Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

୧୫ଟି ସହରରେ ୪୦ ଡିଗ୍ରୀ

ଭୁବନେଶ୍ୱର, ଓଡ଼ିଶା ୱେୟାର:ରାଜ୍ୟରେ ଭୀଷଣ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଏପ୍ରିଲ୍ ମାସ ଆଜିଠୁ ଆରମ୍ଭ ହୋଇଥିବା ବେଳେ କଲବଲ କରିବା ଆରମ୍ଭ କରିଦେଲାଣି ଖରା। ଯଦିଓ ଗତକାଲି ତୁଳନାରେ ଆଜି ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪.୪ ଡିଗ୍ରୀ ହ୍ରାସ ପାଇଛି, ତଥାପି ରାଜ୍ୟର ୧୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି।

ଏହି ୧୫ଟି ସହର ମଧ୍ୟରୁ ୭ଟିରେ ତାପମାତ୍ରା ୪୨ଟି ଡିଗ୍ରୀ ଉପରେ ରହିଥିବା ବେଳେ ୪ଟିରେ ୪୧ ଡିଗ୍ରୀ ଉପରେ ରହିଛି। ଉଭୟ ଅନୁଗୋଳ ଓ ତାଳଚେର ସହରରେ ଆଜି ସବୁଠୁ ଅଧିକ ଖରା ଅନୁଭବ ହୋଇଥିଲା। ଏହି ଦୁଇ ସହରରେ ତାପମାତ୍ରା ୪୨.୭ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି।
ବାରିପଦାରେ ତାପମାତ୍ରା ୪୨.୨ ରେକର୍ଡ କରାଯାଇଥିବା ବେଳେ ଟିଟିଲାଗଡ଼ରେ ୪୨.୨, ମାଲକାନଗିରିରେ ୪୨, ବୌଦ୍ଧରେ ୪୨ ଓ ପାରଳାଖେମୁଣ୍ଡିରେ ୪୨.୨ ଡିଗ୍ରୀ ରେକର୍ଡ କରାଯାଇଛି।

ସମ୍ବଲପୁରରେ ତାପମାତ୍ରା ୪୧.୪ ଡିଗ୍ରୀ ସେଲ୍‌ସିୟସ ରହିଥିବା ବେଳେ ସୁନ୍ଦରଗଡ଼ରେ ୪୧.୫, ଭବାନୀପାଟଣାରେ ୪୧.୬, ନୟାଗଡ଼ରେ ୪୧.୭ ଡିଗ୍ରୀ ରହିଛି।

ସେହିପରି ଝାରସୁଗୁଡ଼ାରେ ତାପମାତ୍ରା ୪୦.୬ ଡିଗ୍ରୀ ରହିଥିବା ବେଳେ ହୀରାକୁଦରେ ୪୦.୭, ଫୁଲବାଣୀରେ ୪୦ ଓ ସୋନପୁରରେ ୪୦.୮ ଡିଗ୍ରୀ ରେକର୍ଡ ହୋଇଛି।

ରାଜଧାନୀ ଭୁବନେଶ୍ୱରରେ ଗତକାଲି ପାରଦ ରେକର୍ଡ ୪୪.୨ ଡିଗ୍ରୀ ସେଲ୍‌ସିୟସ ରହିଥିବା ବେଳେ ଆଜି ଏହା ୩୯.୮ ଡିଗ୍ରୀକୁ ଖସଛି। ସେହିପରି କଟକରେ ତାପମାତ୍ରା ୩୯.୨ ଡିଗ୍ରୀ ରେକର୍ଡ କରାଯାଇଛି।

ବାଲେଶ୍ୱରର ତାପାମାତ୍ରା ୩୭.୫ ଡିଗ୍ରୀ ରହିଥିବା ବେଳେ ଚାନ୍ଦବାଲିରେ ୩୯.୬, ପାରାଦୀପରେ ୩୧.୮, ଗୋପାଳପୁରରେ ୩୧.୮, ପୁରୀରେ ୩୩, କେନ୍ଦୁଝରରେ ୩୯.୮, କୋରାପୁଟରେ ୩୭.୫, ଦାରିଙ୍ଗବାଡ଼ିରେ ୩୭, ଛତ୍ରପୁରରେ ୩୪.୫ ଓ ରାୟଗଡ଼ାରେ ୩୯.୮ ଡିଗ୍ରୀ ରେକର୍ଡ ହୋଇଛି।

ସୂଚନାଯୋଗ୍ୟ, ଆସନ୍ତାକାଲିଠୁ କିଛି ଦିନ ପାଇଁ ରାଜ୍ୟରେ ତାପମାତ୍ର ୩ରୁ ୪ ଡିଗ୍ରୀ ହ୍ରାସ ପାଇବାର ସମ୍ଭାବନା ରହିଛି। କାଲିଠୁ ୪ ଦିନ ଧରି ରାଜ୍ୟରେ ଅନେକ ସ୍ଥାନରେ କାଳବୈଶାଖୀ ବର୍ଷା ହେବ। ଅନେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ଏହି ସମୟରେ ବିଭିନ୍ନ ସ୍ଥାନରେ ଘଣ୍ଟା ପ୍ରତି ୩୦ରୁ ୪୦ କି.ମି ବେଗରେ ପବନ ବୋହିବାର ସମ୍ଭାବନା ରହିଛି। ସେଥିପାଇଁ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର।

Click to comment

Leave a Reply

Your email address will not be published. Required fields are marked *

Most Popular

To Top