Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ସୋଶାଲ ମିଡିଆରେ ବିଜେଡିର କଟାକ୍ଷ,ଅପରାଜିତା ଦେଲେ ଜବାବ

ଭୁବନେଶ୍ୱର(ଓଡ଼ିଶା ୱେୟାର):ଏକାମ୍ର କ୍ଷେତ୍ର ପାଇଁ ଜାତୀୟ ଐତିହ୍ୟ ପ୍ରାଧିକରଣ(ଏନଏମଏ) ବାଇ-ଲ’କୁ ବିରୋଧ କରି ବିଜେଡି ଆଜି ସିଧାସଳଖ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ସୋଶାଲ ମିଡିଆରେ ଟାର୍ଗେଟ କରିଛି । ଟ୍ୱିଟରରେ ‘ଅପରାଜିତାମିସିଂ’ ନାଁରେ ହ୍ୟାସଟ୍ୟାଗ୍ କରି ବିଜେଡି ଆଜି ଏକାମ୍ର କ୍ଷେତ୍ର ପାଇଁ ଏନଏମଏ ‘ବାଇ-ଲ’ ପ୍ରସଙ୍ଗରେ ଅପରାଜିତାଙ୍କ ନିରବତାକୁ ଟାର୍ଗେଟ୍ କରିଥିବାବେଳେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ମଧ୍ୟ ପାଲଟା ଜବାବ ଦେଇଛନ୍ତି । ବିକାଶର ରାଜନୀତିକୁ ବିଜେପି ସ୍ୱାଗତ କରେ, କିନ୍ତୁ ଏବେ ଏକାମ୍ର କ୍ଷେତ୍ରରେ ଯାହା ଚାଲିଛି ତାହା ଶାସନର ଅପରିପକ୍ୱତା ବୋଲି କହିଛନ୍ତି ।
ଏକାମ୍ର କ୍ଷେତ୍ରର ଅନନ୍ତ ବାସୁଦେବ ମନ୍ଦିର ଓ ବ୍ରହ୍ମେଶ୍ୱର ମନ୍ଦିର ପାଇଁ ଏନଏମଏ ବାଇ-ଲ’କୁ ବିରୋଧ କରି ବିଜେଡି ଆଜି ସକାଳୁ ସୋଶାଲ ମିଡିଆରେ ଭୁବନେଶ୍ୱର ସାଂସଦ ଅପରାଜିତାଙ୍କୁ ଟାର୍ଗେଟ୍ କରିଥିଲା । ଏକାମ୍ର କ୍ଷେତ୍ରର ବିକାଶ କାର୍ଯ୍ୟ ବାଧାପ୍ରାପ୍ତ ପାଇଁ ହେଉଥିବା ପ୍ରୟାସ ଓ ସାଂସଦ ଅପରାଜିତାଙ୍କ ନିରବତାକୁ ନେଇ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡା ଟ୍ୱିଟରରେ କଡ଼ା ସମାଲୋଚନା କରିବାପରେ ବିଜେଡି ସାଧାରଣ ସମ୍ପାଦକ ତଥା ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଟ୍ୱିଟରେ ‘ଅପରାଜିତାମିସିଂ’ ନାଁରେ ଏକ ହ୍ୟାସଟ୍ୟାଗ୍ ଅଭିଯାନ ଆରମ୍ଭ କରିଥିଲେ । ଶ୍ରୀମତୀ ମିଶ୍ର ଟ୍ୱିଟ୍ କରି କହିଥିଲେ ଯେ, ପର୍ଯ୍ୟଟନ ମାନଚିତ୍ରରେ ଏକାମ୍ର କ୍ଷେତ୍ର ସ୍ୱତନ୍ତ୍ର ପରିଚୟ ପାଇଥିବାବେଳେ ଏହି ଗୌରବମୟ କୀର୍ତ୍ତିରାଜିକୁ ବିଶ୍ୱଦରବାରରେ ପ୍ରଚାର ପ୍ରସାର କରିବା ପରିବର୍ତ୍ତେ ଜାତୀୟ ଐତିହ୍ୟ ପ୍ରାଧିକରଣ ଓ ଏଏସଆଇ କର୍ତ୍ତୃପକ୍ଷ ଅଙ୍କୁଶ ଲଗାଉଛନ୍ତି । ଏକାମ୍ର କ୍ଷେତ୍ରର ଭିତ୍ତିଭୂମି ବିକାଶ ଚାଲିଥିବାବେଳେ ଏଥିରେ ଷଡ଼ଯନ୍ତ୍ର କରି ବାଧା ସୃଷ୍ଟି କରାଯାଉଛି । ବିକାଶର ଏଭଳି ଦୋମୁହାଁ ପରିଭାଷା ପାଇଁ ସେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀଙ୍କୁ ଦାୟୀ କରି ଏହି ପ୍ରସଙ୍ଗରେ ସେ କାହିଁକି ଉଭାନ ବୋଲି ପ୍ରଶ୍ନ କରିଛନ୍ତି । ଏହା ଓଡ଼ିଆଙ୍କ ସ୍ୱାଭିମାନ ପ୍ରତି କୁଠାରଘାତ ବୋଲି ଶ୍ରୀମତୀ ମିଶ୍ର ଟ୍ୱିଟ କରି କହିଥିଲେ । ବିଜେଡି ମୁଖପାତ୍ର ଶ୍ରୀମତୀ ମିଶ୍ରଙ୍କ ଏହି ଟ୍ୱିଟକୁ ତାଙ୍କ ଦଳ ପକ୍ଷରୁ ବହୁଳ ଭାବେ ଶେୟାର କରାଯାଇଥିଲା । ବିଜେଡି ସମର୍ଥିତ କେତେକ ସେବାୟତ ମଧ୍ୟ ସାଂସଦଙ୍କୁ ଗଣମାଧ୍ୟମରେ କଡ଼ା ସମାଲୋଚନା କରିଛନ୍ତି ।
ଅନ୍ୟପକ୍ଷରେ, ସୋଶାଲ ମିଡିଆରେ ବିଜେଡିର ଏଭଳି କଟାକ୍ଷର କଡ଼ା ଜବାବ ରଖିଛନ୍ତି ସାଂସଦ ଅପରାଜିିତା ଷଡ଼ଙ୍ଗୀ । ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସବୁପ୍ରକାରର ବିରୋଧ ଓ ସମାଲୋଚନାକୁ ସେ ସବୁବେଳେ ସ୍ୱାଗତ କରନ୍ତି । ଏବେ ସଂସଦ ଅଧିବେଶନ ଥିବାରୁ ଦିଲ୍ଲୀରେ ଅଛନ୍ତି । ଆସନ୍ତା ୧୫ତାରିଖରେ ସେ ଭୁବନେଶ୍ୱର ଯିବେ ଓ ଏକାମ୍ର କ୍ଷେତ୍ରର ବିକାଶ କାର୍ଯ୍ୟ ପ୍ରସଙ୍ଗରେ ନିଜେ ଅନୁସନ୍ଧାନ କରି ସମସ୍ତଙ୍କ ସହ ଆଲୋଚନା କରିବେ । ସେ ବିନା ତର୍କ ଓ ତଥ୍ୟରେ କିଛି କାର୍ଯ୍ୟ କରନ୍ତି ନାହିଁ କି କୁହନ୍ତି ନାହିଁ । ବିଜେପି ସର୍ବଦା ବିକାଶର ରାଜନୀତି କରେ ଓ ଏହାକୁ ଉତ୍ସାହିତ ମଧ୍ୟ କରେ । ମାତ୍ର ବିକାଶ କାର୍ଯ୍ୟ ବି ଆଇନର ଗଣ୍ଡି ମଧ୍ୟରେ ହେବା ଦରକାର । ପ୍ରଶାସନିକ କଳ କିଛିଟା ପାଠପଢ଼ି କାମ କରିବା କଥା । ଶାସନର ଅପରିପକ୍ୱତା ଯୋଗୁ ଏଭଳି ସମସ୍ୟା ହୋଇଛି ବୋଲି ସେ ଅନୁଭବ କରୁଛନ୍ତି । ତେବେ ସେ ଏକାମ୍ର କ୍ଷେତ୍ରକୁ ଯାଇ ସ୍ଥିତିର ଅନୁଧ୍ୟାନ କଲାପରେ ଯାହାକିଛି ମନ୍ତବ୍ୟ ଦେବେ ବୋଲି ସ୍ପଷ୍ଟ କରିଛନ୍ତି ।
ସୂଚନାଯୋଗ୍ୟ, ଗତମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତିରେ ବିନ୍ଦୁସାଗର ପୁନୁରୁଦ୍ଧାର ପ୍ରକଳ୍ପ ଉଦଘାଟନ କାର୍ଯ୍ୟକ୍ରମରେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଓ ମନ୍ତ୍ରୀ ଅଶୋକ ପଣ୍ଡା ସିଧାସଳଖ ମୁହାଁମୁହିଁ ହୋଇଥିଲେ । ଚଳିତଥର ବିଜେଡି କିନ୍ତୁ ସୋଶାଲ ମିଡିଆ ମାଧ୍ୟମରେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀଙ୍କୁ ଟାର୍ଗେଟ୍ କରିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top