Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

୧୮ ମହଲା ବିଶିଷ୍ଟ ୱାଲର୍ଡ ସ୍କିଲ ସେଣ୍ଟର ଉଦଘାଟିତ

ଭୁବନେଶ୍ୱର(ଓଡ଼ିଶା ୱେୟାର): ରାଜଧାନୀ ଭୁବନେଶ୍ୱରରେ ୧୮ମହଲା ବିଶିଷ୍ଟ ୱାଲର୍ଡ ସ୍କିଲ ସେଣ୍ଟରକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ଏହି କୋଠା ଏବେ ରାଜ୍ୟର ସର୍ବାଧିକ ଉଚ୍ଚତା ବିଶିଷ୍ଟ କୋଠା ଓ ପ୍ରାୟ ସାଢ଼େ ୪ଲକ୍ଷ ବର୍ଗଫୁଟ ଅଂଚଳରେ ପରିମିତ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଚନ୍ତି ଯେ, ଗତ ୫ବର୍ଷ ମଧ୍ୟରେ ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶା ଦ୍ରୁତ ଅଭିବୃଦ୍ଧି ହାସଲ କରିଛି । ଓଡ଼ିଶାର ଯୁବବର୍ଗଙ୍କ ପାଇଁ ଯେକୌଣସି ସ୍ଥାନରେ ଥିବା ସେମାନଙ୍କର ପ୍ରତିପକ୍ଷଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବା ନିମନ୍ତେ ସରକାର ସୁଯୋଗ ସୃଷ୍ଟି କରିଛନ୍ତି । ଯୁବବର୍ଗଙ୍କ ଆଶା-ଆକାଂକ୍ଷା ପୂରଣ କରିବା ଓ ସେମାନଙ୍କୁ ବିଶ୍ୱସ୍ତରରେ ନିଯୁକ୍ତିଯୋଗ୍ୟ କରି ଗଢ଼ି ତୋଳିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି । ଯୁବବର୍ଗଙ୍କୁ ଭବିଷ୍ୟତ ନିମନ୍ତେ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ଭିତ୍ତିଭୂମି ସୃଷ୍ଟି ଉପରେ ସରକାର ପୁଞ୍ଜିବିନିଯୋଗ କରୁଛନ୍ତି । ଉନ୍ନତ ଦକ୍ଷତା ତାଲିମ ଯୋଗାଇ ଦେବା ସହ ବିଶ୍ୱସ୍ତରରେ ସେମାନଙ୍କୁ ପ୍ରତିଦ୍ୱନ୍ଦ୍ୱିତା ପାଇଁ ପ୍ରସ୍ତୁତ କରିବାକୁ ୱାଲର୍ଡ ସ୍କିଲ ସେଣ୍ଟର ଏପରି ୁଉଦ୍ୟମକୁ ଆଗେଇ ନେବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି ।
ସେହିପରି ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ସୁବ୍ରତୋ ବାଗଚୀ ବିଗତ ୫ବର୍ଷ ମଧ୍ୟରେ ‘ସ୍କିଲଡ୍ ଇନ୍ ଓଡ଼ିଶା’ର ସଫଳତା ଉପରେ ଆଲୋକପାତ କରିବା ସହ ଦକ୍ଷତା ବିକାଶ ଉଦ୍ୟମକୁ ପରବର୍ତ୍ତୀ ପର୍ଯ୍ୟାୟ, ଗ୍ରାମାଂଚଳ ପର୍ଯ୍ୟନ୍ତ ସମ୍ପ୍ରସାରିତ କରିବାର ଆବଶ୍ୟକ ଉପରେ ଗୁରୁତ୍ୱ ଦେଇଛନ୍ତି । ଗତ ୫ବର୍ଷ ମଧ୍ୟରେ ରାଜ୍ୟର ୧୧ଟି ଆଇଟିଆଇ ଦେଶର ପ୍ରମୁଖ ୧୦୦ଟି ଆଇଟିଆଇ ମଧ୍ୟରେ ସ୍ଥାନ ପାଇବାରେ ସକ୍ଷମ ହୋଇଛନ୍ତି ।
ଉଲ୍ଲେଖଯୋଗ୍ୟ, ଏସୀୟ ବିକାଶ ବ୍ୟାଙ୍କର ସହଯୋଗରେ ପ୍ରାୟ ୧୩୪୨.୨୦କୋଟି ଟଙ୍କା ବ୍ୟୟରେ ଏହି ୱାଲର୍ଡ ସ୍କିଲ ସେଣ୍ଟର ସ୍ଥାପନ କରାଯାଇଛି । ଏଥିପାଇଁ ସିଙ୍ଗାପୁରସ୍ଥିତ ଇନଷ୍ଟିଚ୍ୟୁଟ ଅଫ ଟେକନିକାଲ ଏଜୁକେସନ(ଆଇଟିଇଇ)ର ଆବଶ୍ୟକ ଜ୍ଞାନକୌଶଳ ସହଯୋଗ ଯୋଗାଇ ଦେଇଛି । ଏହି ୱାଲର୍ଡ ସ୍କିଲ ସେଣ୍ଟର ପ୍ରାୟ ସାଢ଼େ ୪ଲକ୍ଷ ବର୍ଗଫୁଟ ଅଂଚଳରେ ପରିମିତ ଓ ରାଜ୍ୟର ସର୍ବାଧିକ ଉଚ୍ଚତା ବିଶିଷ୍ଟ କୋଠା । ଏଠାରେ ଏବେ ୮ଟି ଟ୍ରେଡରେ ୩ହଜାର ଛାତ୍ରଛାତ୍ରୀଙ୍କୁ ଦକ୍ଷତା ପ୍ରଶିକ୍ଷଣ ଦିଆଯାଇପାରିବ ।
ଏହି ଉଦଘାଟନ କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ ପ୍ରେମାନନ୍ଦ ନାଏକଙ୍କ ସମେତ ରାଜ୍ୟ ସରକାରଙ୍କ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top