Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

୧୦ ବର୍ଷରେ ୯ ଡିଜିପି ବିଦା, ଅପମାନିତ ହୋଇ ବିଦା ହେଲେଣି ୫

ଭୁବନେଶ୍ୱର:  ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅଣଦେଖା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାର ନିଜର ୧୭ବର୍ଷ କାର୍ଯ୍ୟକାଳରେ ମୋଟ୍ ୧୧ଜଣ ପୁଲିସ୍ ମୁଖିଆଙ୍କୁ ପରିବର୍ତ୍ତନ କରିଛନ୍ତି । ଏଥିରୁ ୯ଜଣ ଡିଜିପି ମାତ୍ର ୧୦ବର୍ଷ ୩ମାସ ରାଜ୍ୟ ପୁଲିସ୍ର ନେତୃତ୍ୱ ନେବାରେ ସକ୍ଷମ ହୋଇଛନ୍ତି । ଏପରିକି ଗତ ୫ବର୍ଷ ଭିତରେ ୪ଜଣ ଡିଜିପିଙ୍କୁ ବିଭିନ୍ନ କାରଣରୁ ନିଜ ପଦବୀରୁ ଅତ୍ୟନ୍ତ ଅପମାନଜନକ ଢଙ୍ଗରେ ବିଦା ହେବାକୁ ପଡ଼ିଛି । ଯାହା ରାଜ୍ୟ ପୁଲିସ୍ ଫୋର୍ସର ମନୋବଳ ଓ କାର୍ଯ୍ୟଦକ୍ଷତାକୁ ପ୍ରଭାବିତ କରିବା ସହ ରାଜ୍ୟ ପୁଲିସ ପ୍ରଶାସନରେ ଅସ୍ଥିରତାର ବାତାବରଣ ସୃଷ୍ଟି କରିଛି ।  ଭୁବନେଶ୍ୱର:  ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅଣଦେଖା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାର ନିଜର ୧୭ବର୍ଷ କାର୍ଯ୍ୟକାଳରେ ମୋଟ୍ ୧୧ଜଣ ପୁଲିସ୍ ମୁଖିଆଙ୍କୁ ପରିବର୍ତ୍ତନ କରିଛନ୍ତି । ଏଥିରୁ ୯ଜଣ ଡିଜିପି ମାତ୍ର ୧୦ବର୍ଷ ୩ମାସ ରାଜ୍ୟ ପୁଲିସ୍ର ନେତୃତ୍ୱ ନେବାରେ ସକ୍ଷମ ହୋଇଛନ୍ତି । ଏପରିକି ଗତ ୫ବର୍ଷ ଭିତରେ ୪ଜଣ ଡିଜିପିଙ୍କୁ ବିଭିନ୍ନ କାରଣରୁ ନିଜ ପଦବୀରୁ ଅତ୍ୟନ୍ତ ଅପମାନଜନକ ଢଙ୍ଗରେ ବିଦା ହେବାକୁ ପଡ଼ିଛି । ଯାହା ରାଜ୍ୟ ପୁଲିସ୍ ଫୋର୍ସର ମନୋବଳ ଓ କାର୍ଯ୍ୟଦକ୍ଷତାକୁ ପ୍ରଭାବିତ କରିବା ସହ ରାଜ୍ୟ ପୁଲିସ ପ୍ରଶାସନରେ ଅସ୍ଥିରତାର ବାତାବରଣ ସୃଷ୍ଟି କରିଛି ।   ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ୨୦୦୦ ମାର୍ଚ୍ଚ ୫ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଦାୟିତ୍ୱ ନେବାର ମାତ୍ର ୫ଦିନ ଭିତରେ ଏସ୍.କେ.