ଭୁବନେଶ୍ୱର(ଓଡ଼ିଶା ୱେୟାର): ଦିନକୁ ଦିନ ହୁ ହୁ ହୋଇ ବଢ଼ି ଚାଲିଛି ପେଟ୍ରୋଲ ଓ ଡିଜେଲ୍ ଦର। ଓଡ଼ିଶାର କିଛି ସ୍ଥାନରେ ପେଟ୍ରୋଲ ଦର ଲିଟର୍ ପିଛା ସେଞ୍ଚୁରୀ ମାରିଲାଣି। ଆଗ କାଲିମେଳା, ପରେ ମାଲାକାନଗିରି, ଆଉ ସୋମବାର କୋରାପୁଟ ସାଙ୍ଗକୁ ଜୟପୁର ସହରରେ ପେଟ୍ରୋଲ ଦର ସେଞ୍ଚୁରୀ ମାରିଛି। ଗୋଟିଏ ପଟେ କରୋନାରେ ଲୋକଙ୍କ ଆର୍ଥିକ ସ୍ଥିତି ଦୟନୀୟ ଥିବା ବେଳେ ଏପଟେ ତୈଳ ଦରରେ ଆକାଶଛୁଆଁ ଲୋକଙ୍କ ହୋଶ ଉଡ଼ାଇ ଦେଇଛି।
ପେଟ୍ରୋଲ ସହ ତାଳ ଦେଇ ଡିଜେଲ୍ ବି ହୁ ହୁ ବଢୁଛି। ମାଲକାନଗିରିରେ ପେଟ୍ରୋଲ ଦର ଲିଟର୍ ପିଛା ୧୦୧ ଟଙ୍କା ୧୮ ପଇସା, ଡିଜେଲ୍ ଲିଟର୍ ପିଛା ୯୮ ଟଙ୍କା ୪୨ ପଇସା, କୋରାପୁଟରେ ପେଟ୍ରୋଲ ୧୦୦ ଟଙ୍କା ୨୭, ଡିଜେଲ୍ ୯୮ ଟଙ୍କା ୪, ଭୁବନେଶ୍ୱର ପେଟ୍ରୋଲ ୯୬ ଟଙ୍କା ୧୧, ଡିଜେଲ୍ ୯୪ ଟଙ୍କା ୦୧, କଟକରେ ପେଟ୍ରୋଲ ୯୬ ଟଙ୍କା ୩୭, ଡିଜେଲ୍ ୯୪ ଟଙ୍କା ୨୬, ବ୍ରହ୍ମପୁରରେ ପେଟ୍ରୋଲ ୯୭ ଟଙ୍କା ୪୭, ଡିଜେଲ ୯୫ ଟଙ୍କା ୩୩, ରାଉରକେଲାରେ ପେଟ୍ରୋଲ ୯୭ ଟଙ୍କା ୨୩ ଓ ଡିଜେଲ୍ ଲିଟର ୯୪ ଟଙ୍କା ୯୩ ପଇସା।


