Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

୧୬ରୁ ବିଜେଡିର ମହାନଦୀ ସୁରକ୍ଷା ଅଭିଯାନ

ଭୁବନେଶ୍ୱର: ଛତିଶଗଡ଼ର ମନମୁଖୀ କାର୍ଯ୍ୟ ଯୋଗୁ ମହାନଦୀ ଶୁଷ୍କ ପଡ଼ିବା ପ୍ରତିବାଦରେ ବିଜେଡି ଆସନ୍ତା ୧୬ତାରିଖରୁ ‘ମହାନଦୀ ସୁରକ୍ଷା ଅଭିଯାନ ଯାତ୍ରା’ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି । ଏହି ଯାତ୍ରା ୧୫ଟି ଜିଲ୍ଲାର ୪୫ଟି ନିର୍ବାଚନମଣ୍ଡଳୀ ମଧ୍ୟ ଦେଇ ପ୍ରାୟ ୧୫୦୦କିମି ରାସ୍ତା ଅତିକ୍ରମ କରିବ । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ଼ ଜିଲ୍ଲାରେ ଏହି ବ୍ୟାପକ ଜନଜାଗରଣ ଯାତ୍ରାର ଶୁଭାରମ୍ଭ କରିବେ । ପାରାଦୀପରେ ଏହି ୧୫ଦିନିଆ ଯାତ୍ରାର ସମାପନ ହେବ ।
ଆଜି ବିଜେଡି ମୁଖ୍ୟାଳୟରେ ଦଳର ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ ଓ ଦେବୀପ୍ରସାଦ ମିଶ୍ର, ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା ଓ ଅତନୁ ସବ୍ୟସାଚୀ ନାୟକ ଏବଂ ସମ୍ପାଦକ ବିଜୟ ନାୟକ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ମହାନଦୀ ଅବବାହିକାରେ ରହୁଥିବା ଲୋକଙ୍କୁ ମହାନଦୀରେ ଜଳ ସଙ୍କଟର ବାସ୍ତବ ସ୍ଥିତି ଓ ମହାନଦୀକୁ ବିଲୀନ କରିବାକୁ ଯେଉଁ ଷଡ଼ଯନ୍ତ୍ର ଚାଲିଛି ସେ ନେଇ ସାଧାରଣ ଲୋକଙ୍କୁ ଅବଗତ କରାଯିବ । ଏହି ଜନ ଜାଗରଣ ଯାତ୍ରାରେ ଛାତ୍ର, ଯୁବକ, ମତ୍ସ୍ୟଜୀବୀ, ମହିଳା, ବୁଦ୍ଧିଜୀବୀ ଓ ଓଡ଼ିଶାର ସବୁ ବର୍ଗର ଜନସାଧାରଣଙ୍କୁ ସାମିଲ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିିତ ମାସ ୧୬ ତାରିଖ ପୂର୍ବାହ୍ଣ ୧୦ଟା ସମୟରେ ଉଭୟ ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାରୁ ଏହି ସୁରକ୍ଷା ଅଭିଯାନର ଶୁଭାରମ୍ଭ କରିବେ ଏବଂ ପାରାଦୀପ ଠାରେ ସମାପନ ସମାବେଶରେ ଯୋଗଦେବେ । ଦ୍ୱିତୀୟ ପର୍ଯ୍ୟାୟ ମହାନଦୀ ଆନ୍ଦୋଳନର ପ୍ରସ୍ତୁତି ଏବଂ ରୂପରେଖ ଚୂଡ଼ାନ୍ତ କରିବା ପାଇଁ ମଙ୍ଗଳବାର ମହାନଦୀ ଅବବାହିକାରେ ଥିବା ୧୫ଟି ଜିଲ୍ଲାର