ମୁମ୍ବାଇ: ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ। କରୋନାରେ ଆକ୍ରାନ୍ତ ହେବାରେ ପରେ ସେ ଏବେ ହୋମ୍ କ୍ୱାରେଣ୍ଟାଇନରେ ଅଛନ୍ତି। ସମସ୍ତ ପ୍ରଟୋକଲ ପାଳନ କରି ସେ କରୋନା ସହ ଲଢ଼େଇ ଜାରି ରଖିଛନ୍ତି। ତେବେ ଏହାରି ଭିତରେ ମଧ୍ୟ ସେ ସୋଶାଲ ମିଡିଆରେ ବେଶ୍ ଆକ୍ଟିଭ ଅଛନ୍ତି। ହୋମ୍ ଅଇସୋଲେସନରେ ଥିବା ଆଲିଆଙ୍କ ଏକ ଫଟୋ ଏବେ ସାମ୍ନାକୁ ଆସିଛି, ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଆଲିଆ ନିଜ ଇନ୍ଷ୍ଟାଗ୍ରାମରେ ଦୁଇଟି ସେଲ୍ଫି ସେଆର କରିଛନ୍ତି। ଏହି ଫଟୋରେ ତାଙ୍କର ନୋ ମେକ୍-ଅପ୍ ଲୁକ୍ ଦେଖିବାକୁ ମିଳିଛି। ଏଥିସହ ସେ ଏକ ଧଳା ରଙ୍ଗର ଗାଉନ୍ ପିନ୍ଧି ଖଟ ଉପରେ ଶୋଇରହିଥିବା ନଜର ଆସିଛନ୍ତି। ଏହି ଫଟୋକୁ ସେଆର କରି ଆଲିଆ ଲେଖିଛନ୍ତି “ସ୍ୱପ୍ନ ଦେଖୁଥିବା ଲୋକମାନେ କେବେ ଉଠନ୍ତି ନାହିଁ।”