ଚାଟାର୍ଜୀଙ୍କୁ ପୁଲିସ୍ ଡିଜି ଭାବେ ୧ବର୍ଷ ୧ମାସ ପାଇଁ ନିଯୁକ୍ତି ଦେଇଥିଲେ । ସେବେଠାରୁ ଆଜି ସୁଦ୍ଧା ରାଜ୍ୟ ପୁଲିସ୍ ମୁଖିଆ ଭାବେ ମୋଟ ୧୧ଜଣ କାର୍ଯ୍ୟ ତୁଲାଇଥିବାବେଳେ ଆସନ୍ତାକାଲି ନବୀନ ସରକାରର ଦ୍ୱାଦଶ ଡିଜିପି ଭାବେ ଆର୍.ପି.ଶର୍ମା ଦାୟିତ୍ୱ ନେବାକୁ ଯାଉଛନ୍ତି । ବୁଧବାର ନାଟକୀୟ ଘଟଣାକ୍ରମରେ ପୁଲିସ୍ ଡିଜିପି କେବି ସିଂହଙ୍କୁ ନିଜ ପଦ ହରାଇବାକୁ ପଡ଼ିଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ଏପରିକି କ୍ରାଇମବ୍ରାଞ୍ଚ  ଓ ଭିଜିଲାନ୍ସ ମୁଖ୍ୟ ହେବାକୁ ସରକାରଙ୍କ ପରାମର୍ଶ ସତ୍ତେ୍ୱ କିଛି ବରିଷ୍ଠ ଅଫିସର୍ ଅନାଗ୍ରହ ଦେଖାଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ବିଜେଡି ସରକାର ଅମଳରେ  କେବଳ ନିମାଇଁ ଚରଣ ପାଢ଼ୀ(୩୧-୦୭-୨୦୦୧ରୁ ୩୧-୦୭-୦୪) ଏବଂ ମନମୋହନ ପ୍ରହରାଜ(୧-୧୦-୨୦୦୮ରୁ ୫-୭-୨୦୧୨)ଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ଡିଜିପି ୩ବର୍ଷରୁ ଊଦ୍ଧ୍ୱର୍ କାର୍ଯ୍ୟକାଳ ପୂରଣ କରିବାରେ ସକ୍ଷମ ହୋଇନାହାନ୍ତି । ତତ୍କାଳୀନ ଡିଜିପି କେଡି ବାଜପେୟୀଙ୍କୁ (୩୦-୦୪-୦୧ରୁ ୩୧-୦୭-୨୦୦୧) ସବୁଠୁ କମ୍ ସମୟ ରାଜ୍ୟ ପୁଲିସ୍ ମୁଖିଆ ହେବାର ସୁଯୋଗ ମିଳିଥିଲା । ତେବେ ୨୦୧୨ ମଇ-୨୯ ଘଟଣାକ୍ରମ ପରଠାରୁ ଏପର୍ଯ୍ୟନ୍ତ ମାତ୍ର ୫ବର୍ଷ ୩ମାସ ମଧ୍ୟରେ ଅପମାନିତ ହୋଇ ଓଡ଼ିଶା ପୁଲିସ୍ର ମୁଖିଆ ଭାବେ ୪ଜଣଙ୍କୁ ବିଦା ହେବାକୁ ପଡ଼ିଛି । ମଇ-୨୯ ଘଟଣାରେ ବିବାଦୀୟ ହୋଇ ମନମୋହନ ପ୍ରହରାଜ ବିଦା ହୋଇଥିଲେ । ସେତେବେଳେ କେନ୍ଦ୍ରୀୟ ଡେପୁଟେସନ୍ରେ ଥିବା ପ୍ରକାଶ ମିଶ୍ରଙ୍କୁ ପୁଲିସ୍ ଡିଜିପି କରାଯାଇଥିଲେ ମଧ୍ୟ ତାଙ୍କୁ ଠିକ୍ ୨ବର୍ଷ ପରେ ଅପମାନିତ କରି ବିଦା କରାଯାଇଥିଲା । ସେହିପରି ଶ୍ରୀ ମିଶ୍ରଙ୍କ ସ୍ଥାନରେ ସଞ୍ଜିବ ମାରିକ୍ଙ୍କୁ ଅବସ୍ଥାପିତ କରାଯାଇଥିଲା । କିନ୍ତୁ ସିଏ ୧ବର୍ଷ ୪ମାସ କାମ କରିବାରେ ତାଙ୍କୁ ମଧ୍ୟ ଡିଜିପି ପଦବୀରୁ ଅପମାନିତ ହୋଇ ଯିବାକୁ ପଡ଼ିଥିଲା । ତାଙ୍କ ପରେ କେ.