ଭୁବନେଶ୍ୱର: ବିଧାନସଭାର ବଜେଟ୍ ଅଧିବେଶନ ପାଇଁ କଂଗ୍ରେସ ବିଧାୟକ ଦଳ ବୈଠକ ଆସନ୍ତା ୧୪ତାରିଖରେ ଅନୁଷ୍ଠିତ ହେବ । ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ସରକାରୀ ବାସଭବନରେ ଦିନ ୧୨ଟାରେ ଏହି ବୈଠକ ବସିବ ବୋଲି ସୂଚନା ମିଳିଛି । ଏଆଇସିସି ଅଧିବେଶନ ଓ କଂଗ୍ରେସ କାର୍ଯ୍ୟକାରିଣୀ କମିଟି ବୈଠକକୁ ଦୃଷ୍ଟିରେ ରଖି କଂଗ୍ରେସ ବିଧାୟକ ଦଳ ବୈଠକ ଆଗୁଆ ହେଉଥିବା ଜଣାପଡ଼ିଛି ।ଭୁବନେଶ୍ୱର: ବିଧାନସଭାର ବଜେଟ୍ ଅଧିବେଶନ ପାଇଁ କଂଗ୍ରେସ ବିଧାୟକ ଦଳ ବୈଠକ ଆସନ୍ତା ୧୪ତାରିଖରେ ଅନୁଷ୍ଠିତ ହେବ । ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ସରକାରୀ ବାସଭବନରେ ଦିନ ୧୨ଟାରେ ଏହି ବୈଠକ ବସିବ ବୋଲି ସୂଚନା ମିଳିଛି । ଏଆଇସିସି ଅଧିବେଶନ ଓ କଂଗ୍ରେସ କାର୍ଯ୍ୟକାରିଣୀ କମିଟି ବୈଠକକୁ ଦୃଷ୍ଟିରେ ରଖି କଂଗ୍ରେସ ବିଧାୟକ ଦଳ ବୈଠକ ଆଗୁଆ ହେଉଥିବା ଜଣାପଡ଼ିଛି । କଂଗ୍ରେସ ବିଧାୟକ ଦଳ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମାର୍ଚ୍ଚ ୧୬ରୁ ୧୮ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏଆଇସିସି ଅଧିବେଶନରେ ସାମିଲ ହେବା ପାଇଁ ଦଳର ବିଧାୟକମାନେ ନୂଆଦିଲ୍ଲୀ ଗସ୍ତ କରିବେ । ତେଣୁ ବିଧାୟକ ଦଳ ବୈଠକ ତା’ପୂର୍ବରୁ ଶେଷ କରାଯାଉଛି । ୨୦ତାରିଖରେ ବଜେଟ୍ ଅଧିବେଶନ ଆରମ୍ଭ ହେଉଥିବାରୁ ୧୯ତାରିଖରେ ସମସ୍ତ ବିଧାୟକ ଉପସ୍ଥିତ ରହିବା ସମ୍ଭବପର ନଥିବାରୁ ବିଧାୟକ ଦଳ ବୈଠକକୁ ୧୪ତାରିଖରେ କରାଯିବାକୁ ନିଷ୍ପତି ହୋଇଛି । ଏହି ବୈଠକରେ କଂଗ୍ରେସ ତା’ର ରଣନୀତିକୁ ଚୂଡ଼ାନ୍ତ କରିବ । ବଜେଟ୍ ଅଧିବେଶନରେ ବିଧାନସଭା ଭିତରେ କେଉଁ ସବୁ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଦଳ ଘେରିବ ତାହା ଉପରେ ଆଲୋଚନା କରାଯିବ ବୋଲି ଜଣାପଡ଼ିଛି ।


