Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ସୁରକ୍ଷାକର୍ମୀଙ୍କ ଆମ୍ବୁଲାନ୍ସ ଉପରେ ଆକ୍ରମଣ; ୩ ଆତଙ୍କବାଦୀ ନିହତ

ଜମ୍ମୁ-କଶ୍ମୀରର ଅଖନୁର ସେକ୍ଟରରେ ନିୟନ୍ତ୍ରଣ ରେଖା (ଏଲଓସି) ନିକଟରେ ସେନା ବାହିନୀ ଉପରେ ହୋଇଥିବା ଆକ୍ରମଣରେ ସମ୍ପୃକ୍ତ ଥିବା ତିନି ଜଣ ଆତଙ୍କବାଦୀଙ୍କୁ ମଙ୍ଗଳବାର ସକାଳେ ଆତଙ୍କବାଦ ବିରୋଧୀ ଅଭିଯାନରେ ନିପାତ କରାଯାଇଛି। ଯୋଗୱାନ ଗାଁରେ ଲୁଚି ରହିଥିବା ଏହି ଗୋଷ୍ଠୀ ଉପରେ ସୁରକ୍ଷା ବାହିନୀ ଚୂଡ଼ାନ୍ତ ଆକ୍ରମଣ କରିବା ପରେ ପୁଣି ଗୁଳିବିନିମୟ ଆରମ୍ଭ ହୋଇଥିଲା।

ସୋମବାର ସେନା ଆମ୍ବୁଲାନ୍ସ ଉପରକୁ ଗୁଳି ଚଳାଇଥିବା ଜଣେ ଆତଙ୍କବାଦୀ ସ୍ପେଶାଲ ଫୋର୍ସ ଓ ଏନଏସଜି କମାଣ୍ଡୋଙ୍କ ନେତୃତ୍ୱରେ ହୋଇଥିବା ଅପରେସନରେ ନିହତ ହୋଇଥିଲା। ଅବଶିଷ୍ଟ ଆତଙ୍କବାଦୀମାନେ ଖୋରର ଅସାନ ମନ୍ଦିର ନିକଟରେ ଘେରି ଯାଇଥିଲେ। ଅନ୍ୟ ୨ ଜଣ ଆତଙ୍କବାଦୀ ମଙ୍ଗଳବାର ଦିନ ତୀବ୍ର ଗୁଳିବିନିମୟ ନିପାତ ହୋଇଛନ୍ତି। ଏହି ଅପରେସନରେ ସେନା ୪ଟି ବିଏମ୍ପି-୨ ପଦାତିକ ଯୁଦ୍ଧ ଯାନ ସହ ହେଲିକପ୍ଟର ଓ ଡ୍ରୋନ୍ ବ୍ୟବହାର କରି ଆତଙ୍କବାଦୀଙ୍କ ଅବସ୍ଥାନ ଠାବ କରିଥିଲା। ଅନ୍ୟପଟରେ ଆତଙ୍କବାଦୀଙ୍କ ଗୁଳିରେ ଭାରତୀୟ ସେନାର ସାହସୀ କୁକୁର ‘ଫ୍ୟାଣ୍ଟମ୍’ ସହିଦ ହୋଇଛି। ଏହି ବୀର ଓ ବିଶ୍ୱସ୍ତ ସାଥୀଙ୍କ ସହିଦକୁ ସେନା ସଲାମ କରିଛି।

ଜମ୍ମୁସ୍ଥିତ ହ୍ୱାଇଟ୍ ନାଇଟ୍ କର୍ପସ୍ ଏକ୍ସରେ ଏକ ପୋଷ୍ଟରେ ଲେଖିଛି, ଆମେ ଆମର ପ୍ରକୃତ ବୀର- ବୀର ଭାରତୀୟ ସେନାର କୁକୁର, ଫ୍ୟାଣ୍ଟମ୍ ର ସର୍ବୋଚ୍ଚ ବଳିଦାନକୁ ନମସ୍କାର କରୁଛୁ।ସୂଚନାଯୋଗ୍ୟ, ସୋମବାର ସକାଳେ ସେନାର ଏକ ଆମ୍ବୁଲାନ୍ସ ଜମ୍ମୁ-କଶ୍ମୀରର ଅଖନୁର ସହରର ଯୋଗୱାନ ଅଞ୍ଚଳକୁ ଯାଉଥିଲା। ସକାଳ ୭ଟା ୨୫ ମିନିଟରେ ଯୋଗୱାନର ଶିବସାନ ମନ୍ଦିର ନିକଟବର୍ତ୍ତୀ ବଟ୍ଟାଳ ଅଞ୍ଚଳରେ ଏହି ଆକ୍ରମଣ ହୋଇଥିଲା। ଆମ୍ବୁଲାନ୍ସ ଓ ଅନ୍ୟାନ୍ୟ ଗାଡ଼ି ଉପରକୁ ୩ରୁ ୪ ଜଣ ଆତଙ୍କବାଦୀ ୧୫ରୁ ୨୦ ରାଉଣ୍ଡ ଗୁଳି ଚଳାଇଥିଲେ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top