Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ହିଟୱେଭ୍‌: ଜିଲ୍ଲାପାଳଙ୍କୁ ଆଲର୍ଟ କଲେ ଏସଆରସି

ଭୁବନେଶ୍ୱର(ଓଡ଼ିଶା ୱେୟାର): ରାଜ୍ୟରେ ଗତ ଦୁଇଦିନ ଧରି ଖରାର ପ୍ରକୋପ ବୃଦ୍ଧି ପାଇବାପରେ ସ୍ୱତନ୍ତ୍ର ରିଲିଫ କମିଶନର ଆଜି ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ହିଟୱେଭ୍ ପାଇଁ ସତର୍କ କରାଇବା ସହ ଆବଶ୍ୟକ ପ୍ରସ୍ତୁତି କରିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ହିଟୱେଭ ଓ ଗ୍ରୀଷ୍ମପ୍ରବାହର ମୁକାବିଲା ନିମନ୍ତେ ଏକ ଏସଓପି ମଧ୍ୟ ଜାରି କରିଛନ୍ତି ।
ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସମସ୍ତ ଜିଳ୍ଲାପାଳଙ୍କୁ ଚିଠି ଲେଖି କହିଛନ୍ତି ଯେ, ଏବେ ଗ୍ରୀଷ୍ମ ଋତୁ ପାଖେଇ ଆସୁଥିବାବେଳେ ସମ୍ଭାବ୍ୟ ହିଟୱେଭ୍ ସ୍ଥିତିକୁ ଦୃଷ୍ଟିରେ ରଖି ତୁରନ୍ତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ହିଟୱେଭଜନିତ ଅସୁସ୍ଥତାକୁ ଏଡ଼ାଇବା ପାଇଁ ପରାମର୍ଶ ଦିଆଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମରେ ବିଭିନ୍ନ ନାଗରିକ ସଂଗଠନକୁ ସାମିଲ କରିବାକୁ କୁହାଯାଇଛି । ଯେଉଁସବୁ ଅଂଚଳରେ ପାନୀୟ ଜଳ ସମସ୍ୟା ରହିଛି ସେଠାରେ ଟ୍ୟାଙ୍କର ମାଧ୍ୟମରେ ପାଣି ପହଂଚାଇବାର ବ୍ୟବସ୍ଥା କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁଠି ଜଳର ଅଭାବ ଥିବ ସେଠାରେ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବେ । ଜଳସମ୍ପଦ ବିଭାଗକୁ ମଧ୍ୟ ବିଭିନ୍ନ କେନାଲକୁ ଜଳଭଣ୍ଡାରରୁ ପାଣି ଛାଡ଼ିବାକୁ କୁହାଯାଇଛି । ପୌରାଂଚଳ ଓ ପଂଚାୟତସ୍ତରରେ ପାନୀୟ ଜଳ ସେବାକେନ୍ଦ୍ର ସ୍ଥାପନ କରି ଜନଗହଳି ସ୍ଥାନରେ ଲୋକଙ୍କୁ ପାନୀୟ ଜଳ ସୁବିଧା ଯୋଗାଇବାକୁ ପରାମର୍ଶ ଦିଆଯାଇଛି । ଯେଉଁ ସବୁ ସ୍ଥାନରେ ହ୍ୟାଣ୍ଡ ପାଇପ ଅଚଳ ହୋଇ ପଡ଼ିଛି ଅବା ପାଇପଯୋଗେ ପାନୀୟ ଜଳ ଯୋଗାଣ ହୋଇପାରୁନି, ସେଠାରେ ଆବଶ୍ୟକ ପଦକ୍ଷେପ ତୁରନ୍ତ ନେବାକୁ ଜିଲ୍ଲାପାଳମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି କୋଭିଡ୍ ସମସ୍ୟା ଯୋଗୁ ଚଳିତବର୍ଷ ଖରାଦିନେ ସ୍କୁଲକଲେଜରେ ପାଠପଢ଼ା ହେବାର ସମ୍ଭାବନା ଥିବାରୁ ସ୍କୁଲ ଓ କଲେଜରେ ଆବଶ୍ୟକ ପାନୀୟ ଜଳ ସୁବିଧା, ପିଲା ଓ କର୍ମଚାରୀମାନଙ୍କ ଯାତାୟତ ନିମନ୍ତେ ପରିବହନ ସୁବିଧା ଆଦି ଉପରେ ଧ୍ୟାନ ଦେବାକୁ କୁହାଯାଇଛି । ସେହିପରି ଯଦି କୌଣସି ସ୍ଥାନରେ ଅଂଶୁଘାତରେ ପ୍ରାଣ ହରାଇଥିବାର ଖବର ମିଳେ ତା’ହେଲେ ତା’ର ତଦନ୍ତ କରି ୪୮ଘଣ୍ଟା ମଧ୍ୟରେ ଏସଆରସିଙ୍କ ନିକଟକୁ ରିପୋର୍ଟ ପଠାଇବାକୁ ଜିଲ୍ଲାପାଳମାନଙ୍କୁ ତାଗିଦ୍ କରାଯାଇଛି ।
ଯଦି କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ଅଂଶୁଘାତଜନିତ ହୋଇଥାଏ, ତା’ହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ପରିବାରକୁ ଅନୁକମ୍ପାମୂଳକ ସହାୟତା ତୁରନ୍ତ ଦେବା ନିମନ୍ତେ ଜିଲ୍ଲ ପ୍ରଶାସନ କାର୍ଯ୍ୟ କରିବେ । ହିଟୱେଭ୍ ସମୟରେ ରାଜ୍ୟ ଓ ଜିଲ୍ଲାସ୍ତରରେ ୨୪ଘଂଟିଆ କଣ୍ଟ୍ରୋଲ ରୁମ୍ ସ୍ଥାପନ କରାଯିବ । ସେହିପରି ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ସକାଳୁ ଖୋଲିବ । ନିଜର ଛାତ ଉପର ଥଣ୍ଡା ରଖିବା ପାଇଁ ଲୋକମାନଙ୍କୁ ‘କୁଲ ରୁଫ ଟେକ୍ନୋଲୋଜି’ ସମ୍ପର୍କରେ ସଚେତନ କରାଇବାକୁ କୁହାଯାଇଛି । ଛାତରେ ପେଣ୍ଟିଂ କରିବା ଦ୍ୱାରା ଘରର ଭିତରର ତାପମାତ୍ରା ହ୍ରାସ ପାଇଥାଏ ବୋଲି ଏସଆରସି ତାଙ୍କ ଚିଠିରେ ଜିଲ୍ଲାପାଳମାନଙ୍କୁ ଅବଗତ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top