Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ବିଶେଷ

୧୫ଟି ଦଳର ନେତାଙ୍କୁ ମମତାଙ୍କ ଚିଠି

ନନ୍ଦିଗ୍ରାମ: ଏପ୍ରିଲ ୧ରେ ପଶ୍ଚିମବଙ୍ଗର ଦ୍ୱିତୀୟ ପର‌୍ୟ୍ୟାୟ ମତଦାନ ହେବ। ଏହାପୂର୍ବରୁ ନନ୍ଦିଗ୍ରାମର ଟିଏମସି ବିଧାୟକ ପ୍ରାର୍ଥୀ ମମତା ବାନାର୍ଜୀ ଅଣ ବିଜେପି ଦଳର ନେତାଙ୍କୁ ଚିଠି ଲେଖିଛନ୍ତି। ବିଜେପି ସରକାରର ଜନବିରୋଧୀ ନୀତି ବିରୋଧରେ ଲଢ଼େଇ କରିବା ପାଇଁ ସମସ୍ତଙ୍କୁ ଏକାଠି ହେବା ଦରକାର ବୋଲି ମମତା କହିଛନ୍ତି।

ପଶ୍ଚିମବଙ୍ଗରେ ହାଇଭୋଲଟେଜ ନିର୍ବାଚନ ପ୍ରଚାର ଚାଲିଛି। ବିଜେପି ଏବଂ ଟିଏମସି କ୍ଷମତା ଦଖଲ ପାଇଁ ସମସ୍ତ ପ୍ରକାର ଶକ୍ତି ପ୍ରଦର୍ଶନ କରିଛନ୍ତି। ବିଭିନ୍ନ ଏକଜିଟ୍ ପୋଲ ଏବଂ ସର୍ଭେ ଅନୁଯାୟୀ ରାଜ୍ୟରେ କିଏ ସରକାର ଗଢ଼ିବ ଆଗୁଆ କହିହେବନି। କିନ୍ତୁ ଗତ ବିଧାନସଭା ନିର୍ବାଚନ ଅପେକ୍ଷା ବିଜେପି ବହୁ ଅଧିକ ଆସନରେ ବିଜୟୀ ହେବ ବୋଲି କୁହାଯାଉଛି। ଆଉ ଟିଏମସିର ଆସନ ସଂଖ୍ୟା କମିବ ବୋଲି ଆକଳନ ହୋଇଛି।

୪ ବର୍ଷ ପରେ ସାଥୀକୁ ଫେରାଇ ଦେଲା ସମୟ, ସ୍ୱାମୀ ପାଇଲେ ସ୍ତ୍ରୀର ଠିକଣା
ଏବେ ନିର୍ବାଚନ ପ୍ରକ୍ରିୟା ଅଧା ବି ହୋଇନି କେନ୍ଦ୍ରର ବିଜେପି ସରକାର ବିରୋଧରେ ଯୁଦ୍ଧଂ ଦେହୀ ଡାକରା ଦେଇ ମୋଟ୍ ୧୫ଟି ଦଳର ନେତାଙ୍କୁ ଚିଠି ଲେଖିଛନ୍ତି ମମତା ବନ୍ଦୋପାଧ୍ୟାୟ। ଯେଉଁଥିରେ କଂଗ୍ରେସ ମୁଖିଆ ସୋନିଆ ଗାନ୍ଧୀ, ଏନସିପି ସୁପ୍ରିମୋ ଶରଦ ପାଓ୍ୱାର, ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ଡିଏମକେ ମୁଖ୍ୟ ଏମକେ ଷ୍ଟାଲିନ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ଆରଜେଡି ମୁଖ୍ୟ ତେଜସ୍ୱୀ ଯାଦବ, ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ, ଆମ୍ ଆଦମୀ ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ୱାଲ, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ସଭାପତି ହେମନ୍ତ ସୋରେନ୍, ଓ୍ୱାଇଏସଆର କଂଗ୍ରେସ ମୁଖ୍ୟ ଜଗନ ରେଡ଼ୀ, ନ୍ୟାଶନାଲ କନଫରେନସ ସୁପ୍ରିମୋ ଫାରୁକ ଅବଦୁଲ୍ଲା, ପିଡିପି ସୁପ୍ରିମୋ ମେହବୁବା ମୁଫତିଙ୍କୁ ବ୍ୟକ୍ତିଗତ ଭାବରେ ଚିଠି ଲେଖି ସମର୍ଥନ ମାଗିଛନ୍ତି ମମତା। ଏବେ ସମୟ ଆସିଛି ଏକାଠି ହୋଇ ବିଜେପି ବିରୋଧରେ ଲଢ଼େଇ କରିବା ଦରକାର ବୋଲି ଦିଦି ଲେଖିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top