Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ୟୁପି ସରକାରଙ୍କ ବଡ଼ ନିଷ୍ପତ୍ତି: ମହାପୁରୁଷ ଜୟନ୍ତୀ ଓ ଶିବରାତ୍ରିରେ ରାଜ୍ୟରେ ମାଂସ ବିକ୍ରି ବନ୍ଦ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଯୋଗୀ ସରକାର ଭାରତୀୟ ସଂସ୍କୃତିର ରକ୍ଷା କରିବାକୁ ଯାଇ ଆଉ ଏକ ଅଦ୍ଭୁତପୂର୍ବ ନିର୍ଣ୍ଣୟ ନେଇଛନ୍ତି। ୟୁପି ସରକାର ଏହି ନିଷ୍ପତ୍ତି ନେଇଛନ୍ତି କି, ଏବେ ଠାରୁ ରାଜ୍ୟରେ ମହାପୁରୁଷଙ୍କ ଜୟନ୍ତୀ ଏବଂ ମହାଶିବରାତ୍ରିରେ ମାଂସ ବିକ୍ରି କରାଯିବ ନାହିଁ। ଏହି ଦିନ କଂସେଇଖାନା ଓ ମାଂସ ଦୋକାନଗୁଡ଼ିକୁ ବନ୍ଦ ରଖାଯିବ। ଏହି ପରିପ୍ରେକ୍ଷୀରେ ନଭେମ୍ବର ୨୫ରେ ସିନ୍ଧି ସମାଜର ସନ୍ଥ ଟିଏଲ ବାସବାନୀଙ୍କ ଜୟନ୍ତୀ ଅବସରରେ ରାଜ୍ୟରେ ଥିବା ସମସ୍ତ କଂସେଇଖାନା ଓ ମାଂସ ଦୋକାନକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ରଜନୀଶ ଦୁବେ ଏ ନେଇ ସମସ୍ତ ଜିଲାର ଡିଭିଜନାଲ କମିଶନର ଏବଂ ଜିଲା ମାଜିଷ୍ଟ୍ରେଟଙ୍କୁ ଆଦେଶ ଜାରି କରିଛନ୍ତି। ସେ କହିଛନ୍ତି କି, ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯିବା ଉଚିତ।

ଜାରି ଆଦେଶରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରଜନୀଶ ଦୁବେ କହିଛନ୍ତି, ନଭେମ୍ବର ୨୫ ଟିଏଲ୍‌ ବାସବାନୀଙ୍କ ଜୟନ୍ତୀ। ତେଣୁ ବିଭିନ୍ନ ସ୍ଥାନରେ ଥିବା କଂସେଇଖାନା ଏବଂ ମାଂସ ଦୋକାନଗୁଡ଼ିକୁ ବନ୍ଦ ରଖାଯାଇଛି। ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି।

ଆଦେଶରେ କୁହାଯାଇଛି, ମହାବୀର ଜୟନ୍ତୀ, ବୁଦ୍ଧ ଜୟନ୍ତୀ, ଗାନ୍ଧୀ ଜୟନ୍ତୀ, ମହାଶିବରାତ୍ରି ଓ ସାଧୁ ଟିଏଲ୍‌ ବାସବାନୀଙ୍କ ଜୟନ୍ତୀ ଅବସରରେ ବିଶେଷ କରି ସହରାଞ୍ଚଳରେ ଥିବା କଂସେଇଖାନା ଏବଂ ମାଂସ ଦୋକାନଗୁଡ଼ିକୁ ବନ୍ଦ ରଖାଯିବ। ଅହିଂସାର ବାର୍ତ୍ତା ଦେଉଥିବା ମହାପୁରୁଷ ଏବଂ ପ୍ରମୁଖ ପର୍ବକୁ ନଜରରେ ରଖି ଏହି ଆଦେଶ ଜାରି କରାଯାଇଛି। ମହାପୁରୁଷଙ୍କ ଜୟନ୍ତୀକୁ ଅହିଂସା ଦିବସ ଭାବେ ପାଳନ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଥାଉ କି, ୨୦୧୭ରେ ଶାସନକୁ ଆସିବା ପରେ ଯୋଗୀ ସରକାର ବେଆଇନ କଂସେଇଖାନା ଉପରେ ନିୟମ କଡ଼ାକଡ଼ି କରି ଦେଇଥିଲେ। ଏଥି ସହିତ ଖୋଲାରେ ମାଂସ ବିକ୍ରି ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଥିଲେ।

ସୂଚନାଥାଉ କି, ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଥୁରାସ୍ଥିତ ଶ୍ରୀକୃଷ୍ଣ ଜନ୍ମସ୍ଥଳୀର ୧୦ ବର୍ଗ କିଲୋମିଟର ଅଞ୍ଚଳକୁ ତୀର୍ଥସ୍ଥଳୀ ଘୋଷଣା କରି ଦେଇଛନ୍ତି। ତୀର୍ଥସ୍ଥଳୀ ଅଞ୍ଚଳରେ ମଦ ଓ ମାଂସ ବିକ୍ରି ହେବ ନାହିଁ। ଏହା ଉପରେ ପୂର୍ଣ୍ଣ ରୂପେ ପ୍ରତିବନ୍ଧକ ଲଗା ଯାଇଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top