ବିଜୁ ଜନତା ଦଳର ସମସ୍ତ ବିଧାୟକ, ଜିଲ୍ଲା ସଭାପତି, ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ଛାମୁଆଁ ସଂଗଠନର କର୍ମକର୍ତ୍ତାମାନଙ୍କର ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇ ବିସ୍ତୃତ ଆଲୋଚନା ଓ ବିଚାରବିମର୍ଶ କରାଯାଇଛି । ଚଳିତମାସ ଏକ ବ୍ୟାପକ ଜନଜାଗରଣ ପାଇଁ ବିଜୁ ଜନତା ଦଳ ନେତୃତ୍ୱରେ ‘ମହାନଦୀ ସୁରକ୍ଷା ଅଭିଯାନ’ କାର୍ଯ୍ୟକ୍ରମର ଅଂଶ ସ୍ୱରୂପ ଓଡ଼ିଶାରେ ମହାନଦୀ ପ୍ରବେଶ କରିଥିବା ସ୍ଥଳରୁ ମହାନଦୀର ଉଭୟ ପାଶ୍ୱର୍ ବରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରୁ ବିଶାଳ ଜନସଚେତନତା ଯାତ୍ରା ଆରମ୍ଭ ହୋଇ ପାରାଦୀପ ଠାରେ ଏହାର ସମାପନ ହେବ । ଏହି ଯାତ୍ରାରେ ହଜାର ହଜାର ସଂଖ୍ୟାରେ କୃଷକ, ମତ୍ସ୍ୟଜୀବୀ, ଛାତ୍ର, ଯୁବକ, ମହିଳା ଓ ସମାଜର ଅନ୍ୟ ସବୁ ବର୍ଗର ଜନସାଧାରଣ ଅଂଶଗ୍ରହଣ କରିବେ । ଏହି ଜନଜାଗରଣ ଅଭିଯାନ ସମୟରେ ରାସ୍ତାରେ ପଡୁଥିବା ଗ୍ରାମ ଓ ସହରର ସବୁ ସ୍ଥାନରେ ସାଧାରଣ ସଭା, ପଥପ୍ରାନ୍ତ ସଭା, ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ ମହାନଦୀ ସଂକଟର ପ୍ରକୃତ ଚିତ୍ର ଉପସ୍ଥାପନ କରାଯିବ । ଏହାସହ ବିପୁଳ ସଂଖ୍ୟାରେ ପୁସ୍ତିକା, ପ୍ରଚାରପତ୍ର ଜରିଆରେ ଓଡ଼ିଶାରେ ମହାନଦୀକୁ ବିଲୀନ କରିବା ପାଇଁ ଚାଲିଥିବା ଷଡ଼ଯନ୍ତ୍ରର ପର୍ଦ୍ଦାଫାସ୍‍ କରାଯିବା ସହିତ ଏହି ସଂକଟର ଭୟାବହତା ସଂପର୍କରେ ଲୋକଙ୍କୁ ଅବଗତ କରାଯିବ । ଉକ୍ତ ସୁରକ୍ଷା ଅଭିଯାନ ମହାନଦୀ ତଟବର୍ତ୍ତୀ ଏବଂ ମହାନଦୀ ଦ୍ୱାରା ପ୍ରଭାବିତ ହେଉଥିବା ୧୫ଟି ଜିଲ୍ଲାର ୪୫ଟି ନିର୍ବାଚନ ମଣ୍ଡଳୀର ବ୍ଲକ ଓ ନଗରାଞ୍ଚଳ ମଧ୍ୟ ଦେଇ ଯିବ । ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳମାନଙ୍କରୁ ମଧ୍ୟ ଜନସାଧାରଣ ଏହି ସୁରକ୍ଷା ଅଭିଯାନରେ ସାମିଲ ହେବେ । କାର୍ଯ୍ୟକ୍ରମ ସଂପର୍କରେ ବିସ୍ତୃତ ବିବରଣୀ ସପ୍ତାହକ ମଧ୍ୟରେ ସମସ୍ତ ଜନସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top