Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି: ଏସସି, ଏସଟିଙ୍କ ଉପବର୍ଗୀକରଣ ହେବ

ସରକାରୀ ଚାକିରିରେ ସଂରକ୍ଷଣ ଲାଗି ଅନୁସୂଚିତ ଜାତି(ଏସସି) ଏବଂ ଅନୁସୂଚିତ ଜନଜାତି (ଏସଟି)ର ଉପବର୍ଗୀକରଣ କରିପାରିବେ ରାଜ୍ୟ ସରକାର । ଏହି ଦୁଇ ବର୍ଗ ପାଇଁ ପୂର୍ବରୁ ଧାର୍ଯ୍ୟ ଥିବା କୋଟା ବା ସଂରକ୍ଷଣ ଭିତରେ ଆଉ ଏକ ଉପବର୍ଗୀକରଣ କରାଯାଇ ନିଷ୍ପେସିତ ଏବଂ ଅବହେଳିତ ଅବସ୍ଥାରେ ଥିବା ଅନୂସୂଚିତ ଜାତି ଓ ଜନଜାତିମାନଙ୍କ ଲାଗି ଅଧିକ ସଂରକ୍ଷଣ ସୁବିଧା ଦିଆଯାଇପାରିବ। ଏଥିସହ ସାମାଜିକ, ଆର୍ଥିକ ଓ ଶିକ୍ଷା କ୍ଷେତ୍ରରେ ସ୍ୱଚ୍ଛଳ ବ୍ୟକ୍ତି ବିଶେଷ ଓ ସେମାନଙ୍କ ପରିବାର ବର୍ଗଙ୍କୁ ସଂରକ୍ଷଣ ସୁବିଧା ସୁଯୋଗରୁ ବାଦ ଦିଆଯିବ। ଗୁରୁବାର ସର୍ବୋଚ୍ଚ ନ୍ୟାୟାଳୟଙ୍କ ୭ ଜଣିଆ ଖଣ୍ଡପୀଠ ଏହି ନିଷ୍ପତ୍ତି ଶୁଣାଇଛନ୍ତି ।

୨୦୦୪ ଇ.ଭି. ଚିନୈୟା ମାମଲା ଶୁଣାଣି ସମୟରେ ଏସସି, ଏସଟିଙ୍କ ମଧ୍ୟରେ ଉପବର୍ଗୀକରଣ ହୋଇପାରିବ ନାହିଁ ବୋଲି ତତ୍କାଳୀନ ଖଣ୍ଡପୀଠ ଦେଇଥିବା ରାୟକୁ ବର୍ତ୍ତମାନର ୭ ଜଣିଆ ଖଣ୍ଡପୀଠ ଖାରଜ କରି ନୂଆ ରାୟ ଶୁଣାଇଛନ୍ତି।ଏସସି/ଏସଟିଙ୍କ ମଧ୍ୟରେ ଉପବର୍ଗୀକରଣ ସମ୍ପର୍କିତ ପିଟିସନର ଶୁଣାଣି ପାଇଁ ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ୭ ଜଣିଆ ଖଣ୍ଡପୀଠ ଗଠନ ହୋଇଥିଲା। ମାମଲାର ଶୁଣାଣି ସମୟରେ ଜଣେ ବିଚାରପତି ଜଷ୍ଟିସ ବେଲା ତ୍ରିବେଦୀ ନୂଆ ନିଷ୍ପତ୍ତିରେ ଅସହମତି ପ୍ରକାଶ କରିଥିଲେ। ଅନ୍ୟ ୬ ବିଚାରପତି ନିଷ୍ପତ୍ତି ସପକ୍ଷରେ ମତ ଦେଇଥିଲେ।

ଏହା ପରେ ପ୍ରଧାନ ବିଚାରପତି କହିଥିଲେ ଯେ, ଆମେ ଇି.ଭି ଚିନୈୟା ମାମଲାରେ ଦିଆଯାଇଥିବା ରାୟକୁ ଖାରଜ କରୁଛୁ। ଉପବର୍ଗୀକରଣ ଅନୁଚ୍ଛେଦ ୧୪ର ଉଲ୍ଲଂଘନ କରୁନାହିଁ। କାରଣ ଉପବର୍ଗୀକରଣକୁ ସୂଚୀ ବାହାରେ ରଖାଯାଇ ନାହିଁ।ବିଚାରପତି ବି.ଆର. ଗଭଇ କହିଥିଲେ, ରାଜ୍ୟଗୁଡ଼ିକୁ ଏସସି, ଏସଟି ଭିତରେ ସ୍ଵଚ୍ଛଳ ବର୍ଗଙ୍କୁ ଚିହ୍ନଟ କରି ସେମାନଙ୍କୁ ସଂରକ୍ଷଣରୁ ବାହାର କରିବା ଦରକାର। ରାଜ୍ୟ ସରକାର ଠିକ୍‌ ତଥ୍ୟ ଏବଂ ମାନଦଣ୍ଡ ଆଧାରରେ ଏହି ଦୁଇ ବର୍ଗ ମଧ୍ୟରେ ଉପବର୍ଗୀକରଣ କରିବା ଆବଶ୍ୟକ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top