ତାସକେଣ୍ଟ: ଏଠାରେ ଚାଲିଥିବା ଏସିଆନ ଭାରୋତ୍ତୋଳନ ଚାମ୍ପିଅନଶିପ୍ରେ ଚମକିଛନ୍ତି ଓଡ଼ିଆ ଝିଅ ଝିଲି ଦଳବେହେରା। ସେ ୪୫ କେଜି ବର୍ଗରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହି ବର୍ଗରେ କେବଳ ଦୁଇ ଜଣ ଭାରୋତ୍ତୋଳନକାରୀ ହିଁ ଅଂଶ ଗ୍ରହଣ କରିଥିଲେ।
ଜୁନିୟର ବିଶ୍ୱ ଚାମ୍ପିଅନଶିପର ବ୍ରୋଞ୍ଜ ପଦକ ବିଜେତା ଝିଲି ପ୍ରଥମେ ସ୍ନାଚ୍ରେ ୬୯ କେଜି ଓ କ୍ଲିନ ଆଣ୍ଡ ଜର୍କରେ ୮୮ କେଜି ଓଜନ ଉଠାଇଛନ୍ତି। ସେ ଦୁଇଟି ଯାକ ବିଭାଗରେ ମୋଟ ୧୫୭ କେଜି ଭାରୋତ୍ତୋଳନ କରି ସ୍ୱର୍ଣ୍ଣ ପଦ ହାସଲ କରିଛନ୍ତି। ମହାମାରୀ କରୋନା ଯୋଗୁ ଗତବର୍ଷ ଏହି ଏସିଆନ ଚାମ୍ପିୟନଶିପ୍କୁ ସ୍ଥଗିତ ରଖାଯାଇଥିଲା।


