୟଠାରୁ ସୁନ୍ଦର ଦେଖାଯିବା ନିଶା ପ୍ରାୟ ସମସ୍ତଙ୍କୁ ଘାରିଥାଏ। ବିଶେଷ କରି ଅଭିନେତା ଓ ଅଭିନେତ୍ରୀଙ୍କ ନିକଟରେ ଏହା ଅଧିକାଂଶ ଦେଖିବାକୁ ମିଳିଥାଏ। ଏଥିପାଇଁ ତ ସେମାନେ ନିଜକୁ ସୁନ୍ଦର କରିବା ପାଇଁ ବିଭିନ୍ନ ପ୍ରକାରର ଉପାୟ ଆପଣାଇଥା’ନ୍ତି। ଏପରିକି ବ୍ୟୁଟି ଟ୍ରିଟ୍ମେଣ୍ଟର ସାହାର ମଧ୍ୟ ନେଇଥା’ନ୍ତି ସେମାନେ। ତେବେ ନିକଟରେ ଜଣେ ଅଭିନେତ୍ରୀଙ୍କ ପାଇଁ ଏହି ବ୍ୟୁଟି ଟ୍ରିଟ୍ମେଣ୍ଟ ମହଙ୍ଗା ପଡିଛି। ସୁନ୍ଦରୀ ହେବାକୁ ଯାଇ ସେ ଅସୁନ୍ଦର ହୋଇ ଫେରିଛନ୍ତି।
ତାମିଲ ଫିଲ୍ମର ଲୋକପ୍ରିୟ ଅଭିନେତ୍ରୀ ରାଇଜା ୱିଲସନ। ସେ ନିକଟରେ ଆହୁରି ସୁନ୍ଦରୀ ହେବା ପାଇଁ ନିଜର ବ୍ୟୁଟି ଟ୍ରିଟ୍ମେଣ୍ଟ କରିବାକୁ ଯାଇଥିଲେ। କିନ୍ତୁ ତାଙ୍କୁ ଏହି ସୁନ୍ଦରୀ ଚିକିତ୍ସା ମହଙ୍ଗା ପଡିଛି। ତାଙ୍କ ମୁହଁ ପୁରାପୁରି ବିଗିଡି ଯାଇଛି। ଡାକ୍ତରଙ୍କ ଭୁଲ୍ ଚିକିତ୍ସା ପାଇଁ ଏଭଳି ହୋଇଥିବା ସେ ଆଭିଯୋଗ ଆଣିଛନ୍ତି। ଏଥିସହ ଉକ୍ତ ସ୍କିନ୍ ଡାକ୍ତରଙ୍କୁ ସେ ନିନ୍ଦା ମଧ୍ୟ କରିଛନ୍ତି।


