ଭୁବନେଶ୍ୱର(ଓଡ଼ିଶା ୱେୟାର): ଜିଏସଟି ମାମଲାକୁ ରଫାଦଫା କରିବା ପାଇଁ ସରକାରୀ କର୍ମଚାରୀଙ୍କୁ ୧୦ଲକ୍ଷ ଟଙ୍କା ଲାଂଚ ଦେବା ଅଭିଯୋଗରେ ସେଞ୍ଚୁରିଆନ୍ ୟୁନିର୍ଭସିଟି ନାଁରେ ଆଜି ସିବିଆଇ ଏକ ମାମଲା ରୁଜୁ କରିଛି । ଏହି ଲାଂଚ କାରବାର ପାଇଁ ଡିଲ୍ ଚାଲିଥିବାବେଳେ ସିବିଆଇ ଗତକାଲି ଭୁବନେଶ୍ୱରର ରାମମନ୍ଦିର ନିକଟରେ ଥିବା ହୋଟେଲ ମ୍ୟାରିଅନରେ ଚଢ଼ଉ କରିଥିଲା । ଆଉ ୪ଜଣଙ୍କୁ ଗିରଫ କରିଥିଲା ।
ସିବିଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଇପିସିର ଧାରା ୧୨୦(ଖ), ୧୯୮୮ ସେକ୍ସନ ୭(କ), ୮ ଓ ୯ ଧାରାରେ ମାମଲା ମଧ୍ୟ ରୁଜୁ କରାଯାଇଛି । ସିବିଆଇ ଗତକାଲି ଗିରଫ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ଭୁବନେଶ୍ୱର ସର୍କଲର ଜିଏସଟି ସୁପରିଟେଣ୍ଡେଣ୍ଟ ଆତ୍ରଭଞ୍ଜନ କର ଓ ଜିଏସଟି ଅଫିସର ପ୍ରଦୀପ କୁମାର ଆଚାର୍ଯ୍ୟ ଓ ଏନଏନ ସାହୁଙ୍କ ସମେତ ସେଂଚୁରିଆନ୍ ବିଶ୍ୱବିଦ୍ୟାଳୟର ଆକାଉଣ୍ଟ ଅଫିସର ଆଶୁତୋଷ ପାଢ଼ୀ ସାମିଲ ଥିବାବେଳେ ସେମାନଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି ।