ବି.ସିଂହଙ୍କୁ ପୁଲିସ୍ ମୁଖିଆ ଭାବେ ନିଯୁକ୍ତି ମିଳିଥିଲା । ସିଏ ଅତିକମରେ ୨ବର୍ଷ କାର୍ଯ୍ୟକାଳ ପୂରଣ କରିବେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ତାଙ୍କୁ ଅପ୍ରତ୍ୟାଶିତ ଭାବେ ପ୍ରାୟ ୧ବର୍ଷ ୧୦ମାସ ପରେ ନିଜ ପଦ ହରାଇବାକୁ ପଡ଼ିଛି । କେବଳ ଏହି ପୁଲିସ୍ ଡିଜିମାନେ ନୁହଁନ୍ତି ତତ୍କାଳୀନ ଡିଜିପି ଅମରାନନ୍ଦ ପଟ୍ଟନାୟକ(୧-୯-୨୦୦୬ରୁ ୩୧-୧୦-୦୭)ଙ୍କୁ ମଧ୍ୟ ବାଧ୍ୟତାମୂଳକ ଛୁଟିରେ ପଠାଇ ତାଙ୍କୁ ଅପମାନିତ କରାଯାଇଥିଲା । ଏହି ଡିଜିପିମାନଙ୍କୁ ଛାଡ଼ିଦେଲେ ନବୀନଙ୍କ କାର୍ଯ୍ୟକାଳରେ ବିପିନ ବିହାରୀ ମିଶ୍ର(୧୩ମାସ), ସୁଚିତ୍ ଦାସ(୧୫ମାସ), ଗୋପାଳ ନନ୍ଦ(୧୩ମାସ) ପୁଲିସ୍ ମୁଖିଆ ହେବାର ସୁଯୋଗ ପାଇଥିଲେ । ଗୃହ ବିଭାଗର ଜଣେ ଅତିରିକ୍ତ ସଚିବଙ୍କ କହିବା ଅନୁସାରେ  ପୁଲିସ୍ ଡିଜିଙ୍କୁ ଅତିକମ୍ରେ ୨ବର୍ଷ ପାଇଁ କାର୍ଯ୍ୟ କରିବାକୁ ସୁଯୋଗ ଦେବାକୁ ସୁପ୍ରିମକୋର୍ଟ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଓଡ଼ିଶା ସରକାର ମଧ୍ୟ ଗତ ୪ବର୍ଷ ପୂର୍ବରୁ ଏକ ନିର୍ଦ୍ଦେଶନାମା ଜାରି କରିସାରିଛନ୍ତି । ନୂଆ ଆଇନ ନଆସିବା ପର୍ଯ୍ୟନ୍ତ ପୁଲିସ୍ ଡିଜି ଓ ଅନ୍ୟ କର୍ମଚାରୀମାନଙ୍କୁ ୨ବର୍ଷ ପୂରଣ ଅତି ଜରୁରୀ ନଥିଲେ ବଦଳି ନକରିବା ପାଇଁ ସୁପ୍ରିମକୋର୍ଟ ପରାମର୍ଶ ଦେଇଥିଲେ । ଓଡ଼ିଶା ପୁଲିସ୍ ବିଲ୍-୨୦୧୫ ବିଧାନସଭାର ମଞ୍ଜୁରୀ ପାଇଥିଲେ ମଧ୍ୟ ତା’ଉପରେ ଆପତ୍ତି ଉଠାଇ ରାଜ୍ୟପାଳ ଫେରାଇ ଦେବାପରେ ତାହା ଏବେ ଆଇନ ବିଭାଗର ତର୍ଜମା ପାଇ ପଡ଼ିରହିଛି । କିନ୍ତୁ ବାରମ୍ବାର ପୁଲିସ୍ ମୁଖ୍ୟଙ୍କୁ ପରିବର୍ତ୍ତନ ରାଜ୍ୟ ପୁଲିସ୍ ଫୋର୍ସ ଓ ପ୍ରଶାସନ ପାଇଁ ଶୁଭଙ୍କର ନୁହେଁ । ଏହାର ପ୍ରତିକୂଳ ପ୍ରଭାବ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଓ ଅନ୍ୟାନ୍ୟ ଦିଗ ଉପରେ ପଡ଼ିବାର ଆଶଙ୍କା ରହିଛି ବୋଲି ସେ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top