ମାଡ଼ି ଆସୁଥିବା ଭୀଷଣ ବାତ୍ୟା ଦାନା ଆଖି ସୃଷ୍ଟି ହୋଇନି କି ହେବନି ବୋଲି ସୂଚନା ଦେଇଛନ୍ତି ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ସେ କହିଛନ୍ତି ବଡ଼ ବାତ୍ୟା ହେଲେ ଏହାର ଆଖି ସୃଷ୍ଟି ହୋଇଥାଏ। କିନ୍ତୁ ବାତ୍ୟା ଦାନା ଭୀଷଣ ବାତ୍ୟାରେ ସୀମିତଥିବାରୁ ଆଖି ହୋଇ ନାହିଁ କି ହେବ ନାହିଁ। ବର୍ତ୍ତମାନ ଅବସ୍ଥାରେ ପୂର୍ବାନୁମାନ ଅନୁସାରେ ବାତ୍ୟାର ତୀବ୍ରତା ଯାହା ସୂଚନା ଦିଆଯାଇଥିଲା ତାହା ରହିବ ଆଉ ବଢ଼ିବ ନାହିଁ। ଲ୍ୟାଣ୍ଡଫଲ ପରେ ଟିକେ ବଙ୍କେଇବ ବାତ୍ୟାର ଗତିପଥ।
ଲ୍ୟାଣ୍ଡଫଲର ପରେ ବାତ୍ୟା ପଶ୍ଚିମ- ଉତ୍ତର ପଶ୍ଚମିକୁ ଗତି କରିବ। ଲ୍ୟାଣ୍ଡଫଲ ପରେ ବର୍ଷାର ପରିମାଣ ଅଧିକ ରହିବ।ସୂଚନଯୋଗ୍ୟ; ୨୪ ରାତିରୁ ୨୫ ସକାଳ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ। ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୨୦ କି.ମି଼. ରହିବାର ସମ୍ଭାବନା ରହିଛି । ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳବର୍ତ୍ତୀ ନିକଟ ଅଞ୍ଚଳରେ ୬୦-୭୦ କି.ମି. ପ୍ରତିଘଣ୍ଟା ପବନର ବେଗ ରହିଛି । କେନ୍ଦ୍ରୀଭୂତ ଅଞ୍ଚଳରେ ପବନର ବେଗ ପ୍ରତି ଘଣ୍ଟା ୯୦-୯୫ କି.ମି. ରହିଛି । ପବନର ବେଗ ଧିରେ ଧିରେ ବଢ଼ିବ । ଗୁରୁବାର ରାତିରୁ ଶୁକ୍ରବାର ସକାଳେ ପବନର ବେଗ ସବୁଠୁ ଅଧିକ ରହିବ । ଏହିସବୁ ଜିଲ୍ଲାରେ ଜଗତସିଂହପୁର, କେନ୍ଦ୍ରାପଡା, ବାଲେଶ୍ବର, ଭଦ୍ରକ, ମେଦିନପୁରରେ ପବନର ବେଗ ଅଧିକ ରହିବ । ଏହା ସହ ଲ୍ୟାଣ୍ଡଫଲ୍ ବେଳେ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର ଉପକୁଳରେ ଜୁଆର ଆସିବ ।


