ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ମିଳିଲା ଜାମିନ୍ । ହେମନ୍ତଙ୍କୁ ଜାମିନ ପ୍ରଦାନ କରିଛନ୍ତି ଝାଡଖଣ୍ଡ ହାଇକୋର୍ଟ । ଜମି ଦୁର୍ନୀତି ସହ ଜଡିତ ମନିଲଣ୍ଡରିଂ ମାମଲାରେ ଝାଡଖଣ୍ଡ ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଜମି ଦୁର୍ନୀତି ମାମଲାରେ ନବମ ଥର ସମନ ପରେ ୩୧ ଜାନୁଆରୀରେ ଇଡ଼ି ତାଙ୍କୁ ଗିରଫ କରିଥିଲା । ଏହାପରେ ଜେଲରେ ରହିଥିଲେ ହେମନ୍ତ । ଜଲରେ ରହିବା ଭିତରେ କିଛି ଦିନ ପାଇଁ ଜାମିନରେ ବାହାରକୁ ଆସି ପୁଣି ଜେଲ ଯାଇଥିଲେ ।ଇଡି ହେପାଜତରେ ଥିବାବେଳେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଏବଂ ଏହାର ଦାୟିତ୍ୱ ତାଙ୍କର ଘନିଷ୍ଠ ସହଯୋଗୀ ଚମ୍ପଇ ସୋରେନଙ୍କୁ ଦେଇଥିଲେ। ବର୍ତ୍ତମାନ, ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ପୂର୍ବରୁ ହେମନ୍ତ ସୋରେନଙ୍କୁ ଜାମିନ ମିଳିବା ଦଳ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର।


