ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ଜ୍ୱାଇଁ ତଥା କଂଗ୍ରେସ ମହାସଚିବ ପ୍ରିୟଙ୍କ ଗାନ୍ଧି ବାଡ୍ରାଙ୍କ ପତି ରବର୍ଟ ବାଡ୍ରା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଖୋଦ୍ ପ୍ରିୟଙ୍କା ଗାନ୍ଧି ଏହାର ସୂଚନା ଦେଇଛନ୍ତି। ପତିଙ୍କ କରୋନା ପଜିଟିଭ୍ ଆସିବା ପରେ ପ୍ରିୟଙ୍କା ନିଜର ଆସାମ ଯାତ୍ରା ବାତିଲ କରିଛନ୍ତି।
ପ୍ରିୟଙ୍କା ଏକ ଭିଡିଓ ପୋଷ୍ଟ କରି କହିଛନ୍ତି, ନିକଟରେ କରୋନା ସଂକ୍ରମଣ ସଂସ୍ପର୍ଶରେ ଆସିବାରୁ ମୁଁ ନିଜର ଆସାମ ଗସ୍ତ ବାତିଲ କରିଛି। ଗତକାଲି ମୋର କରୋନା ରିପୋର୍ଟ ନେଗେଟିଭ୍ ଆସିଛି। କିନ୍ତୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଆଗାମୀ କିଛି ଦିନ ଯାଏ ଆଇସୋଲେସନରେ ରହିବି। ଏହି ଅସୁବିଧା ପାଇଁ ମୁଁ ଆପଣ ସମସ୍ତଙ୍କୁ କ୍ଷମା ପ୍ରାର୍ଥନା କରୁଛି। ମୁଁ କଂଗ୍ରେସର ବିଜୟ ପାଇଁ ପ୍ରାର୍ଥନା କରୁଛି।


