Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

୧୩ରୁ ୭୦ ତମ ରାଜଧାନୀ ପ୍ରତିଷ୍ଠା ଦିବସ ସମାରୋହ

ଭୁବନେଶ୍ୱର : ଚଳିତ ମାସ ୧୩ରୁ ୧୫ ତାରିଖ ୩ଦିନ ଧରି ୭୦ତମ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କରାଯିବ । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ, ସଂସ୍କୃତି, ସାହିତ୍ୟ ଓ ଓଡ଼ିଆ ଭାଷା ବିଭାଗ, ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏବଂ ରାଜଧାନୀ ପ୍ରତିଷ୍ଠା ଦିବସ କମିଟିର ମିଳିତ ସହଯୋଗରେ ଦୀର୍ଘ ୩୦ବର୍ଷ ଧରି ପାଳନ କରାଯାଉଛି । ଓଡ଼ିଶା ବିଧାନ ସଭା ସୌଧ ନିକଟରେ ଥିବା ରାଜଧାନୀ ପ୍ରତିଷ୍ଠା ଫଳକ ସମ୍ମୁଖରେ ଏପ୍ରିଲ ୧୩ ତାରିଖ ସକାଳ ୭.୩୦ ମିନିଟ୍ରେ ଉତ୍ସବର ଆୟୋଜନ କରାଯିବ । ଏଥିନିମନ୍ତେ ରବୀନ୍ଦ୍ର ମଣ୍ଡପ ଠାରୁ ଜୟଦେବ ଭବନ ପର୍ଯ୍ୟନ୍ତ ରାଜଧାନୀର ବିଭିନ୍ନ ସ୍କୁଲ୍ କଲେଜର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବେସାମରିକ ପ୍ୟାରେଡ଼ ଅନୁଷ୍ଠିତ ହେବ । ବିଧାନ ସଭାର ବାଚସ୍ପତି ପ୍ରଦୀପ କୁମାର ଅମାତ ମୁଖ୍ୟଅତିଥି ଭାବେ ଯୋଗ ଦେଇ ବେସାମାରିକ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିବେ । ଓଏସ୍ଏପିର ସପ୍ତମ ବାଟାଲିୟନ ଏବଂ ସିଆରପିଏଫ୍ର ପୋଲିସ୍ ବ୍ୟାଣ୍ଡ ବାଦନ କରିବେ । ଏହି ପରେଡ଼ କାର୍ଯ୍ୟକ୍ରମ ସକାଳ ୭ଟା ୩୦ ମିନିଟ୍ ରୁ ୯ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ଅବସରରେ ରାଜଧାନୀର ୧୩ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ‘ରାଜଧାନୀ ଗୌରବ’ରେ ସମ୍ମାନିତ କରାଯିବ । ବରିଷ୍ଠ ପ୍ରଶାସକ ଭାବେ ସଞ୍ଜୀବ ଚନ୍ଦ୍ର ହୋତାଙ୍କୁ, ଶିଳ୍ପପତି ଭାବେ ଭାରତ ମସଲାର ପରି·ଳନା ନିର୍ଦ୍ଦେଶକ ସୁଶାନ୍ତ କୁମାର ପଣ୍ଡାଙ୍କୁ, ଅଭିନେତା ଭାବେ ସମରେଶ ରାଉତରାୟ, ଅଭିନେତ୍ରୀ ଭାବେ ଝିଲକି, ସଙ୍ଗୀତ ନିର୍ଦ୍ଦେଶକ ଭାବେ ପ୍ରେମାନନ୍ଦଙ୍କୁ, ଆଡ଼ଭୋକେଟ ଭାବେ ପ୍ରଶାନ୍ତ କିଶୋର ରାୟଙ୍କୁ, ଖେଳାଳୀ ଭାବେ ଜୟନ୍ତୀ ବେହେରାଙ୍କୁ, ସମାଜସେବା ଭାବେ ଶୁଶ୍ରୁସା ଅନୁଷ୍ଠାନକୁ, ବେଷ୍ଟ ଡ଼ାକ୍ତର ଭାବେ ସିଦ୍ଧାନ୍ତ କରଙ୍କୁ, ବେଷ୍ଟ ଟ୍ରାଫିକ୍ ଭାବେ ଅମାନତ ଅଲ୍ଲୀଙ୍କୁ, ବେଷ୍ଟ ନର୍ସ ଭାବେ ସୁଲୋଚନା ଦାସଙ୍କୁ, ବେଷ୍ଟ ପୋଷ୍ଟମ୍ୟାନ୍ ଭାବେ ବଂଶୀଧର ସାହୁଙ୍କୁ ଏବଂ ବେଷ୍ଟ ଝାଡ଼ୁଦାର ଭାବେ ମଦନ ନାୟକଙ୍କୁ ରାଜାଧାନୀ ଗୌରବରେ ସମ୍ମାନିତ କରାଯିବ । ଏଥିରେ ରାଜ୍ୟର ମନ୍ତ୍ରିମଣ୍ଡଳର ସଦସ୍ୟ, ବିଧାୟକ, ସାଂସଦ ଓ ବରିଷ୍ଠ ପ୍ରଶାସକମାନେ ଯୋଗଦେବେ । ପୂର୍ବାହ୍ନ ୧୦ ଘଟିକାରେ ଜୟଦେବ ଭବନଠାରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ରାଜଧାନୀ ପ୍ରତିଷ୍ଠା ସମ୍ପର୍କରେ ଏକ ଫଟୋଚିତ୍ର ପ୍ରଦର୍ଶନୀକୁ ବିଭାଗୀୟ ଶାସନ ସଚିବ ହେମନ୍ତ ଶର୍ମା ଉଦ୍ଘାଟନ କରିବେ । ସେଦିନ ଅପରାହ୍ନରେ ଇନ୍ଦିରା ପାର୍କ ପରିସରସ୍ଥିତ ରାଜଧାନୀ ମଣ୍ଡପଠାରେ ସ୍କୁଲ୍ ଓ କଲେଜ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତୀ ପ୍ରତିଯୋଗିମାନଙ୍କୁ ପୁରସ୍କୃତ କରାଯିବ । ଏଥିରେ କେନ୍ଦ୍ରମନ୍ତ୍ରୀ ଓ ରାଜ୍ୟ ମନ୍ତ୍ରୀମଣ୍ଡଳର ସଦସ୍ୟ, ବରିଷ୍ଠ ପ୍ରଶାସକ, ପୋଲିସ୍ ମହାନିର୍ଦ୍ଦେଶକ ପ୍ରମୁଖ ଯୋଗଦେବେ । ଏହି ଅବସରରେ ସନ୍ଧ୍ୟାରେ ରାଜଧାନୀର ୮ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ରାଜଧାନୀଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ ବୋଲି ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ସାଧାରଣ ସମ୍ପାଦକ ସାମ୍ବାଦିକ ସନତ ମିଶ୍ର ଏବଂ ଉପସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ କୁମାର ମହାନ୍ତି ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top