Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

୧ଲକ୍ଷ ୭୦ହଜାର କୋଟିର ବଜେଟ୍‌

ଭୁବନେଶ୍ୱର(ଓଡ଼ିଶା ୱେୟାର): ଆଜି ବିଧାନସଭାରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୧ଲକ୍ଷ ୭୦ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରାଯାଇଛି । ୨୦୨୦-୨୧ ଆର୍ଥିକ ବର୍ଷ ତୁଳନାରେ ଏହି ବଜେଟର ଆକାର ୨୬% ଅଧିକ ରହିଛି ।
ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବିଧାନସଭାରେ ୨୦୨୧-୨୨ ଆର୍ଥିକ ବର୍ଷର ବଜେଟକୁ ଉପସ୍ଥାପନ କରି ଏଥିରେ କନକଲ୍ୟାଣ, ପୁଞ୍ଜିନିବେଶ, ବିକାଶ, ଭିତ୍ତିଭୂମି ଉନ୍ନୟନ ଓ ରୂପାନ୍ତରଣ ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି କହିଛନ୍ତି । ବଜେଟରେ ପ୍ରଶାସନିକ ଖର୍ଚ୍ଚ ୮୫ହଜାର କୋଟି, କାର୍ଯ୍ୟକ୍ରମ ଖର୍ଚ୍ଚ ୭୫ହଜାର କୋଟି, ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ଖର୍ଚ୍ଚ ୩୦୫୦କୋଟି ଓ ରାଜ୍ୟରୁ ହସ୍ତାନ୍ତର ହେଉଥିବା ପାଣ୍ଠି ୬୯୫୦କୋଟିକୁ ମିଶାଇ ମୋଟ ୧ଲକ୍ଷ ୭୦ହଜାର କୋଟି ଟଙ୍କାର ବଜେଟ୍ ବ୍ୟୟବରାଦ ଆକଳନ କରାଯାଇଛି ।
ବଜେଟରେ ବ୍ୟୟବରାଦ ଅର୍ଥକୁ ରାଜସ୍ୱ ପ୍ରାପ୍ତିରୁ ୧ଲକ୍ଷ ୨୫,୬୦୦କୋଟି ଟଙ୍କା, ଋଣ ଓ ଅନ୍ୟାନ୍ୟ ବାବଦରୁ ୪୪ହଜାର ୪୦୦କୋଟି ଟଙ୍କା ଭରଣା କରାଯିବାର ପ୍ରସ୍ତାବ ରଖିଛନ୍ତି । ଅବଶ୍ୟ ନିଟ୍ ଋଣ ପରିମାଣ ୧୮୪୬୫କୋଟି ଟଙ୍କା ରହିବ ବୋଲି ବଜେଟରେ ଉଲ୍ଲେଖ ଅଛି ।
୨୦୨୧-୨୨ ଆର୍ଥିକ ବର୍ଷରେ ମୋଟ ୧ଲକ୍ଷ ୨୫୬୦୦କୋଟି ଟଙ୍କାର ରାଜସ୍ୱ ମିଳିବ ବୋଲି ଆକଳନ କରାଯାଇଥିବାବେଳେ ଏଥିରେ ରାଜ୍ୟର ନିଜସ୍ୱ ଟିକସ ୩୭୫୦୦କୋଟି, ନିଜସ୍ୱ ଅଣଟିକସ ୨୦ହଜାରକୋଟି, କେନ୍ଦ୍ରୀୟ ଟିକସରେ ରାଜ୍ୟର ଅଂଶ ୩୦୧୩୭କୋଟି, ଜିଏସଟି କ୍ଷତିପୂରଣ ଓ ଅନୁଦାନ ବାବଦରେ ୩୭୯୬୩କୋଟି ଟଙ୍କା ରହିଛି ।
ବଜେଟରେ ପୁଞ୍ଜି ବ୍ୟୟ ଅଟକଳ(କ୍ୟାପିଟାଲ ଆଉଟଲେ) ୨୫୭୮୮କୋଟି ଟଙ୍କା ରହିଛି ଯାହାକି ମୋଟ ଘରୋଇ ଉତ୍ପାଦ(ଜିଡିପି)ର ୪.୪ ପ୍ରତିଶତ । ବିତ୍ତୀୟ ନିଅଣ୍ଟ ପରିମାଣ ମୋଟ ରାଜ୍ୟ ଜିଡିପିର ୩.୫ ପ୍ରତିଶତ ମଧ୍ୟରେ ସୀମିତ ରହିବ ବୋଲି ଆକଳନ କରାଯାଇଥିବାବେଳେ ଋଣ ପରିମାଣ ରାଜ୍ୟର ମୋଟ ଘରୋଇ ଉତ୍ପାଦର ୨୦.୯ ପ୍ରତିଶତ ହେବ ।
ସେହିପରି ୧୯୯୯-୨୦୦୦ ମସିହାରୁ ୨୦୨୦-୨୧ ଆର୍ଥିକ ବର୍ଷ ମଧ୍ୟରେ ରାଜ୍ୟର ବଜେଟ ଆକାର, ରାଜ୍ୟ ଜିଡିପିର ୧୬%ରୁ ୨୬ ପ୍ରତିଶତକୁ ବୃଦ୍ଧି ପାଇଛି । କରୋନା ମହାମାରୀ ସତ୍ତ୍ୱେ ୨୦୨୦-୨୧ ଆର୍ଥିକ ବର୍ଷରେ ରାଜ୍ୟର ନିଜସ୍ୱ ରାଜସ୍ୱ ୧୦ ପ୍ରତିଶତ ହାରରେ ବୃଦ୍ଧି ପାଇବ ବୋଲି ଆକଳନ ହୋଇଛି । ୨୦୨୦-୨୧ ଆର୍ଥିକ ବର୍ଷରେ ରାଜସ୍ୱ ବଳକା ୨୩୩୬କୋଟି ଟଙ୍କା ଆକଳନ କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top